ETV Bharat / bharat

କାଲିଠୁ ବଙ୍ଗୋପସାଗରେ 3ଦିନିଆ ବହୁଦେଶୀୟ ନୌଅଭ୍ୟାସ ମିଲନ-2024, ଅଂଶଗ୍ରହଣ କରିବେ 50 ଦେଶ

author img

By ETV Bharat Odisha Team

Published : Feb 18, 2024, 5:46 PM IST

କାଲିଠୁ ବଙ୍ଗୋପସାଗରେ 3ଦିନିଆ ବହୁଦେଶୀୟ ନୌଅଭ୍ୟାସ ମିଲନ-2024, ଅଂଶଗ୍ରହଣ କରୁଛନ୍ତି 50 ଦେଶ
କାଲିଠୁ ବଙ୍ଗୋପସାଗରେ 3ଦିନିଆ ବହୁଦେଶୀୟ ନୌଅଭ୍ୟାସ ମିଲନ-2024, ଅଂଶଗ୍ରହଣ କରୁଛନ୍ତି 50 ଦେଶ

MILAN 2024 exercise: କାଲିଠୁ ବଙ୍ଗୋପସାଗରେ ବହୁଦେଶୀୟ ନୌଅଭ୍ୟାସ ମିଲନ-2024 ଆରମ୍ଭ ହେବାକୁ ଯାଉଛି । ଅଂଶଗ୍ରହଣ କରୁଛନ୍ତି 50ରୁ ଅଧିକ ଦେଶ 50 ଦେଶ । ଅଧିକ ପଢନ୍ତୁ

ଅମରାବତୀ: ଆସନ୍ତାକାଲି (19 ତାରିଖ) ଠାରୁ 27 ତାରିଖ ମଧ୍ୟରେ ବିଶାଖାପାଟନମରେ ଆୟୋଜିତ ହେବାକୁ ଯାଉଛି ବହୁଦେଶୀୟ ନୌଯୁଦ୍ଧାଭ୍ୟାସ ‘ମିଲନ-2024’ । ଏହାର ଆୟୋଜନ ଚଳିତଥର ଭାରତୀୟ ନୌସେନାର ପୂର୍ବ କମାଣ (ENC) ଗ୍ରହଣ କରିଛି । ଏହି ବହୁଦେଶୀୟ ଅନ୍ତର୍ଜାତୀୟ ନୌଅଭ୍ୟାସ ଚଳିତ ଥର 12ତମ ସଂସ୍କରଣରେ ପହଞ୍ଚିବା ସହ ସର୍ବାକାଳୀନ ରେକର୍ଡ ମଧ୍ୟ କରିବାକୁ ଯାଉଛି । ଏଥିରେ ବହୁ ଶକ୍ତିଶାଳୀ ଦେଶର ସମେତ ପ୍ରାୟ 50 ଦେଶର ନୌସେନା ଅଂଶଗ୍ରହଣ କରିବାକୁ ଯାଉଛନ୍ତି । ଏଥିପାଇଁ ବିଭିନ୍ନ ଦେଶର ନୌସେନାର ଯୁଦ୍ଧ ଜାହାଜ ପୂର୍ବ ନୌସେନା କମାଣର ମୁଖ୍ୟାଳୟ ବିଶାଖାପାଟନମରେ ପହଞ୍ଚିବାରେ ଲାଗିଛନ୍ତି ।

