ETV Bharat / entertainment

୧୧ବର୍ଷ ପରେ ବୈବାହିକ ଜୀବନରେ ପୂର୍ଣ୍ଣଚ୍ଛେଦ, ଅଲଗା ହେଲେ ଜିଭି ପ୍ରକାଶ କୁମାର-ସାନ୍ଧଭି - GV Prakash and Saindhavi Divorce

author img

By ETV Bharat Odisha Team

Published : May 14, 2024, 2:10 PM IST

GV Prakash and Saindhavi Divorce: ଅଲଗା ହେଲେ ସଙ୍ଗୀତ ନିର୍ଦ୍ଦେଶକ ଜିଭି ପ୍ରକାଶ କୁମାର ଏବଂ କଣ୍ଠଶିଳ୍ପୀ ସାନ୍ଧଭି । ବିବାହର ୧୧ ବର୍ଷ ପରେ ଦୁହେଁ ସେମାନଙ୍କ ଛାଡପତ୍ର ଘୋଷଣା କରିଛନ୍ତି । ସୋସିଆଲ ମିଡିଆରେ ଏନେଇ ଉଭୟ ସୂଚନା ଦେଇଛନ୍ତି ।

୧୧ବର୍ଷ ପରେ ବୈବାହିକ ଜୀବନରେ ପୂର୍ଣ୍ଣଚ୍ଛେଦ, ଅଲଗା ହେଲେ ଜିଭି ପ୍ରକାଶ କୁମାର-ସାନ୍ଧଭି
୧୧ବର୍ଷ ପରେ ବୈବାହିକ ଜୀବନରେ ପୂର୍ଣ୍ଣଚ୍ଛେଦ, ଅଲଗା ହେଲେ ଜିଭି ପ୍ରକାଶ କୁମାର-ସାନ୍ଧଭି (ETV Bharat Odisha)

ହାଇଦ୍ରାବାଦ: ଓସ୍କାର ବିଜେତା ରଚନା ଏ ଆର ରେହମାନଙ୍କ ଭଣଜା ତଥା ସଙ୍ଗୀତ ନିର୍ଦ୍ଦେଶକ ତଥା ଅଭିନେତା ଜି.ଭି ପ୍ରକାଶ କୁମାର ତାଙ୍କ ପତ୍ନୀ ତଥା କଣ୍ଠଶିଳ୍ପୀ ସାନ୍ଧଭିଙ୍କ ଠାରୁ ଛାଡ଼ପତ୍ର ଘୋଷଣା କରିଛନ୍ତି । ବିବାହର ୧୧ ବର୍ଷ ପରେ ପ୍ରକାଶ ଏବଂ ସାନ୍ଧଭି ଭିଉଭୟ ପରସ୍ପରଠାରୁ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି । ଜି.ଭି ପ୍ରକାଶ ତାଙ୍କ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରିଛନ୍ତି, ଯେଉଁଥିରେ ସେ ଛାଡପତ୍ର ବିଷୟରେ ସୂଚନା ଦେଇଛନ୍ତି । ତେବେ ଏହି ଖବର ଶୁଣିବା ପରେ ସମସ୍ତ ଫ୍ୟାନ୍ସ ବହୁତ ନିରାଶ ହୋଇଛନ୍ତି ।

