ETV Bharat / bharat

ବନ୍ୟା ପରିଚାଳନା ଓ ସୀମା ଅଞ୍ଚଳ କାର୍ଯ୍ୟକ୍ରମକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ

author img

By ETV Bharat Odisha Team

Published : Feb 22, 2024, 7:59 PM IST

Union Cabinet
Union Cabinet

Border Areas Programme: ବନ୍ୟା ପରିଚାଳନା ଏବଂ ସୀମା ଅଞ୍ଚଳ କାର୍ଯ୍ୟକ୍ରମକୁ ଜାରି ରଖିବା ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି କେନ୍ଦ୍ର କ୍ୟାବିନେଟ। ଏଣିକି ବନ୍ୟା ନିୟନ୍ତ୍ରଣ ପ୍ରସଙ୍ଗରେ ରାଜ୍ୟ ଗୁଡିକ ପୂର୍ଣ୍ଣ ସହାୟତା କରିବେ କେନ୍ଦ୍ର ସରକାର। ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ୨୦୨୧ – ୨୨ ରୁ ୨୦୨୫- ୨୬ (ପଞ୍ଚଦଶ ଅର୍ଥ ଆୟୋଗ ଅବଧି) ପର୍ଯ୍ୟନ୍ତ ୫ ବର୍ଷ ପାଇଁ ୪ ହଜାର ୧୦୦ କୋଟି ଟଙ୍କା ବ୍ୟୟ ବରାଦ ସହିତ କେନ୍ଦ୍ର ପ୍ରାୟୋଜିତ ଯୋଜନା "ବନ୍ୟା ପରିଚାଳନା ଏବଂ ସୀମା ଅଞ୍ଚଳ କାର୍ଯ୍ୟକ୍ରମକୁ ଜାରି ରଖିବା ପାଇଁ ଅନୁମୋଦନ ଦେଇଛନ୍ତି ।

ଏହାଦ୍ବାରା ଏଫଏମବିଏପିର ବନ୍ୟା ପରିଚାଳନା କାର୍ଯ୍ୟକ୍ରମ ଉପାଦାନ ଅଧୀନରେ ୨୯୪୦ କୋଟି ଟଙ୍କା ବ୍ୟୟ ଅଟକଳରେ ବନ୍ୟା ନିୟନ୍ତ୍ରଣ, କ୍ଷୟ ନିବାରଣ, ଜଳ ନିଷ୍କାସନ ବ୍ୟବସ୍ଥାର ବିକାଶ ଏବଂ ସମୁଦ୍ର କ୍ଷୟ ନିରୋଧ ଇତ୍ୟାଦି ସମ୍ବନ୍ଧୀୟ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ପାଇଁ ରାଜ୍ୟ ସରକାର ମାନଙ୍କୁ କେନ୍ଦ୍ରୀୟ ସହାୟତା ପ୍ରଦାନ କରାଯିବ । ପ୍ରଦାନ କରାଯିବାକୁ ଥିବା ପାଣ୍ଠିର ଢାଞ୍ଚା ହେଉଛି ସ୍ବତନ୍ତ୍ର ବର୍ଗର ରାଜ୍ୟ ୮ଟି ଉତ୍ତର - ପୂର୍ବ ରାଜ୍ୟ ଏବଂ ପାହାଡ଼ିଆ ରାଜ୍ୟ ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ଜାମ୍ମୁ ଓ କାଶ୍ମୀର ପାଇଁ କେନ୍ଦ୍ର ଏବଂ ରାଜ୍ୟ ଅନୁଦାନର ଅନୁପାତ ହେଉଛି ୯୦: ୧୦ ରହିଥିବା ବେଳେ, ସାଧାରଣ ଓ ଅଣ ସ୍ବତନ୍ତ୍ର ବର୍ଗର ରାଜ୍ୟ ଗୁଡିକ ପାଇଁ ଅନୁପାତ ହେଉଛି ୬୦: ୪୦ ।

