ETV Bharat / bharat

ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ସାକ୍ଷାତକାର, '5 ବର୍ଷରେ 5 ଟ୍ରିଲିୟନ ଡଲାର ଅର୍ଥନୀତି ହେବ ଭାରତ' - Narendra Modi interview

author img

By ETV Bharat Odisha Team

Published : Apr 15, 2024, 6:23 PM IST

Updated : Apr 15, 2024, 8:01 PM IST

Narendra Modiନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ସାକ୍ଷାତକାର, '5 ବର୍ଷରେ 5 ଟ୍ରିଲିୟନ ଡଲାର ଅର୍ଥନୀତି ହେବ ଭାରତ'
ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ସାକ୍ଷାତକାର, '5 ବର୍ଷରେ 5 ଟ୍ରିଲିୟନ ଡଲାର ଅର୍ଥନୀତି ହେବ ଭାରତ'

Narendra Modi Slams Opposition party: ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାକ୍ଷାତକାର । ଜାତୀୟ ଖବର ସରବରାହ ସଂସ୍ଥା ANIକୁ ସାକ୍ଷାତକାର ଦେଇ ବିଭିନ୍ନ ପ୍ରସଙ୍ଗରେ ରଖିଲେ ମତ । ବିରୋଧୀଙ୍କୁ ମଧ୍ୟ କଡା ଟାର୍ଗେଟ କଲେ । ଅଧିକ ପଢନ୍ତୁ

ପ୍ରଧାନମୋଦିଙ୍କ ସାକ୍ଷାତକାର, '5 ବର୍ଷରେ 5 ଟ୍ରିଲିୟନ ଅର୍ଥନୀତି ହେବ ଭାରତ'

ନୂଆଦିଲ୍ଲୀ: ପ୍ରଥମ ପର୍ଯ୍ୟାୟ ନିର୍ବାଚନକୁ ସପ୍ତାହରୁ କମ ସମୟ ଥିବା ବେଳେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗଣମାଧ୍ୟମରେ ସାକ୍ଷାତକାର ଦେଇଛନ୍ତି । ଜାତୀୟ ଖବର ସରବରାହ ସଂସ୍ଥା ‘ANI’କୁ ସାକ୍ଷାତକାର ଦେଇ ମୋଦି ନିର୍ବାଚନ, ଅର୍ଥନୀତି, ବିକାଶ, ଭିତ୍ତିଭୂମି, ଭିଜନ ପରି ବିଭିନ୍ନ ପ୍ରସଙ୍ଗରେ ନିଜର ମତ ରଖିଛନ୍ତି । ଏଥିସହ ବିରୋଧିଙ୍କୁ ମଧ୍ୟ କଡା ଟାର୍ଗେଟ କରିଛନ୍ତି । 5 ବର୍ଷରେ 5 ଟ୍ରିଲିୟନ ଡଲାର ଅର୍ଥନୀତି ହେବ ଭାରତ ବୋଲି ମୋଦି କହିଛନ୍ତି । ଏହା ସହ ଦେଶରେ ଭ୍ରଷ୍ଟାଚାର ବିରୋଧରେ ଜାରି ରହିଥିବା କେନ୍ଦ୍ରୀୟ ସଂସ୍ଥାର କାର୍ଯ୍ୟାନୁଷ୍ଠାନକୁ ମଧ୍ୟ ସେ ସଠିକ ବୋଲି ଦର୍ଶାଇବା ସହାକୁ ପ୍ରଶଂସା କରିଛି । ଏହି କାର୍ଯ୍ୟାନୁଷ୍ଠାନ ପାଇଁ କେହି ଭୟଭୀତ ହେବାର ଆବଶ୍ୟକତା ନାହିଁ ବୋଲି ମୋଦି କହିଛନ୍ତି ।

