ETV Bharat / bharat

ସୁରକ୍ଷାକର୍ମୀଙ୍କୁ ବଡ ସଫଳତା, ଏନକାଉଣ୍ଟରରେ ଟଳିଲେ ୩ ନକ୍ସଲ - Naxalites killed in encounter

author img

By ETV Bharat Odisha Team

Published : Apr 6, 2024, 11:12 AM IST

Updated : Apr 6, 2024, 12:32 PM IST

Naxalites killed
Naxalites killed

Encounter on Telangana-Chhattisgarh border: ନକ୍ସଲ ବିରୋଧି ଅପରେସନରେ ସୁରକ୍ଷାକର୍ମୀଙ୍କୁ ବଡ ସଫଳତା । ଏନକାଉଣ୍ଟରରେ ଟଳିରେ ୩ ନକ୍ସଲ । ତିନି ଦିନ ପୂର୍ବରୁ ଛତିଶଗଡ ବିଜାପୁରରେ ୧୩ ଜଣ ନକ୍ସଲଙ୍କୁ ନିପାତ କରାଯାଇଥିଲା । ଅଧିକ ପଢନ୍ତୁ

ରାୟପୁର: ଛତିଶଗଡ-ତେଲେଙ୍ଗାନା ସୀମାରେ ଏନକାଉଣ୍ଟର । ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୩ ନକ୍ସଲ । ଦୁଇ ରାଜ୍ୟର ସୀମାରେ ଥିବା କରିଗୁଟ୍ଟା ଜଙ୍ଗଲରେ ଆଜି ତେଲେଙ୍ଗାନା ପୋଲିସ ଓ ଛତିଶଗଡ ପୋଲିସର ମିଳିତ ନକ୍ସଲ ବିରୋଧି ଅପରେସନରେ ଏହି ବଡ ସଫଳତା ମିଳିଛି । ସୁରକ୍ଷାକର୍ମୀଙ୍କ ଗୁଳି ବିନିମୟରେ ଆଉ ୩ ଜଣ ନକ୍ସଲ ନିପାତ ହୋଇଛନ୍ତି । ଘଟଣାସ୍ଥଳରୁ ନକ୍ସଲଙ୍କ ମୃତଦେହ ସହିତ ଗୋଟିଏ AK 47, ଲାଇଟ୍ ମେସିନ ଗନ, ବିସ୍ଫୋରକ ସାମଗ୍ରୀ ଓ ବହୁ ଅସ୍ତ୍ରଶସ୍ତ୍ର ଜବତ ହୋଇଛି ।

ଏହା ମଧ୍ୟ ପଢନ୍ତୁ: ଛତିଶଗଡ଼ରେ ପୋଲିସ-ନକ୍ସଲ ମୁହାଁମୁହିଁ, 10 ନକ୍ସଲ ନିପାତ - Bijapur Naxal Encounter

ସୂଚନା ଅନୁଯାୟୀ, ମୁଲୁଗୁ ଜିଲ୍ଲା ଓ କାଙ୍କେର ଜିଲ୍ଲାକୁ ଲାଗିଥିବା କରିଗୁଟ୍ଟା ଜଙ୍ଗଲରେ ତେଲେଙ୍ଗାନା ପୋଲିସ ଓ ଛତିଶଗଡ ପୋଲିସ ଆଜି ମିଳିତ ସର୍ଚ୍ଚ ଅପରେସନ କରୁଥିଲେ । ଏହି ସମୟରେ ନକ୍ସଲମାନେ ସୁରକ୍ଷାବଳ ଉପରକୁ ଗୁଳିମାଡ କରିଥିଲେ । ଏହାର ପାଲଟା ଜବାବ ଦେଇଥିଲେ ସୁରକ୍ଷାକର୍ମୀ । ଏହି ଗୁଳି ବିନିମୟରେ ୩ ଜଣ ନକ୍ସଲ ନିପାତ ହୋଇଥିବା ବେଳେ ବହୁ ଅସ୍ତ୍ରଶସ୍ତ୍ର ଜବତ ହୋଇଛି ।

ଏହାପୂର୍ବରୁ ଗତ ୨ ତାରିଖ ଦିନ ଛତିଶଗଡର ବିଜାପୁରରେ ବଡ ଏନକାଉଣ୍ଟର ହୋଇଥିଲା । ସୁରକ୍ଷାକର୍ମୀ ଓ ନକ୍ସଲ ମୁହାଁମୁହିଁ ହୋଇଥିବା ବେଳେ ଗୁଳି ବିନିମୟରେ ୧୩ ଜଣ ନକ୍ସଲ ନିପାତ ହୋଇଥିଲେ । ବିଜାପୁର ଜଙ୍ଗଲରେ କିଛି ହାଡର୍କୋର ନକ୍ସଲ ଲୁଚିଥିବା ଗୁଇନ୍ଦା ସୂତ୍ରରୁ ଖବର ମିଳିଥିଲା । ଏହାପରେ ସୁରକ୍ଷାବଳର ଯବାନ ପୁରା ଅଞ୍ଚଳକୁ ଘେରାବନ୍ଦୀ କରି ୧୩ ନକ୍ସଲକୁ ନିପାତ କରିଦେଇଥିଲେ । ଏବେ ୩ ଦିନ ପରେ ପୁଣି ନକ୍ସଲ ବିରୋଧି ଅପରସେନରେ ବଡ ସଫଳତା ମିଳିଛି ।

ଏହା ମଧ୍ୟ ପଢନ୍ତୁ: ନିର୍ବାଚନ ବେଳେ ଓଡ଼ିଶା ଫେରିପାରନ୍ତି ମାଓବାଦୀ, ଆଲର୍ଟରେ ସୁରକ୍ଷାକର୍ମୀ - Security Alert In Border Area

ଛତିଶଗଡରେ ନକ୍ସଲ ଦମନ କ୍ଷେତ୍ରରେ ସୁରକ୍ଷାବଳକୁ ଲଗାତାର ସଫଳତା ମିଳୁଛି । ଗୋଟିଏ ପଟେ ଏନକାଉଣ୍ଟରରେ ନକ୍ସଲଙ୍କୁ ନିପାତ କରାଯାଉଥିବା ବେଳେ ଅନ୍ୟପଟେ ବହୁସଂଖ୍ୟାରେ ନକ୍ସଲମାନେ ପୋଲିସ ନିକଟରେ ଆତ୍ମସମର୍ପଣ କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେଉଛନ୍ତି । ଶୁକ୍ରବାର ଦିନ ବିଜାପୁରରେ ଦୁଇ ଜଣ ହାର୍ଡକୋର ନକ୍ସଲ ଆତ୍ମସମର୍ପଣ କରିଥିଲେ । ଦୁହିଁଙ୍କ ମୁଣ୍ଡରେ ୧୬ ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Apr 6, 2024, 12:32 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.