ETV Bharat / entertainment

ଦର୍ଶକଙ୍କ ସହ ବିଗୁଲ ଦେଖିଲେ ଅନୁଭବ ମହାନ୍ତି - Bigul

author img

By ETV Bharat Odisha Team

Published : Apr 1, 2024, 8:45 AM IST

Updated : Apr 1, 2024, 12:47 PM IST

BIGUL
BIGUL

Bigul: ଓଡ଼ିଆ ଚଳଚ୍ଚିତ୍ର ବିଗୁଲ ସିନେମା ହଲ୍‌ରେ ମୁକ୍ତିଲାଭ କରିଛି । ଏହି ଚଳଚ୍ଚିତ୍ର ଦେଖିବା ପାଇଁ ଦର୍ଶକମାନଙ୍କ ମନରେ ଉତ୍ସାହ ଦେଖା ଦେଇଥିବା ବେଳେ ସୁପରଷ୍ଟାର ଅନୁଭବ ମହାନ୍ତିଙ୍କ ସହ ସାଧାରଣ ଦର୍ଶକ ଫିଲ୍ମର ମଜା ନେଇଛନ୍ତି । ଅଧିକ ପଢନ୍ତୁ

Bigul

ଭୁବନେଶ୍ବର: ନିଚ୍ଛକ ଓଡିଆ କାହାଣୀ ଓ ଓଡ଼ିଶାର ପରମ୍ପରାକୁ ନେଇ ପ୍ରସ୍ତୁତ ଓଡ଼ିଆ ଚଳଚ୍ଚିତ୍ର ବିଗୁଲ ସିନେମା ହଲ୍‌ରେ ମୁକ୍ତିଲାଭ କରିଛି । ତିନିଦିନ ହେବ ଏହି ସିନେମାଟି ସାରା ଓଡିଶାରେ ମୁକ୍ତିଲାଭ କରିଥିବା ବେଳେ ଚଳଚ୍ଚିତ୍ର ଦେଖିବା ପାଇଁ ଦର୍ଶକମାନଙ୍କ ମନରେ ଉତ୍ସାହ ଦେଖାଯାଇଛି । ଏଥି ସହିତ ଚଳଚ୍ଚିତ୍ରଟି ଅଦ୍ଭୁତ ଭଲ ପାଇବା ମଧ୍ୟ ସାଉଁଟୁଛି । ଏହାରି ମଧ୍ୟରେ ଗତକାଲି(ରବିବାର) ସୁପରଷ୍ଟାର ଅନୁଭବ ମହାନ୍ତିଙ୍କ ସହ ଦର୍ଶକ ଫିଲ୍ମର ମଜା ନେଇଛନ୍ତି ।

ଏସ୍ ଡି ଫିଲ୍ମସ ବ୍ୟାନରରେ ପ୍ରସ୍ତୁତ ଅଜୟ ପାଢ଼ୀଙ୍କ କାହାଣୀ ଓ ନିର୍ଦ୍ଦେଶନାରେ ନିର୍ମିତ ହୋଇଛି ଓଡ଼ିଆ ଚଳଚ୍ଚିତ୍ର ବିଗୁଲ । କିଛି ଅଭିଜ୍ଞ ସହିତ ନବାଗତ କଳାକାରଙ୍କୁ ନେଇ ଅଜୟ ପାଢ଼ୀଙ୍କ ଦମଦାର ନିର୍ଦ୍ଦେଶନାରେ ଦର୍ଶକ ବିମୁଗ୍ଧ ହୋଇଥିଲେ l ଆଦିମ କାଳରୁ ବିଶ୍ୱାସ କରିଆସୁଥିବା ଦେବୀଙ୍କ ଉପରେ ଥିବା ଭକ୍ତର ଅଗାଢ ବିଶ୍ୱାସ ଓ ଭଲ ପାଇବାକୁ ଫିଲ୍ମରେ ଚିତ୍ରିତ କରିଛନ୍ତି ନିର୍ଦ୍ଦେଶକ l ତେବେ ଆମ ଓଡ଼ିଆ ଦର୍ଶକଙ୍କ ମନକୁ ଛୁଇଁଲା ଭଳି ଏକ ନିର୍ଦ୍ଦିଷ୍ଟ ଗାଁର କାହାଣୀକୁ ନେଇ ଖୁବ ସୁନ୍ଦର ଭାବେ ଚଳଚ୍ଚିତ୍ରଟି ନିର୍ମାଣ କରିଛନ୍ତି ଅଜୟ ପାଢ଼ୀ ଓ ତାଙ୍କ ଟିମ୍ ।

