ETV Bharat / entertainment

ଲତା ଦିନାନାଥ ମଙ୍ଗେସକର ଆୱାର୍ଡରେ ସମ୍ମାନିତ ହେଲେ ବିଗ ବି-ରଣଦୀପ ହୁଡା - Lata Deenanath Mangeshkar Award

author img

By ETV Bharat Odisha Team

Published : Apr 25, 2024, 12:06 PM IST

ଲତା ଦିନାନାଥ ମଙ୍ଗେସକର ଆୱାର୍ଡରେ ସମ୍ମାନିତ ହେଲେ ବିଗ ବି-ରଣଦୀପ ହୁଡା
ଲତା ଦିନାନାଥ ମଙ୍ଗେସକର ଆୱାର୍ଡରେ ସମ୍ମାନିତ ହେଲେ ବିଗ ବି-ରଣଦୀପ ହୁଡା

Lata Deenanath Mangeshkar Award: ବୁଧବାର ଦିନ 'ଲତା ଦିନାନାଥ ମଙ୍ଗେସକର ଆୱାର୍ଡ' ଆୟୋଜିତ ହୋଇଥିଲା । ଏହି ସମାରୋହରେ ଅମିତାଭ ବଚ୍ଚନ, ରଣଦୀପ ହୁଡା ଏବଂ ଏଆର ରେହମାନଙ୍କୁ ଏହି ପୁରସ୍କାରରେ ସମ୍ମାନିତ କରାଯାଇଛି । ଏହି ଆୱାର୍ଡ ପାଇ ଉଭୟ ତାରକା ଖୁସିବ୍ୟକ୍ତ କରିଛନ୍ତି ।

ହାଇଦ୍ରାବାଦ: ବୁଧବାର(ଏପ୍ରିଲ ୧୪) ରେ ମୁମ୍ୱାଇରେ 'ଲତା ଦିନାନାଥ ମଙ୍ଗେସକର ଆୱାର୍ଡ' ଶୋ' ଆୟୋଜିତ ହୋଇଥିଲା । ଯେଉଁମାନେ ଫିଲ୍ମ ଇଣ୍ଡଷ୍ଟ୍ରିରେ ଉତ୍କୃଷ୍ଟ କାର୍ଯ୍ୟ କରିଛନ୍ତି ସେମାନଙ୍କୁ 'ଲତା ଦିନାଥ ମଙ୍ଗେଶକର ପୁରସ୍କାର' ସମ୍ମାନରେ ସମ୍ମାନିତ କରାଯାଇଥିଲା । ଏହି ସମାରୋହରେ ଅନେକ ବି-ଟାଉନ ତାରକା ଯୋଗ ଦେଇଥିବା ବେଳେ ଅଭିନେତା ଅମିତାଭ ବଚ୍ଚନ, ରଣଦୀପ ହୁଡା ଏବଂ ଲୋକପ୍ରିୟ ସଙ୍ଗୀତକାର, କଣ୍ଠଶିଳ୍ପୀ ଏଆର ରେହମାନଙ୍କୁ ଏହି ପୁରସ୍କାରରେ ସମ୍ମାନିତ କରାଯାଇଥିଲା । ଏହି ଆୱାର୍ଡ ପାଇ ଉଭୟ ତାରକା ଖୁସିବ୍ୟକ୍ତ କରିଛନ୍ତି ।

ଅଭିନେତା ଅମିତାଭ ବଚ୍ଚନଙ୍କୁ 'ଲତା ଦିନାନାଥ ମଙ୍ଗେସକର ପୁରସ୍କାର' ପ୍ରଦାନ କରାଯାଇଥିଲା । ଅମିତାଭ ବଚ୍ଚନ 'ଜଞ୍ଜୀର', 'ଦିୱାର', 'ଶୋଲେ', 'ଚୁପକେ-ଚୁପକେ', 'ମୋହବୋତେଁ' ଏବଂ 'ପିକୁ' ଭଳି ଚଳଚ୍ଚିତ୍ରରେ ତାଙ୍କର ଚମତ୍କାର ଅଭିନୟ ପାଇଁ ସେ ବେଶ ଜଣାଶୁଣା । ତେବେ ଏହି ସମ୍ମାନ ପାଇବା ପରେ ମେଗାଷ୍ଟାର କହିଛନ୍ତି ଯେ ଆଜି ଏହି ପୁରସ୍କାର ପାଇ ମୁଁ ନିଜକୁ ଗର୍ବିତ ଅନୁଭବ କରୁଛି । ମୁଁ ନିଜକୁ କେବେ ମଧ୍ୟ ଏହି ପୁରସ୍କାର ପାଇବାକୁ ଯୋଗ୍ୟ ବୋଲି ଭାବି ନ ଥିଲି, କିନ୍ତୁ ମୁଁ ବହୁତ ଚେଷ୍ଟା କରିଥିଲି ଯାହା ଦ୍ୱାରା ମୁଁ ଏଠାକୁ ଆସିପାରିଲି । ଧନ୍ୟବାଦ ।''

