ETV Bharat / bharat

ହସ୍ପିଟାଲରୁ ଡିସଚାର୍ଜ ହେଲେ ସଦଗୁରୁ, 20ରେ ହୋଇଥିଲା ବ୍ରେନ ସର୍ଜରୀ - Sadhguru Discharged from Hospital

author img

By ETV Bharat Odisha Team

Published : Mar 27, 2024, 10:00 PM IST

Sadhguru Jaggi Vasudev discharged from a hospital: ବ୍ରେନ ସର୍ଜରୀ ପରେ ହସ୍ପିଟାଲରୁ ଡିସଚାର୍ଜ ହେଲେ ସଦଗୁରୁ ଜାଗି ବାସୁଦେବ । 20 ତାରିଖରେ ଶେଷ ହୋଇଥିଲା ବ୍ରେନ ସର୍ଜରୀ । ଅଧିକ ପଢନ୍ତୁ

ହସ୍ପିଟାଲରୁ ଡିସଚାର୍ଜ ହେଲେ ସଦଗୁରୁ, ହୋଇଥିଲା ବ୍ରେନ ସର୍ଜରୀ
ହସ୍ପିଟାଲରୁ ଡିସଚାର୍ଜ ହେଲେ ସଦଗୁରୁ, ହୋଇଥିଲା ବ୍ରେନ ସର୍ଜରୀ

ନୂଆଦିଲ୍ଲୀ: ଦିଲ୍ଲୀର ଆପୋଲୋ ହସ୍ପିଟାଲରେ ବ୍ରେନ ସର୍ଜରୀ ଓ ଏହା ପରେ ଡାକ୍ତରୀ ନୀରିକ୍ଷଣରେ ଥିବା ବିଶିଷ୍ଟ ଆଧ୍ୟାତ୍ମିକ ଗୁରୁ ତଥା ‘ଇଶା ଫାଉଣ୍ଡେସନ’ର ପ୍ରତିଷ୍ଠାତା ଜାଗି ବାସୁଦେବ ଆଜି ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି । ଦିଲ୍ଲୀ ସ୍ଥିତ ଆପୋଲୋ ହସ୍ପିଟାଲରେ ଚଳିତମାସ 20 ତାରିଖରେ ତାଙ୍କର ବ୍ରେନ ସର୍ଜରୀ ହୋଇଥିଲା । ଆଜି ସଦଗୁରୁଙ୍କୁ ଡିସଚାର୍ଜ କରାଯାଉଥିବା ସମ୍ପର୍କରେ ହସ୍ପିଟାଲର ଯୁଗ୍ମ ନିର୍ଦ୍ଦେଶିକା ଡାକ୍ତର ସଙ୍ଗୀତା ରେଡ୍ଡୀ ସୂଚନା ଦେଇଛନ୍ତି । କହିଛନ୍ତି, ସଦଗୁରୁଙ୍କ ସ୍ବାସ୍ଥ୍ୟବସ୍ଥାରେ ସୁଧାର ଆସିବା ସହ ଏବେ ତାଙ୍କ ଶରୀରରେ କୌଣସି ଜଟିଳତା ମଧ୍ୟ ନାହିଁ । ତେଣୁ ତାଙ୍କୁ ଆଜି ଡାକ୍ତରୀ ନିରୀକ୍ଷଣରୁ ଡିସଚାର୍ଜ କରାଯାଇଛି ।

ଚଳିତମାସ 20 ତାରିଖରେ ସଦଗୁରୁଙ୍କର ବ୍ରେନ ସର୍ଜରୀ ହୋଇଥିଲା । 17 ତାରିଖରେ ସେ ମୁଣ୍ଡରେ ପ୍ରବଳ ଯନ୍ତ୍ରଣା ଅନୁଭବ ହେବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଅପରେସନ ଶେଷ ହେବା ପରେ ନିଜେ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ସଦଗୁରୁଙ୍କ ସହ ଫୋନରେ କଥା ହୋଇ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ । ଅପରେସନ ସଫଳ ହେବା ପରେ ସେ ଡାକ୍ତରୀ ନିରୀକ୍ଷଣରେ ରହିଥିଲେ । ଆଜି ତାଙ୍କୁ ଡିସଚାର୍ଜ କରାଯାଇଛି । ତାମିଲନାଡୁର କୋଇମ୍ବାଟୁରେ ସଦଗୁରୁଙ୍କ ଦ୍ବାରା ପ୍ରତିଷ୍ଠା କରାଯାଇଥିବା ‘ଇଶା ଫାଉଣ୍ଡେସନ’ର କାର୍ଯ୍ୟକର୍ତ୍ତା ମଧ୍ୟ ଆପୋଲୋ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଏହା ମଧ୍ୟ ପଢନ୍ତୁ :- ଶେଷ ହେଲା ସଦଗୁରୁଙ୍କ ବ୍ରେନ ସର୍ଜରୀ, ଫୋନରେ କଥା ହେଲେ ପ୍ରଧାନମନ୍ତ୍ରୀ

ସଦଗୁରୁଙ୍କୁ ଚିକିତ୍ସା କରୁଥିବା ଡାକ୍ତର ଟିମର ସୂଚନା ଅନୁସାରେ, କିଛି ସପ୍ତାହ ପୂର୍ବେ ସଦଗୁରୁଙ୍କ ମୁଣ୍ଡରେ ଯନ୍ତ୍ରଣା ହେବା ଆରମ୍ଭ ହୋଇଥିଲା । ହେଲେ ପ୍ରାରମ୍ଭରେ ସେ ଏହାକୁ ଅଣଦେଖା କରିଥିଲେ । ଚଳିତମାସ 8 ତାରିଖରେ ମୁଣ୍ଡରେ ଯନ୍ତ୍ରଣା ହେଉଥିବା ସତ୍ତ୍ବେ ସେ ମହାଶିବରାତ୍ରୀ କାର୍ଯ୍ୟକ୍ରମରେ ମଧ୍ୟ ଯୋଗ ଦେଇଥିଲେ । 15 ତାରିଖରେ ତାଙ୍କର ଏହି ସମସ୍ୟା ନେଇ ପ୍ରଥମେ ଡାକ୍ତରୀ ପରାମର୍ଶ କରାଯାଇଥିଲା । ଏହା ପରେ ତାଙ୍କୁ 17 ତାରିଖରେ ଦିଲ୍ଲୀ ସ୍ଥିତ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏକାଧିକ ପରୀକ୍ଷା ନିରୀକ୍ଷା ପରେ 20 ତାରିଖରେ ଏକ ସ୍ବତନ୍ତ୍ର ଡାକ୍ତରୀ ଟିମ୍‌ ତାଙ୍କ ବ୍ରେନ ସର୍ଜରୀ କରିଥିଲେ । ଅପରେସନ ପରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ବେଳେ ସେ ହସ୍ପିଟାଲରେ ଥିଲେ । ଆଜି ସେ ହସ୍ପିଟାଲରୁ ଡିସଚାର୍ଜ ହୋଇଥିଲେ ମଧ୍ୟ କିଛି ଦିନ ବାସଭବନରେ ଡାକ୍ତରୀ ପରାମର୍ଶରେ ରହିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.