ETV Bharat / bharat

ଚାଲିଥିଲା ଭଜନ ସମାରୋହ ଭୁଶୁଡିଲା ମଞ୍ଚ, ଜଣେ ମୃତ 17 ଆହତ

author img

By ETV Bharat Odisha Team

Published : Jan 28, 2024, 9:49 AM IST

ଭଜନ ସମାରୋହରେ ଭୁଶୁଡିଲା ମଞ୍ଚ
stage collapsed in kalkaji temple

Stage Collapsed in Kalkaji Temple: କାଲକାଜୀ ମନ୍ଦିରରେ ଭଜନ ସମାରୋହ ସମୟରେ ଭୁଶୁଡିଲା ମଞ୍ଚ । ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 17 ଜଣ ଆହତ ହୋଇଛନ୍ତି । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଦିଲ୍ଲୀର କାଲକାଜୀ ମନ୍ଦିରରେ ଚାଲିଥିଲା ଭଜନ କୀର୍ତ୍ତନର ଆସର । ଭକ୍ତି ରସରେ ଭୁଜୁଥିଲେ ଭକ୍ତ । ହେଲେ କେହି କିଛି ଜାଣିବା ଆଗକୁ ହଠାତ୍‌ ଭୁଶୁଡି ପଡିଥିଲା ମଞ୍ଚ । ଭଙ୍ଗା ମଞ୍ଚ ତଳେ ଚାପି ହୋଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 17 ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଚିକିତ୍ସା ନିମନ୍ତେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମୃତକ ଜଣଙ୍କ ଜଣେ ମହିଳା ହୋଇଥିଲା ଜଣାପଡିଛି । କିନ୍ତୁ ତାଙ୍କ ପରିଚୟ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ କରାଯାଇନାହିଁ ।

ଏହା ମଧ୍ୟ ପଢନ୍ତୁ-ଭୁଶୁଡିଲା ସାଣ୍ଟା କ୍ରୁଜ ଚର୍ଚ୍ଚ, ଚାହୁଁ ଚାହୁଁ ଚାଲିଗଲା 7 ଜୀବନ

  • #WATCH | Delhi | 17 people injured and one died when a platform, made of wood and iron frame, at a Mata Jagran at Mahant Parisar, Kalkaji Mandir collapsed at midnight on 27-28 January. Case registered against the organisers.

    (Video: Viral visuals confirmed by Fire Department) https://t.co/r6bE9dh3ds pic.twitter.com/haaC9TZe4D

    — ANI (@ANI) January 28, 2024 " class="align-text-top noRightClick twitterSection" data=" ">

ଶନିବାର ବିଳମ୍ବିତ ରାତିରେ ଏପରି ଅଘଟଣ ଘଟିଥିଲା । କାଲକାଜୀ ମନ୍ଦିର ମହନ୍ତ ପରିସରରେ ଚାଲିଥିଲା ଭଜନ ସମାରୋହ । ଗାୟକ ମାନେ ମଞ୍ଚରେ ଭଜନ ଗାନ କରୁଥିଲେ । ଶହ ଶହ ଲୋକ ଜାଗରଣରେ ସାମିଲ ହୋଇଥିଲେ । ଭକ୍ତିମୟ ପରିବେଶରେ ନିଜକୁ ହଜାଇ ଦେଇଥିଲେ ଶ୍ରଦ୍ଧାଳୁ । ହଠାତ ଏହି ସମୟରେ ମଞ୍ଚ ଭୁଶୁଡି ପଡିଥିଲା । ଯାହା କାଠ ଓ ଲୁହାରେ ନିର୍ମିତ ଥିଲା । ମଞ୍ଚ ତଳେ ଚାପି ହୋଇଯାଇଥିଲେ ଏକାଧିକ ଲୋକ । ସଙ୍ଗେ ସଙ୍ଗେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା । ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିବା ବେଳେ 17 ଜଣ ଶ୍ରଦ୍ଧାଳୁ ଆହତ ହୋଇଥିଲେ । ଜାଗରଣ ଆୟୋଜକଙ୍କ ବିରୋଧରେ ଏକ ମାମଲା ରୁଜୁ କରିଛି ପୋଲିସ ।

ଏହା ମଧ୍ୟ ପଢନ୍ତୁ-ଭୁଶୁଡିଲା ନିର୍ମାଣଧୀନ ଟନେଲ; ୩୬ରୁ ଅଧିକ ଶ୍ରମିକ ଫସିଥିବା ଆଶଙ୍କା

ଏହା ମଧ୍ୟ ପଢନ୍ତୁ-UP: ଘର ଛାତ ଭୁଶୁଡି ଯିବାରୁ ଗୋଟିଏ ପରିବାରର ୫ ମୃତ

ପୋଲିସର ସୂଚନା ଅନୁଯାୟୀ, ଶନିବାର ମଧ୍ୟରାତ୍ରୀରେ କାଲକାଜୀ ମନ୍ଦିରର ମହନ୍ତ କମ୍ପ୍ଲେକ୍ସରେ ଭଜନ ସମାରୋହର ଆୟୋଜନ କରାଯାଇଥିଲା । ଏହି ସମୟରେ କାଠ ଓ ଲୁହା ଫ୍ରେମରେ ନିର୍ମିତ ମଞ୍ଚ ଭୁଶୁଡି ପଡିବାରୁ 17 ଜଣ ଆହତ ହୋଇଥିଲେ ଏବଂ ଜଣଙ୍କର ମୃତ୍ୟୁ ଘଟିଥିଲା । କାର୍ଯ୍ୟକ୍ରମ ଆୟୋଜନ କରିବାକୁ କୌଣସି ଅନୁମତି ଦିଆଯାଇନଥିଲା । ସୁରକ୍ଷା ଦୃଷ୍ଟିରୁ ଘଟଣାସ୍ଥଳରେ ପୋଲିସ କର୍ମୀଙ୍କୁ ନିୟୋଜିତ କରାଯାଇଥିଲା । ସେଠାରେ ପ୍ରାୟ 1500-1600 ଲୋକ ଏକାଠି ହୋଇଥିଲେ । ମଞ୍ଚ ଭୁଶୁଡିବା ଖବର ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ଆହତଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆଇପିସିର ଧାରା 337 / 304A / 188 ଅନୁଯାୟୀ ଆୟୋଜକଙ୍କ ବିରୋଧରେ ଥାନାରେ ଏକ ମାମଲା ରୁଜୁ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.