ଏଥିରେ ବରିଷ୍ଠ ଅଭିନେତା ଅଶ୍ରୁ୍ମୋଚନ ମହାନ୍ତି, ବ୍ରଜ ସିଂ, ଚିତ୍ତରଞ୍ଜନ ତ୍ରିପାଠୀ, ପ୍ରସନ୍ନଜିତ ମହାପାତ୍ର, ନାୟିକା ସୁପ୍ରିୟା ନାୟକ ପ୍ରମୁଖ ଏଥିରେ ନିଖୁଣ ଅଭିନୟ କରିଛନ୍ତି l ଶେଷ ଦୃଶ୍ୟରେ ଓଲିଉଡ଼ ଷ୍ଟାର ଅନୁଭବ ମହାନ୍ତି କିଛି ସମୟ ପାଇଁ ନଜର ଆସି ଦର୍ଶକଙ୍କୁ ଚକିତ କରିଥିଲେ l ଏଥିରୁ ଜଣାପଡିଛି ଯେ ବିଗୁଲ ଦ୍ଵିତୀୟ ଭାଗ ଖୁବ ଶୀଘ୍ର ଆସିବ l ଯେଉଁଥିରେ ଅନୁଭବ ମହାନ୍ତି ବଜାଇବେ ବିଗୁଲ l ପ୍ରଥମ ଭାଗର ଶେଷ ଭାଗ ଏପରି ହୋଇଥିଲା ଯେ ଦର୍ଶକ ଦ୍ଵିତୀୟ ଭାଗର ଅପେକ୍ଷାରେ ରହିବେ ନିଶ୍ଚୟ l

ଏହା ମଧ୍ୟ ପଢନ୍ତୁ-ପରଦାରେ ବିଗୁଲ, ନିଚ୍ଛକ ଓଡିଆ କାହାଣୀ ଦର୍ଶକଙ୍କୁ ବାନ୍ଧି ରଖିଲା

ତେବେ ଫିଲ୍ମ ଆରମ୍ଭରୁ ଶେଷ ଯାଇ ଗାଁ ବେଶଭୂଷା ଚାଲିଚଳନିର ଝଲକ ଦେଖିବାକୁ ମିଳିଥିଲା । ଈଶ୍ୱର ବିଶ୍ୱାସ ଓ ଅନ୍ଧବିଶ୍ୱାସ, ଥ୍ରିଲର, ସସପେନ୍ସକୁ ନେଇ ଚଳଚିତ୍ରର କାହାଣୀ ବେଶ ରୁଦ୍ଧିମନ୍ତ ହୋଇଥିବା ବେଳେ ପ୍ରତିଟି ଚରିତ୍ର ନିଜର ଅଭିନୟକୁ ବେଶ ନିଖୁଣ ଭାବେ ନିଭେଇଛନ୍ତି । ଓଡ଼ିଆ ଦର୍ଶକଙ୍କ ମନକୁ ଛୁଇଁଲା ଭଳି ଏକ ନିର୍ଦ୍ଦିଷ୍ଟ ଗାଁର କାହାଣୀକୁ ନେଇ ଖୁବ ସୁନ୍ଦର ଭାବେ ନିର୍ମାଣ କରିଛନ୍ତି ଅଜୟ ପାଢ଼ୀ ଓ ତାଙ୍କ ଟିମ୍ । ବିଶ୍ୱାସ ଓ ଅନ୍ଧବିଶ୍ୱାସର ଲୁଚକାଳି ଭିତରେ ତିନି ନାୟକଙ୍କ ଅନ୍ତରେ ହିଁ ଶେଷ ହୁଏ ସିନେମା ।

ଆଉ ସେଇଠୁ ହିଁ ଏଣ୍ଟ୍ରି କରନ୍ତି ସୁପରଷ୍ଟାର ଅନୁଭବ ମହାନ୍ତି ଭିନ୍ନ ଏକ ଚରିତ୍ରରେ । ଶେଷ ଦୃଶ୍ୟରେ ଓଲିଉଡ଼ ଷ୍ଟାର ଅନୁଭବ ମହାନ୍ତି କିଛି ସମୟ ପାଇଁ ନଜର ଆସି ଦର୍ଶକଙ୍କୁ ଚକିତ କରିଥିଲେ । ଫିଲ୍ମଟି ଏକ ମୌଳିକ ଓ ଭିନ୍ନ କାହାଣୀ ହୋଇଥିବାରୁ ଦର୍ଶକ ପସନ୍ଦ କରିବେ ବୋଲି କହିଛି ପ୍ରଯୋଜନା ସଂସ୍ଥା । ଏହି ଅବସରରେ ଅଭିନେତା ଅନୁଭବ ମହାନ୍ତି ତାଙ୍କ ପରିବାର ସହ ଯୋଗ ଦେଇ ଫିଲ୍ମଟି ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଦେଖି ଦର୍ଶକଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏଥିସହ ଏହି ସୁନ୍ଦର ଓଡ଼ିଆ ସିନେମାଟି ଦେଖିବା ସହ ଓଡ଼ିଆ ସିନେମାକୁ ଓ ଓଡିଆ କଳାକାରଙ୍କୁ ଉତ୍ସାହିତ କରିବା ପାଇଁ ଆହ୍ୱାନ ଦେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated :Apr 1, 2024, 12:47 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.