ETV Bharat / entertainment

ମଣ୍ଡିରେ ରୋଡ ଶୋ’ କଲେ କଙ୍ଗନା, କହିଲେ ମୋତେ ଷ୍ଟାର ନୁହେଁ ଭଉଣୀ-ଝିଅ ଭାବନ୍ତୁ - Kangana Ranaut

author img

By ETV Bharat Odisha Team

Published : Mar 29, 2024, 4:00 PM IST

Updated : Mar 29, 2024, 5:37 PM IST

Kangana Holds Roadshow In Mandi: ଲୋକସଭା ନିର୍ବାଚନ ପାଇଁ ମଇଦାନକୁ ଓହ୍ଲାଇଲେ କଙ୍ଗନା । ହଜାର ହଜାର ସମର୍ଥକ ଯୋଗ ଦେଇଥିବା ବେଳେ ମୋତେ ଷ୍ଟାର ନୁହେଁ ଭଉଣୀ-ଝିଅ ଭାବନ୍ତୁ ବୋଲି କହିଛନ୍ତି ।

KANGANA RANAUT
KANGANA RANAUT

ଶିମଲା: ବିବାଦୀୟ ଓ ଚର୍ଚ୍ଚିତ ଅଭିନେତ୍ରୀ କଙ୍ଗନା ରାଣାଓ୍ବାତ ନିଜ ଗୃହରାଜ୍ୟ ହିମାଚଳ ପ୍ରଦେଶର ମଣ୍ଡି ଲୋକସଭା ଆସନରୁ ନିର୍ବାଚନରେ ଡେବ୍ୟୁ କରିବାକୁ ଯାଉଛନ୍ତି । ବିଜେପିରୁ ତାଙ୍କୁ ଟିକେଟ ଆରମ୍ଭ କରିବା ପରେ କସରତ ଆରମ୍ଭ କରିଛନ୍ତି କଙ୍ଗନା । ତେବେ ନିର୍ବାଚନ ପାଖେଇ ଆସୁଥିବା ବେଳେ ଆଜି ମଣ୍ଡିରେ ପ୍ରଚାର ଆରମ୍ଭ କରିଛନ୍ତି । କଙ୍ଗନାଙ୍କ ରୋଡ ଶୋ ସମୟରେ ହଜାର ହଜାର ସମର୍ଥକ ଯୋଗ ଦେଇଥିଲେ । ଜୟ ଶ୍ରୀରାମ ଧ୍ବନୀକୁ ନିର୍ବାଚନ ପ୍ରଚାର ଆରମ୍ଭ କରିଥିଲେ ବିବାଦୀୟ ଅଭିନେତ୍ରୀ ।

ମୁଁ କୌଣସି ହିରୋଇନ କିମ୍ବା ଷ୍ଟାର ନୁହଁ: କଙ୍ଗନା

ମଣ୍ଡି ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ କରିଥିବା ବେଳେ ଆଜି ସେ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି । ରୋଡ୍ ଶୋ ସମୟରେ ସେ କହିଛନ୍ତି, "ଆପଣ ଦେଖିପାରୁଥିବେ କେତେ ଭିଡ ରହିଛି । ମଣ୍ଡିର ଝିଅ ସ୍ଥାନୀୟ ଅଞ୍ଚଳରେ ନିର୍ବାଚନ ଲଢୁଥିବାରୁ ଅନେକ ବ୍ୟକ୍ତିବିଶେଷ ଖୁସି ହେବା ସହିତ ଗର୍ବ ଅନୁଭବ କରୁଛନ୍ତି । ମୁଁ କୌଣସି ହିରୋଇନ କିମ୍ବା ଷ୍ଟାର ନୁହେଁ, ମୁଁ ଆପଣମାନଙ୍କର ଭଉଣୀ ଏବଂ ଝିଅ । ଆପଣମାନେ ମୋର ପରିବାର । ମୁଁ ମଣ୍ଡି ଅଞ୍ଚଳର ବିକାଶ କରିବା ପାଇଁ ଚାହୁଁଛି, କେବଳ ଆପଣ ମାନଙ୍କର ଆଶୀର୍ବାଦ ଆବଶ୍ୟକ । ନିର୍ବାଚନ ଜିତିଲେ ଲୋକଙ୍କ ସେବାରେ ନିଜକୁ ନିୟୋଜିତ କରିବି । "

ଏହା ମଧ୍ୟ ପଢନ୍ତୁ: 5ମ ପର୍ଯ୍ୟାୟରେ 17 ରାଜ୍ୟରେ 111 ପ୍ରାର୍ଥୀ ଘୋଷଣା କଲା ବିଜେପି; କଙ୍ଗନା, ନବୀନ ଓ ଅରୁଣଙ୍କୁ ଟିକେଟ - BJP Releases Fifth Candidates List

ପ୍ରକାଶଥାଉ କି, ବିବାଦୀୟ ଓ ଚର୍ଚ୍ଚିତ ଅଭିନେତ୍ରୀ କଙ୍ଗନା ରାଣାଓ୍ବାତ ନିଜ ଗୃହରାଜ୍ୟ ହିମାଚଳ ପ୍ରଦେଶର ମଣ୍ଡି ଲୋକସଭା ଆସନରୁ ନିର୍ବାଚନରେ ଡେବ୍ୟୁ କରିବାକୁ ଯାଉଛନ୍ତି । ତେବେ ମଣ୍ଡିକୁ କଙ୍ଗନାଙ୍କ ନାମ ଘୋଷଣା ପରେ ସେ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ଖୁସି ବ୍ୟକ୍ତ କରିଥିଲେ । ସେ କହିଥିଲେ, "ଭାରତୀୟ ଜନତା ପାର୍ଟିକୁ ମୁଁ ସର୍ବଦା ସମର୍ଥନ କରି ଆସିଛି । ମୁଁ ଭାରତକୁ ବହୁତ ଭଲ ପାଏ । ବିଜେପି ମୋର ଜନ୍ମସ୍ଥାନ ମଣ୍ଡରୁ ପ୍ରାର୍ଥୀ ଟିକେଟ ଦେଇଛି । ଆନୁଷ୍ଠାନିକ ଭାବେ ଦଳରେ ଯୋଗଦେଇ ମୁଁ ବହୁତ ଖୁସି ଅଛି ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Mar 29, 2024, 5:37 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.