ଅଧିକ ପଢନ୍ତୁ- ଚାଷୀଙ୍କୁ କେନ୍ଦ୍ର ସରକାରଙ୍କ ଭେଟି, ବଢିଲା ଆଖୁର ମୁଲ୍ୟ

ସେହିପରି ଏଫଏମବିଏପିର ନଦୀ ପରିଚାଳନା ଓ ସୀମା ଅଞ୍ଚଳ ଉପାଦାନ ଅଧୀନରେ ୧୧୬୦ କୋଟି ଟଙ୍କା ବ୍ୟୟ ଅଟକଳରେ ପଡ଼ୋଶୀ ଦେଶମାନଙ୍କ ସହ ସାଧାରଣ ସୀମାନ୍ତ ନଦୀ ଗୁଡ଼ିକରେ ବନ୍ୟା ନିୟନ୍ତ୍ରଣ ଏବଂ କ୍ଷୟ ନିବାରଣ କାର୍ଯ୍ୟ ଯଥା ଜଳବିଜ୍ଞାନ ପର୍ଯ୍ୟବେକ୍ଷଣ ଏବଂ ବନ୍ୟା ପୂର୍ବାନୁମାନ ଏବଂ ସାଧାରଣ ସୀମାନ୍ତ ନଦୀ ଗୁଡ଼ିକରେ ମିଳିତ ଜଳ ସମ୍ପଦ ପ୍ରକଳ୍ପ ର ଅନୁସନ୍ଧାନ ଏବଂ ପ୍ରାକ ନିର୍ମାଣ କାର୍ଯ୍ୟ ଶତ ପ୍ରତିଶତ କେନ୍ଦ୍ରୀୟ ସହାୟତାରେ କରାଯିବ ।

ଯଦିଓ ବନ୍ୟା ପରିଚାଳନାର ପ୍ରାଥମିକ ଦାୟିତ୍ବ ରାଜ୍ୟ ସରକାରଙ୍କ ଉପରେ ରହିଛି, ତଥାପି କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି ଯେ ବନ୍ୟା ପରିଚାଳନାରେ ରାଜ୍ୟ ସରକାରଙ୍କ ପ୍ରୟାସକୁ ସମର୍ଥନ କରିବା, ଆଧୁନିକ ଜ୍ଞାନକୌଶଳ ଏବଂ ଅଭିନବ ସାମଗ୍ରୀ / ଆଭିମୁଖ୍ୟର ପ୍ରଚାର ଓ ଗ୍ରହଣକୁ ପ୍ରୋତ୍ସାହିତ କରିବା। ଏହା ବିଶେଷ ରୂପରେ ପ୍ରାସଙ୍ଗିକ, କାରଣ ଜଳବାୟୁ ପରିବର୍ତ୍ତନର ସମ୍ଭାବ୍ୟ ପ୍ରଭାବକୁ ଦୃଷ୍ଟିରେ ରଖି ଗତ କିଛି ବର୍ଷ ମଧ୍ୟରେ ଏଭଳି ଘଟଣାକ୍ରମରେ ବୃଦ୍ଧି ପରିଲକ୍ଷିତ ହୋଇଛି । ଆଗାମୀ ଦିନରେ ବନ୍ୟାର ପରିମାଣ, ତୀବ୍ରତା ଏବଂ ବାରମ୍ବାରତା ଦୃଷ୍ଟିରୁ ପରିସ୍ଥିତି ଆହୁରି ଗମ୍ଭୀର ହୋଇପାରେ ।

ଆରଏମବିଏ ଉପାଦାନ ଅଧୀନରେ କାର୍ଯ୍ୟକାରୀ ହୋଇଥିବା କାର୍ଯ୍ୟଗୁଡିକ ସୀମାନ୍ତ ନଦୀ ଗୁଡ଼ିକର ତଟ ସୁରକ୍ଷା ଏଜେନ୍ସି , ବର୍ଡର ଆଉଟ ପୋଷ୍ଟ ଇତ୍ୟାଦିର ଗୁରୁତ୍ବପୂର୍ଣ୍ଣ ପ୍ରତିଷ୍ଠାନଗୁଡିକୁ ମଧ୍ୟ ବନ୍ୟା ଓ କ୍ଷୟରୁ ସୁରକ୍ଷା ପ୍ରଦାନ କରିଥାଏ । ଏହି ଯୋଜନାରେ ବନ୍ୟା ପରିଚାଳନା ପାଇଁ ଏକ ପ୍ରଭାବଶାଳୀ ଅଣ - ଢାଞ୍ଚାଗତ ପଦକ୍ଷେପ ଭାବରେ ସ୍ବୀକୃତିପ୍ରାପ୍ତ ବନ୍ୟା ସମତଳ କ୍ଷେତ୍ରୀକରଣ କାର୍ଯ୍ୟକାରୀ କରୁଥିବା ରାଜ୍ୟ ଗୁଡ଼ିକୁ ପ୍ରୋତ୍ସାହିତ କରିବାର ବ୍ୟବସ୍ଥା ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.