ETV Bharat / bharat

କେଜ୍ରିୱାଲଙ୍କ ଇନସୁଲିନ ମାମଲା, ଜବାବ ରଖିଲା ତିହାର ଜେଲ ପ୍ରଶାସନ - Kejriwal Insulin Issue

author img

By ETV Bharat Odisha Team

Published : Apr 22, 2024, 12:04 PM IST

Kejriwal Health Issue
Kejriwal Health Issue

Kejriwal Health Issue: ବର୍ତ୍ତମାନ ସମୟରେ ରାଜନୀତିର କେନ୍ଦ୍ରବିନ୍ଦୁ ସାଜିଛି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ସ୍ବାସ୍ଥ୍ୟାବସ୍ଥା । ପ୍ରତିଦିନ ଆମ୍ ଆଦମୀ ପାର୍ଟି ଏବଂ ତିହାର ଜେଲ ପକ୍ଷରୁ ନୂଆ ଦାବି କରାଯାଉଛି । ତେବେ ଜାଣନ୍ତୁ କଣ କହିଲା ତିହାର ଜେଲ ପ୍ରଶାସନ

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ମଦ ଦୁର୍ନିତୀ ମାମଲାରେ ଗିରଫ ହୋଇ ଜେଲରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଦିନକୁ ଦିନ ରୋଚକ ଖବର ସାମ୍ନାକୁ ଆସିଛି । ଆମ ଆଦମୀ ପାର୍ଟୀ ଏବଂ ତିହାର ଜେଲ୍ ପ୍ରଶାସନ ମଧ୍ୟରେ ବାକ୍ ଯୁଦ୍ଧ ଜାରି ରହିଛି । କେଜ୍ରିଓ୍ବାଲଙ୍କୁ ଇନସୁଲିନର ଆବଶ୍ୟକତା ରହିଥିବା ନେଇ ଆପ ପକ୍ଷରୁ ଦାବି କରାଯାଉଥିବା ବେଳେ ଜେଲ ପ୍ରଶାସନ ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ ପାଇଛି । ପ୍ରଶାସନ କହିଛି ଯେ, ଆମେ ଏମ୍ସ ଡାକ୍ତରଙ୍କ ସହ କେଜ୍ରିୱାଲଙ୍କ ଭିଡିଓ କନଫରେନ୍ସିଂ ଆୟୋଜନ କରିଥିଲୁ । ବାର୍ତ୍ତାଳାପ ସମୟରେ କେଜ୍ରିୱାଲ ଡାକ୍ତରଙ୍କ ସାମ୍ନାରେ ଇନସୁଲିନର ଆବଶ୍ୟକତା ବିଷୟରେ ଆଲୋଚନା କରିନାହାଁନ୍ତି କିମ୍ବା ଡାକ୍ତରମାନଙ୍କୁ ଇନସୁଲିନ ଦେବାକୁ ପରାମର୍ଶ ଦେଇ ନାହାଁନ୍ତି ।

ପ୍ରକାଶଥାଉକି, ତିହାର ଜେଲ ପ୍ରଶାସନ ଏହି ପ୍ରତିକ୍ରିୟା ଆମ ଆଦମୀ ପାର୍ଟୀର ଅଭିଯୋଗ ପରେ ସାମ୍ନାକୁ ଆସିଛି । ଜେଲ୍‌ରେ କେଜ୍ରିଓ୍ବାଲଙ୍କୁ ଇନସୁଲିନ ଦିଆଯାଉନଥିବା ନେଇ ଅଭିଯୋଗ ପରେ ତିହାର ଜେଲ ପ୍ରଶାସନ ପକ୍ଷରୁ ଏଭଳି କୁହାଯାଇଛି । ତେବେ ଏନେଇ ଆପ ନେତା ସୌରଭ ଭରଦ୍ବାଜ କହିଛନ୍ତି, ଜେଲରେ ମଧୁମେହ ବିଶେଷଜ୍ଞ ନାହାଁନ୍ତି । ସେ ସାମ୍ବାଦିକ ସମ୍ମିଳନୀ କରି ପ୍ରମାଣ ଦେଖାଇଥିଲେ ।