ସେହିପରି ରଣଦୀପ ହୁଡ଼ା ମଧ୍ୟ ତାଙ୍କର ନୂଆ ରିଲିଜ୍ ଫିଲ୍ମ 'ସ୍ୱତନ୍ତ୍ର ବୀର ସାବରକର' ଚଳଚ୍ଚିତ୍ରରେ ତାଙ୍କର ଅଭିନୟକୁ ବହୁତ ପ୍ରଶଂସା କରାଯାଇଛି । ଏହି ଫିଲ୍ମ ପାଇଁ ରଣଦୀପ ହୁଡାଙ୍କୁ ଲତା ଦିନାଥ ମଙ୍ଗେଶକର ପୁରସ୍କାରରେ ସମ୍ମାନିତ କରାଯାଇଛି । ଏହି ପୁରସ୍କାରରେ ସମ୍ମାନିତ ହେବାପରେ ରଣଦୀପ କହିଛନ୍ତି, ''ମୋ ପାଇଁ ଏହା ଅତ୍ୟନ୍ତ ସ୍ୱତନ୍ତ୍ର ଯେ ମୋତେ ଏତେ ମହାନ ବ୍ୟକ୍ତି ସମ୍ମାନିତ କରିଛନ୍ତି । ସାବରକର ଜୀ, ଯିଏ ମଙ୍ଗେସକର ପରିବାର ସହ ଜଡିତ ଏବଂ ଦିନାନାଥ ଜୀଙ୍କର ବନ୍ଧୁ ଅଟନ୍ତି ତାଙ୍କ ୟୋପିକରେ କାମ କରିବା ମୋ ପାଇଁ ଅତ୍ୟନ୍ତ ଗର୍ବର ବିଷୟ ଏବଂ ଆନନ୍ଦ ଥିଲା । ଏହି ସମ୍ମାନ ଏକ ପରିବାରରୁ ଆସିଥିଲା ​​ଯିଏ ତାଙ୍କୁ ଜାଣିଥିଲେ, ତାଙ୍କୁ ଚିହ୍ନିଥିଲେ ଏବଂ ତାଙ୍କୁ ବହୁତ ସମ୍ମାନ କରୁଥିଲେ ଏବଂ ଏହା ଅତ୍ୟନ୍ତ ସ୍ୱତନ୍ତ୍ର ଥିଲା ।''

ଏହା ମଧ୍ୟ ପଢନ୍ତୁ: କୋକିଳକଣ୍ଠୀଙ୍କୁ ଝୁରୁଛି ଦେଶ, ମନେ ପକାଇଲେ ପ୍ରଧାନମନ୍ତ୍ରୀ

ସୂଚନା ଥାଉ କି, ୨୦୨୨ ମସିହାରେ ସ୍ୱରସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ ଦେହାନ୍ତ ପରେ ତାଙ୍କ ପରିବାର ଏବଂ ଟ୍ରଷ୍ଟ ଗାୟିକାଙ୍କ ସ୍ମୃତିରେ 'ଲତା ଦିନାନାଥ ମଙ୍ଗେସକର ଆୱାର୍ଡ' ପୁରସ୍କାର ପ୍ରତିଷ୍ଠା କରିଥିଲେ । ଲତା ମଙ୍ଗେସକରଙ୍କର ସମସ୍ତ ଚାରି ଭାଇ ଓ ଭଉଣୀ ଏହି ସମାରୋହରେ ଯୋଗଦେଇ ପୁରସ୍କାର ପ୍ରଦାନ କରନ୍ତି । ଏହି ପୁରସ୍କାର ଯେଉଁମାନେ ଦେଶ ଏବଂ ସମାଜ ପାଇଁ କିଛି ଭଲ କାମ କରିଛନ୍ତି ସେମାନଙ୍କୁ ଦିଆଯାଏ । ୨୦୨୨ ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିଲା । ତାଙ୍କ ପରେ ୨୦୨୩ ମସିହାରେ ଆଶା ଭୋସଲେଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.