ନୌସେନା ମୁଖ୍ୟ ଆଡମିରାଲ ଆର.ରବି କୁମାର କହିଛନ୍ତି, ଏହି ଅଭ୍ୟାସ ଚଳିତଥର ସମସ୍ତ ପୂର୍ବ ରେକର୍ଡ ଅତିକ୍ରମ କରିବାକୁ ଯାଉଛି । ଏହା ସର୍ବକାଳୀନ ଓ ସର୍ବବୃହତ୍ତ ନୌଅଭ୍ୟାସ ହେବାକୁ ଯାଉଛି । 18 ଯୁଦ୍ଧ ହାଜାହ ବିଶିଷ୍ଟ ଫ୍ଲିଟ ଓ ବହୁ ଯୁଦ୍ଧବିମାନ ଏହି ଅଭ୍ୟାସରେ ଅଂଶଗ୍ରହଣ କରିବେ । 2023 ସୁଦ୍ଧା ଭାରତ ବିଶ୍ବ ଅର୍ଥବ୍ୟବସ୍ଥାର ତୃତୀୟ ଅର୍ଥନୀତି ହେବାକୁ ଯାଉଛି । ଅର୍ଥନୀତି କ୍ଷେତ୍ରରେ ସାମୁଦ୍ରିକ ବାଣିଜ୍ୟ ବ୍ୟାପାର ଏକ ଗୁରୁତ୍ବପୂର୍ଣ୍ଣ କ୍ଷେତ୍ର ଭାବେ ଏବେ ସାମ୍ନାକୁ ଆସିଛି । ଏହି ବହୁଦେଶୀୟ ଅଭ୍ୟାସ, ନୌସେନା ସହଯୋଗ ଓ ବର୍ତ୍ତମାନର ଆହ୍ବାନ ମୁକାବିଲା କରିବାରେ ଏକ ବଡ ଆବସର ହେବାକୁ ଯାଉଛି । ସାମୁଦ୍ରିକ ସହଭାଗିତା, କ୍ଷେତ୍ରିୟ ସୁରକ୍ଷାକୁ ଏହି ମିଳିତ ଅଭ୍ୟାସ ଅଧିକ ପ୍ରଭାବୀ କରିପାରିବ । ଏହି ଅଭ୍ୟାସ ପାଇଁ ଆମେରିକା, ଅଷ୍ଟ୍ରେଲିଆ ଓ ଭିଏତନାମ ସହ ଅନ୍ୟ କିଛି ଦେଶର ଯୁଦ୍ଧ ଯାହାଜ ଆଜି ବିଶାଖାପାଟନମରେ ପହଞ୍ଚି ସାରିଛନ୍ତି ।

ଏହା ମଧ୍ୟ ପଢନ୍ତୁ :- ‘ଆଗାମୀ 100 ଦିନ ଗୁରୁତ୍ବପୂର୍ଣ୍ଣ: ପ୍ରତ୍ୟେକ ନୂଆ ଭୋଟର, ଲାଭାର୍ଥୀ ଓ ସମୂଦାୟ ନିକଟରେ ପହଞ୍ଚିବାକୁ ହେବ’

ଏବେ ଭାରତୀୟ ନୌସେନା ବିଶ୍ବର ପ୍ରମୁଖ ଜଳଶକ୍ତି ଭାବେ ସାମ୍ନାକୁ ଆସିଛି । ଭାରତ ମହାସାଗର, ଆରବ ସାଗର ଓ ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ଶାନ୍ତି, ସୁରକ୍ଷା ଓ ନିରାପତ୍ତା ପ୍ରସଙ୍ଗରେ ଭାରତୀୟ ନୌସେନାର ବଡ ଭୂମିକା ରହିଆସିଛି । ଏହି ଦିଗରେ ଭାରତୀୟ ନୌସେନା ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଛି । ପର୍ଯ୍ୟାୟକ୍ରମେ ବିଭିନ୍ନ ଦେଶ ସହ ଦ୍ବିପାକ୍ଷିକ ଓ ବହୁପାକ୍ଷିକ ମିଳିତ ନୌଭ୍ୟାସ ଶୃଙ୍ଖଳା ମଧ୍ୟ ଜାରି ରହିଛି । ନୌସେନା କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟା, ଯୁଦ୍ଧକୌଶଳ ଆଦାନ ପ୍ରଦାନ କରିବା ଓ ସହଯୋଗକୁ ବୃଦ୍ଧି କରିବା ଏହି ଅଭ୍ୟାସଗୁଡିକର ମୂଳ ଉଦ୍ଦେଶ୍ୟ । ଏହିକ୍ରମରେ ଆସନ୍ତାକାଲି ଠାରୁ 27 ତାରିଖ ପର୍ଯ୍ୟନ୍ତ ପୂର୍ବ-ଭାରତୀୟ ଉପକୂଳରେ ବଙ୍ଗୋପସାଗରେ 12ତମ ‘ମିଲନ’ ନୌଅଭ୍ୟାସ ଆରମ୍ଭ ହେବାକୁ ଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.