ETV Bharat / bharat

ଆତ୍ମନିର୍ଭରଶୀଳତା ଓ ପରିବର୍ତ୍ତନଶୀଳ ଯାତ୍ରାକୁ ସୁଦୃଢ଼ କରିବ ସେମିକଣ୍ଡକ୍ଟର: ପ୍ରଧାନମନ୍ତ୍ରୀ

author img

By ETV Bharat Odisha Team

Published : Mar 1, 2024, 11:15 AM IST

PM Modi
PM Modi

PM Modi On Semiconductor Units In India: ତିନୋଟି ସେମିକଣ୍ଡକ୍ଟର ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ କ୍ୟାବିନେଟ ମଞ୍ଜୁରି ମିଳିବା ପରେ ମୋଦିଙ୍କ ପ୍ରତିକ୍ରିୟା । ସେମିକଣ୍ଡକ୍ଟର ୟୁନିଟ ଆତ୍ମନିର୍ଭରଶୀଳତା ଦିଗରେ ଭାରତର ପରିବର୍ତ୍ତନଶୀଳ ଯାତ୍ରାକୁ ସୁଦୃଢ କରିବ । ଅଧିକ ପଢନ୍ତୁ,

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଥିଲା । ତେବେ ଏଥିରେ 1.26 ଲକ୍ଷ କୋଟିର ବିନିଯୋଗରେ ଟାଟା ଗ୍ରୁପର ମେଗା ଫେବ ସମେତ ତିନୋଟି ସେମିକଣ୍ଡକ୍ଟର ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ପ୍ରସ୍ତାବକୁ ଅନୁମତି ମିଳିଥିଲା । ଚିପ୍ ନିର୍ମାଣରେ ଭାରତ ବୈଶିକ ପାଓ୍ବାର ହାଉସ ଭାବେ ସ୍ଥାପିତ କରିବା ପାଇଁ ଅଗ୍ରସର ହେଉଛି । ଏନେଇ ଆଜି ପ୍ରଧାନମନ୍ତ୍ରୀ ଟ୍ବିଟ କରି କହିଛନ୍ତି, ଆଗାମୀ ସେମିକଣ୍ଟକ୍ଟର ୟୁନିଟ ଗୁଡିକ ବୈଷୟିକ ଆତ୍ମନିର୍ଭରଶୀଳତା ଦିଗରେ ଭାରତର ପରିବର୍ତ୍ତନଶୀଳ ଯାତ୍ରାକୁ ଆହୁରି ସୁଦୃଢ କରିବ ।

ମୋଦି ଏକ୍ସରେ କହିଛନ୍ତି, "ଭାରତ ସେମିକଣ୍ଡକ୍ଟର ମିଶନ ଅଧିନରେ ତିନୋଟି ସେମିକଣ୍ଡକ୍ଟର ୟୁନିଟ୍ ପାଇଁ କ୍ୟାବିନେଟ ମଞ୍ଜୁରୀ ମିଳିଛି । ଏହା ବୈଷୟିକ ଆତ୍ମନିର୍ଭରଶୀଳତା ଦିଗରେ ଭାରତର ପରିବର୍ତ୍ତନଶୀଳ ଯାତ୍ରାକୁ ଆହୁରି ସୁଦୃଢ କରିବ । ଭାରତ ସେମିକଣ୍ଡକ୍ଟର ଉତ୍ପାଦନରେ ଏକ ବିଶ୍ବସ୍ତରୀୟ ହବ୍ ଭାବେ ଉଭା ହେବ ।"

ଏହା ମଧ୍ୟ ପଢନ୍ତୁ: ଦେଶରେ ଆରମ୍ଭ ହେବ ପିଏମ ସୂର୍ଯ୍ୟ ଯୋଜନା, କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ

କେନ୍ଦ୍ର ସରକାର ସେମିକଣ୍ଡକ୍ଟରର ଘରୋଇ ଉତ୍ପାଦନକୁ ବୃଦ୍ଧି କରିବା ପାଇଁ 76,000 କୋଟି ଟଙ୍କା ପର୍ଯ୍ୟନ୍ତ ପ୍ରୋତ୍ସାହନ ପ୍ରଦାନ କରୁଛନ୍ତି । ଯାହା ଇଲେକ୍ଟ୍ରୋନିକ୍ ଉପକରଣଗୁଡିକର ଅତ୍ୟାବଶ୍ୟକ ଉତ୍ପାଦନ ଅଟେ । ମୋବାଇଲ୍ ଫୋନ୍, ଲାପଟପ୍, ରେଫ୍ରିଜରେଟର, ୱାସିଂମେସିନ୍ ଏବଂ ଅଟୋମୋବାଇଲରେ ଉପଯୋଗ ହୋଇଥାଏ ।

କ୍ୟାବିନେଟ ବୈଠକ ପରେ ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଗଣମାଧ୍ୟମକୁ କହିଛନ୍ତି, " ଏହି ଯୋଜନା ଅଧୀନରେ ସହାୟତା ପାଇଁ ଅନୁମୋଦିତ ତିନୋଟି ୟୁନିଟ ପ୍ରତିରକ୍ଷା, ଅଟୋମୋବାଇଲ ଏବଂ ଟେଲିକମ ସମେତ ବିଭିନ୍ନ କ୍ଷେତ୍ର ପାଇଁ ଚିପ୍ସ ପ୍ରସ୍ତୁତ ହେବ । ଆଗାମୀ 100 ଦିନ ମଧ୍ୟରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ।" ଏହା ଦ୍ବାରା 20 ହଜାର ପ୍ରତ୍ୟକ୍ଷ ନିଯୁକ୍ତି ଏବଂ ପ୍ରଯୁକ୍ତିବିଦ୍ୟା କାର୍ଯ୍ୟରେ ପ୍ରାୟ 60 ହଜାର ପରୋକ୍ଷ ନିଯୁକ୍ତି ସୃଷ୍ଟି କରିବ । ଏହି ୟୁନିଟ୍ ଗୁଡିକ ଡାଉନଷ୍ଟ୍ରିମ ଅଟୋମୋବାଇଲ୍, ଇଲେକ୍ଟ୍ରୋନିକ୍ସ ଉତ୍ପାଦନ, ଟେଲିକମ୍ ଉତ୍ପାଦନ, ଶିଳ୍ପ ଉତ୍ପାଦନ ଏବଂ ଅନ୍ୟାନ୍ୟ ସେମିକଣ୍ଡକ୍ଟର ଉପଭୋକ୍ତା ଶିଳ୍ପରେ ନିଯୁକ୍ତି ଉତ୍ପାଦନକୁ ତ୍ୱରାନ୍ୱିତ କରିବେ । ପ୍ରକାଶଥାଉକି, ପ୍ରଧାନମନ୍ତ୍ରୀ-ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନାକୁ ଅନୁମୋଦନ ମିଳିଛି । ଏଥିପାଇଁ ୭୫ ହଜାର ୨୧ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ୧୩ ଫେବୃଆରୀ ୨୦୨୪ରେ ପ୍ରଧାନମନ୍ତ୍ରୀ ଏହି ଯୋଜନାର ଶୁଭାରମ୍ଭ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.