ETV Bharat / bharat

ହାଇକୋର୍ଟଙ୍କ ଐତିହାସିକ ରାୟ, ଛାଡପତ୍ର ପରେ ସ୍ବାମୀଙ୍କ ଭରଣପୋଷଣ ଦାୟିତ୍ବ ନେବେ ସ୍ତ୍ରୀ - BOMBAY HIGH COURT Verdict

author img

By ETV Bharat Odisha Team

Published : Apr 12, 2024, 11:38 AM IST

Updated : Apr 12, 2024, 11:55 AM IST

Wife to pay alimony to husband
Wife to pay alimony to husband

Wife pay Alimony to Husband: ଛାଡପତ୍ର ପରେ ବେରୋଜଗାରୀ ସ୍ୱାମୀଙ୍କ ଭରଣପୋଷଣ ଖର୍ଚ୍ଚ ତୁଲାଇବେ ରୋଜଗାରିଆ ସ୍ତ୍ରୀ । ବମ୍ବେ ହାଇକୋର୍ଟ ଶୁଣାଇଲେ ନିଷ୍ପତ୍ତି । ଅଧିକ ପଢନ୍ତୁ

ମୁମ୍ବାଇ: ଛାଡପତ୍ର ପରେ ବେରୋଜଗାର ସ୍ୱାମୀଙ୍କ ଭରଣପୋଷଣ ଦାୟିତ୍ୱ ନେବେ ରୋଜଗାରକ୍ଷମ ସ୍ତ୍ରୀ । ଯେତେବେଳେ କୌଣସି ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ବିବାହ ବିଚ୍ଛେଦ ଅର୍ଥାତ ଛାଡପତ୍ର ହୋଇଥାଏ କୋର୍ଟ ସ୍ୱାମୀଙ୍କୁ ସ୍ତ୍ରୀର ଭରଣପୋଷଣ ପାଇଁ ନିର୍ଦ୍ଦେଶ ଦେବା ଆମେ ସବୁବେଳେ ଶୁଣିଥାଉ । କିନ୍ତୁ ବମ୍ବେ ହାଇକୋର୍ଟ ଗୁରୁବାର ଦିନ ଏକ ଐତିହାସିକ ନିଷ୍ପତ୍ତି ଶୁଣାଇଛନ୍ତି । ସ୍ୱାମୀଙ୍କ ରକ୍ଷଣାବେକ୍ଷଣ ନିମନ୍ତେ ମାସିକ 10 ହଜାର ଟଙ୍କା ଦେବାକୁ ପତ୍ନୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ନିମ୍ନ ଅଦାଲତଙ୍କ ନିର୍ଦ୍ଦେଶକୁ କାଏମ ରଖି ବମ୍ବେ ହାଇକୋର୍ଟ ଏଭଳି ନିଷ୍ପତ୍ତି ଶୁଣାଇଛନ୍ତି ।

2016 ମସିହାରେ ମହାରାଷ୍ଟ୍ରରେ ଏକ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଛାଡପତ୍ର ହେବା ପରେ ଉଭୟ ସ୍ୱାମୀ-ସ୍ତ୍ରୀ କୋର୍ଟରେ ଭରଣପୋଷଣ ନିମନ୍ତେ ମାମଲା ଦାୟର କରିଥିଲେ । ତେବେ ମାର୍ଚ୍ଚ 13, 2020 ମସିହାରେ ମହାରାଷ୍ଟ୍ରର ଏକ ନିମ୍ନ ଅଦାଲତ ଏହି ମାମଲରେ ରାୟ ଶୁଣାଇଥିଲେ । ବିବାହ ବିଚ୍ଛେଦ ପରେ ଯଦି ସ୍ୱାମୀ ସ୍ୱାସ୍ଥ୍ୟଗତ ସମସ୍ୟା କିମ୍ବା ଅନ୍ୟାନ୍ୟ କୌଣସି କାରଣ ପାଇଁ ରୋଜଗାର କରିପାରୁନାହାନ୍ତି ତେବେ ବେରୋଜଗାରୀ ସ୍ୱାମୀଙ୍କ ଭରଣପୋଷଣ ଦାୟିତ୍ୱ ସ୍ତ୍ରୀଙ୍କର ବୋଲି ନିର୍ଦ୍ଦେଶ ଦେଇଥିଲେ । ସ୍ୱାମୀଙ୍କ ଭରଣପୋଷଣ ବାବଦକୁ ମାସିକ 10ହଜାର ଟଙ୍କା ଦେବାକୁ ସ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ଏହାମଧ୍ୟ ପଢନ୍ତୁ.. ମୃତ ବାପାର ଋଣ ସୁଝିବାକୁ 2 ନାବାଳକ ଶିଶୁଙ୍କୁ ନୋଟିସ, ରାଷ୍ଟ୍ରପତିଙ୍କୁ ଲେଖିଲେ ଚିଠି - Bank Notice To Minor Boys

