ETV Bharat / entertainment

ଜୀବନ ହାରିଲେ ଭୋଜପୁରୀ ଅଭିନେତ୍ରୀ ଅମୃତା ପାଣ୍ଡେ, ମୃତ୍ୟୁ ପୂର୍ବରୁ କରିଥିଲେ ଏହି ପୋଷ୍ଟ - Actor Amrita Pandey Dies By Suicide

author img

By ETV Bharat Odisha Team

Published : Apr 30, 2024, 1:35 PM IST

Amrita Pandey Death: ଭୋଜପୁରୀ ଅଭିନେତ୍ରୀ ଅମୃତା ପାଣ୍ଡେଙ୍କ ଆତ୍ମହତ୍ୟା ଜନିତ ମୃତ୍ୟୁ ଘଟିଛି । ବିହାର ସ୍ଥିତ ଆପାର୍ଟମେଣ୍ଟରୁ ଅଭିନେତ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ତେବେ ସେ ମୃତ୍ୟୁ ପୂର୍ବରୁ ଏକ କ୍ରିପ୍ଟିକ ପୋଷ୍ଟ ସେୟାର କରିଥିଲେ । ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ଜୀବନ ହାରିଲେ ଭୋଜପୁରୀ ଅଭିନେତ୍ରୀ ଅମୃତା ପାଣ୍ଡେ, ମୃତ୍ୟୁ ପୂର୍ବରୁ କରିଥିଲେ ଏହି ପୋଷ୍ଟ
ଜୀବନ ହାରିଲେ ଭୋଜପୁରୀ ଅଭିନେତ୍ରୀ ଅମୃତା ପାଣ୍ଡେ, ମୃତ୍ୟୁ ପୂର୍ବରୁ କରିଥିଲେ ଏହି ପୋଷ୍ଟ

ହାଇଦ୍ରାବାଦ: ଭୋଜପୁରୀ ଜଗତରୁ ଆସିଲା ଦୁଃଖଦ ଖବର । ଭୋଜପୁରୀ ଅଭିନେତ୍ରୀ ଅମୃତା ପାଣ୍ଡେ ଜୀବନ ହାରିଛନ୍ତି । ଏପ୍ରିଲ ୨୭ରେ ବିହାରର ଭାଗଲପୁର ଜୋଗସର ପୋଲିସ ଷ୍ଟେସନ ପରିସରରେ ଥିବା ତାଙ୍କ ଆପାର୍ଟମେଣ୍ଟରୁ ଅଭିନେତ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ପୋଲିସ ଖବର ପାଇବା ମାତ୍ରେ ତୁରନ୍ତ ଆପାର୍ଟମେଣ୍ଟରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି । ତେବେ ଅମୃତା ଏଭଳି ଚରମ ନିଷ୍ପତ୍ତି କାହିଁକି ନେଲେ ତାହାର କାରଣ ଅସ୍ପଷ୍ଟ ରହିଥିବା ବେଳେ ଅଭିନେତ୍ରୀଙ୍କ ଶେଷ ସୋସିଆଲ ମିଡିଆ ପୋଷ୍ଟ ଏବେ ଭାଇରାଲ ହେବାରେ ଲାଗିଛି ।