ଶନିବାର ହୋଇଥିଲା ଭିଡିଓ କନଫରେନ୍ସ: ତିହାର ଜେଲ ପ୍ରଶାସନର ସୂଚନା ଅନୁଯାୟୀ, ଶନିବାର ଦିନ ଏମ୍ସ ଡାକ୍ତରଙ୍କ ସହିତ ଭିଡିଓ କନଫରେନ୍ସରେ କେଜ୍ରିଓ୍ବାଲଙ୍କ ସାକ୍ଷାତ କରାଯାଇଥିଲା । 40 ମିନିଟ ପାଇଁ ଏହି କଲ୍ ଚାଲିଥିଲା । ଏଥିରେ କୌଣସି ଗମ୍ଭୀର ଚିନ୍ତା ନାହିଂ ବୋଲି ଡାକ୍ତରମାନେ ପରାମର୍ଶ ଦେଇଛନ୍ତି । କେବଳ ଔଷଧ ପାଇଁ ଡାକ୍ତର ପରାମର୍ଶ ଦେଇଥିବା ଜେଲ ପ୍ରଶାସନ ପକ୍ଷରୁ କୁହାଯାଇଛି ।

କେଜ୍ରିୱାଲଙ୍କ ପତ୍ନୀ କରିଥିଲେ ଅନୁରୋଧ: ଅରବିନ୍ଦ କେଜ୍ରିୱାଲଙ୍କ ପତ୍ନୀ ସୁନୀତା କେଜ୍ରିୱାଲଙ୍କ ଅନୁରୋଧ କ୍ରମେ ତିହାର ଜେଲ ପ୍ରଶାସନ ଭିଡିଓ କନଫରେନ୍ସ ପାଇଁ ବ୍ୟବସ୍ଥା କରିଥିଲା । ଜେଲ୍ ପ୍ରଶାସନ ଅନୁସାରେ, ଗ୍ଲୁକୋଜ୍ ମନିଟରିଂ ସେନ୍ସର ରେକର୍ଡ ଏବଂ କେଜ୍ରିୱାଲଙ୍କୁ ଦିଆଯାଉଥିବା ଖାଦ୍ୟ ବିଷୟରେ AIIMS ର ବିଶେଷଜ୍ଞ ଡାକ୍ତରମାନଙ୍କୁ ବିସ୍ତୃତ ଭାବରେ ସୂଚନା ଦିଆଯାଇଥିଲା ।

ଜେଲ୍ ପ୍ରଶାସନ ପକ୍ଷରୁ ରାଜ୍ୟପାଳଙ୍କୁ ଦିଆଯାଇଥିଲା ରିପୋର୍ଟ: ଦୁଇ ଦିନ ପୂର୍ବେ ତିହାର ଜେଲ ପ୍ରଶାସନ କେଜ୍ରିୱାଲଙ୍କ ସ୍ୱାସ୍ଥ୍ୟ ରିପୋର୍ଟ ଦିଲ୍ଲୀ ଉପରାଜ୍ୟପାଳ ବିନୟ ସକ୍ସେନାଙ୍କୁ ପ୍ରଦାନ କରାଯାଇଥିଲା । କେଜ୍ରିୱାଲ ଦୀର୍ଘ ସମୟ ଧରି ଇନସୁଲିନ୍ ଗ୍ରହଣ କରୁନାହାଁନ୍ତି ବୋଲି ଜେଲ ପ୍ରଶାସନ ପକ୍ଷରୁ କୁହାଯାଇଥିଲା । ଏହା ପରେ ଆମ୍ ଆଦମୀ ପାର୍ଟି ଏହି ରିପୋର୍ଟକୁ ପ୍ରତ୍ୟାଖ୍ୟାନ କରି କହିଛି ଯେ, ଜେଲରେ କେଜ୍ରିୱାଲଙ୍କୁ ହତ୍ୟା କରିବା ପାଇଁ ଷଡଯନ୍ତ୍ର କରାଯାଉଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.