ଜିଭି ପ୍ରକାଶ ଇନଷ୍ଟାଗ୍ରାମରେ ଲେଖିଛନ୍ତି, ''ବହୁ ଚିନ୍ତା ପରେ ସାନ୍ଧଭି ଏବଂ ମୁଁ ବିବାହର ୧୧ ବର୍ଷ ପରେ ଅଲଗା ହେବାକୁ ନିଷ୍ପତ୍ତି ନେଇଛୁ। ପରସ୍ପର ପ୍ରତି ସମ୍ମାନ ରକ୍ଷା କରୁଥିବାବେଳେ ଆମର ମାନସିକ ଶାନ୍ତି ଏବଂ ସୁସ୍ଥତା ପାଇଁ ଏହା ହେଉଛି ଭଲ ନିଷ୍ପତ୍ତି । ଆମ ଜୀବନରେ ଏହି ବ୍ୟକ୍ତିଗତ ପରିବର୍ତ୍ତନ ସମୟରେ ଆମେ ଗଣମାଧ୍ୟମ, ବନ୍ଧୁ ଏବଂ ପ୍ରଶଂସକମାନଙ୍କୁ ଆମର ଗୋପନୀୟତାକୁ ବୁଝନ୍ତୁ ଏବଂ ସମ୍ମାନ କରନ୍ତୁ। ଆମେ ବିଶ୍ୱାସ କରୁଛୁ ଏହା ପରସ୍ପର ପାଇଁ ସର୍ବୋତ୍ତମ ନିଷ୍ପତ୍ତି । ତୁମର ବୁଝିବା ଏବଂ ସମର୍ଥନ ଏହି କଷ୍ଟ ସମୟରେ ବହୁତ କିଛି । ଧନ୍ୟବାଦ'।

ଏହି ପୂର୍ବତନ ଦମ୍ପତି ୨୦୧୩ ରେ ବିବାହ କରିଥିଲେ । ବିବାହର ୭ ବର୍ଷ ପରେ ଏହି ଦମ୍ପତି ୨୦୨୦ରେ ଝିଅ ଅନଭିଙ୍କ ପିତାମାତା ହୋଇଥିଲେ । ସାନ୍ଧଭି ଜଣେ କର୍ଣ୍ଣାଟକ ଲୋକପ୍ରିୟ ଗାୟିକା ଏବଂ ସଂଗୀତଜ୍ଞ ହୋଇଥିବାବେଳେ ପ୍ରକାଶ ତାମିଲ ଏବଂ ତେଲୁଗୁ ଇଣ୍ଡଷ୍ଟ୍ରିର ଜଣେ ଲୋକପ୍ରିୟ ଗାୟକ ଏବଂ ଅଭିନେତା ମଧ୍ଯ । ଏହି ଯୋଡି ଅନେକ ପ୍ରୋଜେକ୍ଟରେ ଏକାଠି କାମ କରିଛନ୍ତି ଏବଂ ହିଟ୍ ଗୀତ ଦେଇ ଲୋକପ୍ରିୟତା ହାସଲ କରିଛନ୍ତି ।

ଜିଭି ପ୍ରକାଶ ହେଉଛନ୍ତି ଓସ୍କାର ବିଜେତା ଏଆର ରେହମାନଙ୍କ ଭଣଜା । ପ୍ରକାଶ ବର୍ତ୍ତମାନ ବିକ୍ରମଙ୍କ ଥାଙ୍ଗଲାନ, କଙ୍ଗନା ରାଣାୱତଙ୍କ ଏମରଜେନ୍ସି, ଅକ୍ଷୟ କୁମାରଙ୍କ ସରଫିରା, ନିତିନଙ୍କ ରବିନ୍ ହୁଡ୍, ସୁରିଆଙ୍କ ଆଖ୍ୟାବିହୀନ ଚଳଚ୍ଚିତ୍ର ଏବଂ ତାମିଲ, ତେଲୁଗୁ ଏବଂ ହିନ୍ଦୀରେ ବହୁ ସଂଖ୍ୟକ ଚଳଚ୍ଚିତ୍ର ରଚନା କରିବାରେ ବ୍ୟସ୍ତ ଅଛନ୍ତି । ସେ ଇଡିମୁଜାକ୍କମ୍, 13, କଲଭାନ୍, ଏବଂ ଡିଅରରେ ମଧ୍ୟ ନଜର ଆସିବେ ।

ଏହା ମଧ୍ୟ ପଢନ୍ତୁ: ନାଗା ଚୈତନ୍ୟଙ୍କୁ ଛାଡପତ୍ର ପରେ ବିବାହର ସ୍ମୃତି ହଟାଇଲେ ସାମନ୍ଥା

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.