ଅମୃତା ପାଣ୍ଡେଙ୍କ ଶେଷ ପୋଷ୍ଟ
ଅମୃତା ପାଣ୍ଡେଙ୍କ ଶେଷ ପୋଷ୍ଟ

ଅମୃତା ତାଙ୍କ ମୃତ୍ୟୁ ପୂର୍ବରୁ ହ୍ୱାର୍ଟସପରେ ଏକ ଷ୍ଟାଟସ୍ ପୋଷ୍ଟ କରିଥିଲେ । ସେ ଲେଖିଥିଲେ, ଦୁଇଟି ଡଙ୍ଗାରେ ତାଙ୍କର ଜୀବନ ବିତୁଛି । ଆମେ ଆମର ଡଙ୍ଗା ବୁଡ଼ାଇ ତାଙ୍କ ଯାତ୍ରାକୁ ସହଜ କରିଛୁ । ଅମୃତାଙ୍କ ମୃତ୍ୟୁ ପରେ ପରିବାର ଏବଂ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି । ଘଟଣାକୁ ତାଙ୍କ ପରିବାରଲୋକେ ସହଜରେ ବିଶ୍ୱାସ କରିପାରୁନାହାନ୍ତି । ପରିବାର ଲୋକଙ୍କ କହିବାନୁସାରେ, ସେ ନିଜ କ୍ୟାରିୟର ପାଇଁ ଚିନ୍ତିତ ଥିଲେ ଏବଂ ଡିପ୍ରେସନରେ ମଧ୍ୟ ଥିଲେ । ଏଥିପାଇଁ ସେ ଚିକିତ୍ସିତ ମଧ୍ୟ ହେଉଥିଲେ । କୁହାଯାଉଛି ଯେ କାମ ନ ପାଇବା ନେଇ ଅମୃତା ଡିପ୍ରେସନରେ ରହିଥିଲେ । ଏଥିପାଇଁ ସେ ଏହି ନିଷ୍ପତ୍ତି ନେଇଥିବା କୁହାଯାଉଛି ।

ଏହା ମଧ୍ୟ ପଢନ୍ତୁ: ହୋଟେଲରୁ ମିଳିଲା ଭୋଜପୁରୀ ଅଭିନେତ୍ରୀ ଆକାଂକ୍ଷାଙ୍କ ଝୁଲନ୍ତା ମୃତଦେହ

ସୂଚନା ଥାଉ କି, ଅମୃତା ୨୦୨୨ ମସିହାରେ ଛତିଶଗଡର ବିଳାସପୁରର ବାସିନ୍ଦା ଚନ୍ଦ୍ରମାନି ଝଙ୍ଗଡଙ୍କୁ ବିବାହ କରିଥିଲେ । ସେ ମୁମ୍ବାଇର ଜଣେ ଆନିମେସନ୍ ଇଞ୍ଜିନିୟର । ବର୍ତ୍ତମାନ ପର୍ଯ୍ୟନ୍ତ ସେମାନଙ୍କର ସନ୍ତାନ ନାହିଁ। ଅମୃତା ଭୋଜପୁରୀ ଚଳଚ୍ଚିତ୍ର ବ୍ୟତୀତ ଅନ୍ନପୂର୍ଣ୍ଣା ଓରଫ ଅମୃତା ପାଣ୍ଡେ କିଛି ୱେବ୍ ସିରିଜରେ କାମ କରିଥିଲେ। ସେ ଅନେକ ସିରିଏଲ ଏବଂ ଅନ୍ୟାନ୍ୟ ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଛନ୍ତି । ନିକଟରେ ହିଁ ଅମୃତାଙ୍କ ୱେବ ସିରିଜ 'ପ୍ରତିଶୋଧ'ର ପ୍ରଥମ ଭାଗ ମୁକ୍ତିଲାଭ କରିଥିଲା । ଯାହାକୁ ନେଇ ବେଶ ଉତ୍ସାହିତ ମଧ୍ୟ ଥିଲେ । ହେଲେ ବର୍ତ୍ତମାନ ତାଙ୍କର ଏଭଳି ହଠାତ୍ ମୃତ୍ୟୁ ସମସ୍ତଙ୍କୁ ଚକିତ କରିଛି । ସେପଟେ ପୋଲିସ ଏକ ସ୍ପେଶାଲ ଟିମ ଗଠନ କରି ମାମଲାର ତଦନ୍ତ ଜାରି ରଖିଛି ।

ଏହା ମଧ୍ୟ ପଢନ୍ତୁ: ରିଲ୍ସରେ ସାଉଁଟିଥିଲେ ପ୍ରଶଂସା, ଚରମ ନିଷ୍ପତ୍ତି ନେଲେ ୟୁଟ୍ୟୁବର ପ୍ରେମୀ ଯୁଗଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.