ନିମ୍ନ ଅଦାଲତଙ୍କ ଏହି ରାୟକୁ ଚ୍ୟାଲେଞ୍ଜ କରି ଉଚ୍ଚତମ ନ୍ୟାାୟାଳୟର ଦ୍ୱାରସ୍ଥ ହୋଇଥିଲେ ପତ୍ନୀ । ସ୍ୱାମୀଙ୍କୁ ଭରଣପୋଷଣ ଦେବାରେ ନିଜକୁ ଅସମର୍ଥ ଦର୍ଶାଇଥିଲେ । କୋର୍ଟରେ ପତ୍ନୀ ଜଣାଇଥିଲେ ଯେ, ପୂର୍ବରୁ ସେ ବ୍ୟାଙ୍କ୍ ବ୍ରାଞ୍ଚ୍ ମ୍ୟାନେଜର ଭାବେ କାର୍ଯ୍ୟ କରୁଥିବା ବେଳେ ବର୍ତ୍ତମାନ ସେ ଚାକିରିରୁ ଇସ୍ତଫା ଦେଇ ବେରୋଜଗାରୀ ଅଟନ୍ତି । 2019 ମସିହାରୁ ସେ ଚାକିରି ଛାଡି ଦେଇଥିବା ନେଇ ଇସ୍ତଫା ପତ୍ରର ପ୍ରମାଣ ପ୍ରଦାନ କରିଥିଲେ । କିନ୍ତୁ ମହିଳା ଜଣକ ମାସିକ ଘର ଋଣ ସୁଝୁଥିବା ବେଳେ ନିଜ ନାବାଳକ ଶିଶୁର ଭରଣପୋଷଣ ପାଇଁ ଖର୍ଚ୍ଚ କରୁଥିଲେ । ତେଣୁ ମହିଳା ରୋଜଗାରର ଆଧାର ଆଉ କିଛି ଥାଇପାରେ ଓ ଏହାକୁ ସାମ୍ନାକୁ ଆଣିବାକୁ ନିମ୍ନ କୋର୍ଟ ନିର୍ଦ୍ଦେଶ ଦେଇଥିଲେ ।

ବମ୍ବେ ହାଇକୋର୍ଟ ବିଚାରପତି ଶର୍ମିଳା ଦେଶମୁଖ ପତ୍ନୀଙ୍କର ଆବେଦନକୁ ଖାରଜ କରି ନିମ୍ନ ଅଦାଲତଙ୍କ ନିଷ୍ପତ୍ତିକୁ କାଏମ ରଖିଛନ୍ତି । ସ୍ୱାମୀଙ୍କ ଭରଣାପୋଷଣ ନିମନ୍ତେ ମାସକୁ 10 ହଜାର ଟଙ୍କା ସ୍ୱାମୀଙ୍କୁ ଦେବାକୁ ରାୟ ଶୁଣାଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Apr 12, 2024, 11:55 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.