ETV Bharat / bharat

ରାଜସ୍ଥାନରେ ସମରାଭ୍ୟାସ ବେଳେ କ୍ରାସ ହେଲା ‘ତେଜସ’, ପାଇଲଟ ସୁରକ୍ଷିତ

author img

By ETV Bharat Odisha Team

Published : Mar 12, 2024, 3:24 PM IST

Updated : Mar 12, 2024, 8:25 PM IST

ରାଜସ୍ଥାନରେ ସମରାଭ୍ୟାସ ବେଳେ କ୍ରାସ ହେଲା ‘ତେଜସ’, ପାଇଲଟ ସୁରକ୍ଷିତ
ରାଜସ୍ଥାନରେ ସମରାଭ୍ୟାସ ବେଳେ କ୍ରାସ ହେଲା ‘ତେଜସ’, ପାଇଲଟ ସୁରକ୍ଷିତ

Tejas jet crashed near Jaisalmer: ରାଜସ୍ଥାନରେ କ୍ରାସ ହୋଇ ଜଳିଗଲା ସ୍ବଦେଶୀ ଲଢୁଆ ବିମାନ ତେଜସ । ପାଇଲଟ ସୁରକ୍ଷିତ ଥିବା ସୂଚନା । ଅଧିକ ପଢନ୍ତୁ

ଜୟପୁର: ରାଜସ୍ଥାନ ପୋଖରାନରେ ସମରାଭ୍ୟାସ ବେଳେ ଏକ ସ୍ବଦେଶୀ ନିର୍ମିତ ଲଢୁଆ ବିମାନ ‘ତେଜସ’ କ୍ରାସ ହୋଇଛି । ଜୈସେଲମର ନିକଟରେ ବିମାନଟି କ୍ରାସ ହେବା ପରେ ଏକ ଗ୍ରାମ ନିକଟରେ ଖସିପଡିଛି । ବିମାନଟି ସମ୍ପୂର୍ଣ୍ଣ ଜଳିଯାଇଥିବା ବେଳେ ପାଇଲଟ ଜଣକ ସୁରକ୍ଷିତ ଇଜେକ୍ଟ କରିବାରେ ସଫଳ ହୋଇଛନ୍ତି । ତାଙ୍କ ସମ୍ପର୍କରେ ଅଧିକ କିଛି ସୂଚନା ମିଳିନାହିଁ । ଭାରତୀୟ ବାୟୁସେନା ଇତିହାସରେ ଏହା ପ୍ରଥମ ‘ତେଜସ’ ଦୁର୍ଘଟଣା । ଦୁର୍ଘଟଣାର କାରଣ ସ୍ପଷ୍ଟ ହୋଇନଥିଲେ ସୁଦ୍ଧା ଯାନ୍ତ୍ରିକ ତ୍ରୁଟିକୁ ପ୍ରାଥମିକ କାରଣ ଭାବେ ସନ୍ଦେହ କରାଯାଉଛି । ଏହି ହାଲୁକା ଲଢୁଆ ବିମାନକୁ ହିନ୍ଦୁସ୍ଥାନ ଏରୋନେଟିକ୍ସ ଲିମିଟେଡ (ଏଚ୍‌ଏଏଲ୍‌) ନିର୍ମାଣ କରିଛି । ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବେଙ୍ଗାଲୁରୁରେ ଏହି ବର୍ଗର ଏକ ବିମାନରେ ଉଡାଣ ଭରିଥିଲେ । ଆଜି ରାଜସ୍ଥାନରେ ଚାଲିଥିବା ସେନା ଓ ବାୟୁସେନାର ମିଳିତ ସମରାଭ୍ୟାସରେ ମଧ୍ୟ ପ୍ରଧାନମନ୍ତ୍ରୀ ଅଂଶଗ୍ରହଣ କରିଛନ୍ତି ।

ଆଜି ପୋଖରାନରେ ଜାରି ରହିଥିବା ସମରାଭ୍ୟାସରେ ବାୟୁସେନାର ଏକାଧିକ ବିମାନ ଓ ଲଢୁଆ ହେଲିକପ୍ଟର ଅଂଶଗ୍ରହଣ କରି ଉଡାଣ କୌଶଳ ଓ ଯୁଦ୍ଧ କ୍ଷମତା ପ୍ରଦର୍ଶନ କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓ ବରିଷ୍ଠ ସେନାଧିକାରୀମାନେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ଏହି ଅଭ୍ୟାସରେ ନିୟୋଜିତ ଏକ ତେଜସ ବିମାନ ହଠାତ କ୍ରାସ ହୋଇଥିଲା । ପୋଖରାନର ଏକ ଗ୍ରାମ ଉପରେ ଉଡୁଥିବା ସମୟରେ ବିମାନଟି ନିୟନ୍ତ୍ରଣ ହରାଇବା ପରେ ପାଇଲଟ କକ୍‌ପିଟରୁ ଇଜେକ୍ଟ କରିଥିଲେ । ପାରାଚ୍ୟୁଟ ମାଧ୍ୟମରେ ସଫଳତାର ସହ ଅବତରଣ କରିବାରେ ସଫଳ ହୋଇଥିଲେ ପାଇଲଟ । ହେଲେ ବିମାନଟି କ୍ରାସ ହୋଇ ଗ୍ରାମର ଏକ ଘର ଉପରେ ଖସିପଡିଥିଲା । ସୂଚନା ପାଇ ପୋଲିସ, ବାୟୁସେନା ଓ ଅଗ୍ନିଶମ ଟିମ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲେ ।

ଏହା ମଧ୍ୟ ପଢନ୍ତୁ :- କଂଗ୍ରେସର 2ୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା: 5 ରାଜ୍ୟରେ 43 ପ୍ରାର୍ଥୀ ଘୋଷଣା, ତାଲିକାରେ ନକୁଲ, ବୈଭବ ଓ ଗୌରବ

ଭାରତ ଦ୍ବାରା ନୂତନ ଜ୍ଞାନକୌଶଳରେ ନିର୍ମିତ ଏହି ବିମାନର ଦୁର୍ଘଟଣା ସମ୍ପର୍କରେ କିଛି ସ୍ପଷ୍ଟ ହୋଇନି । ବାୟୁସେନା ବିଭାଗୀୟ ତଦନ୍ତ ଆରମ୍ଭ କରିଛି । ଏକ ବିଶେଷଜ୍ଞ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ବିମାନର ଧ୍ବଂସାବଶେଷ ସଂଗ୍ରହ କରିଛି । ତଦନ୍ତ ପରେ ଦୁର୍ଘଟଣାର ପ୍ରକୃତ କାରଣ ସମ୍ପର୍କରେ ସ୍ପଷ୍ଟ ହେବା ନେଇ ବାୟୁସେନା କହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Mar 12, 2024, 8:25 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.