2047 ପର୍ଯ୍ୟନ୍ତ ଦେଶରେ କଣ ପରିବର୍ତ୍ତନ ହେବାକୁ ଯାଉଛି ପ୍ରଶ୍ନର ଉତ୍ତରରେ ମୋଦି କହିଛନ୍ତି, "ଯେବେ ଦେଶ ସ୍ବାଧୀନତାର 75 ବର୍ଷ ପାଳନ କରୁଥିଲା ସେତେବେଳେ ମୁଁ ଏହି ପ୍ରସଙ୍ଗ ଉଠାଇଥିଲି । 2047ରେ ଦେଶ ସ୍ୱାଧୀନତାର ଶହେ ବର୍ଷରେ ପହଞ୍ଚିବାକୁ ଯାଉଛି । ସ୍ବାଭାବିକ ଭାବେ ଏହି ମାଇଲଷ୍ଟୋନ ନୂଆ ଉତ୍ସାହ ବଢାଇଥାଏ । ଏହି 25 ବର୍ଷ ମଧ୍ୟରେ ସର୍ବାଧିକ ଉପଯୋଗ କିପରି କରିବା ସେ ବିଷୟରେ ମୁଁ ଭାବିଛି । ସ୍ୱାଧୀନତାର 100 ବର୍ଷ ଦେଶରେ ଏକ ପ୍ରେରଣା ସୃଷ୍ଟି କରିବ । ଗଣତନ୍ତ୍ରରେ ନିର୍ବାଚନର ବେଶ ଗୁରୁତ୍ୱପୂର୍ଣ୍ଣ ରହିଛି । ନିର୍ବାଚନ ଏକ ମହାପର୍ବ । ଏହାକୁ ଉତ୍ସବ ଭାବରେ ପାଳନ କରିବା ଉଚିତ ।"

ଏହାମଧ୍ୟ ପଢନ୍ତୁ.. ତୃତୀୟ ଥର ମୋଦି ପ୍ରଧାନମନ୍ତ୍ରୀ ହେଲେ ବିରୋଧୀଙ୍କ ଦେହରେ ନିଆଁ ଲାଗିଯିବ: ପ୍ରଧାନମନ୍ତ୍ରୀ ମୋଦି - PM MODI TARGETS CONGRESS

ଅନ୍ୟପଟେ ପ୍ରାର୍ଥୀ ମୁଖ୍ୟ ନା ମୋଦି ମୁଖ୍ୟ ଭଳି ଏକ ପ୍ରଶ୍ନରେ ଉତ୍ତରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ନିର୍ବାଚନରେ କେବଳ ପ୍ରାର୍ଥୀ ନୁହଁନ୍ତି ବରଂ ମତଦାତା ଓ ବୁଥ କର୍ମକର୍ତ୍ତା ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ ଅଟନ୍ତି । ନହେଲେ ନିର୍ବାଚନ ହୋଇପାରିବ ନାହିଁ । ସେ ଆଉମଧ୍ୟ ଗ୍ୟାରେଣ୍ଟିର କହିବାର ଅର୍ଥ ହେଉଛି ବର୍ତ୍ତମାନ ଦେଖିବାକୁ ମିଳୁଛି ଯେ ଦୁର୍ଭାଗ୍ୟବଶତଃ ଶବ୍ଦ ପ୍ରତି ଯେଉଁ ପ୍ରତିବଦ୍ଧତା ରହିବା କଥା ତାହା ଆଉ ନାହିଁ । ଏଭଳି ଲାଗୁଛି ଯେଉଁଠି ନାହିଁ ସେଠି ଯାହା ତାହା ଲୋକେ କହି ଦେଉଛନ୍ତି । ନିଜ ଭାଷଣରେ କଂଗ୍ରେସକୁ ମଧ୍ୟ ସମାଲୋଚନା କରିଛନ୍ତି ମୋଦି । କିଛି ଦିନ ହେଲା ସୋସିଆଲ ମିଡିଆରେ ଜଣେ ନେତାଙ୍କ ପୁରୁଣା ଭିଡିଓ ଘୁରି ବୁଲୁଛି । ତାଙ୍କର ଗୋଟିଏ ବିଚାର ଆଉ ଗୋଟିଏ ବିଚାରଠାରୁ ଭିନ୍ନ । ରାହୁଲ ଗାନ୍ଧୀଙ୍କୁ ପରୋକ୍ଷ ଭାବେ ଟାର୍ଗେଟ କରି କହିଛନ୍ତି ଯେ, ଜଣେ ନେତା ତାଙ୍କ ଭାଷଣରେ କହିଛନ୍ତି ଯେ, ଗୋଟିଏ ଝଟକାରେ ଦେଶରୁ ଗରିବ ହଟାଇଦେବି । ଯେଉଁମାନଙ୍କୁ ଏତେ ଦଶକ ଧରି ଦେଶରେ ଶାସନ କରିବାକୁ ମିଳିଥିଲା ସେତେବେଳେ ଜନତା ଏଭଳି ଭାଷଣ ଶୁଣିଲେ କଣ କହିବେ ବୋଲି ମୋଦି କହିଛନ୍ତି ।

ବିଫଳ କଂଗ୍ରେସ ମଡେଲ ଓ ବିଜେପି ମଡେଲ ମଧ୍ୟରେ ନିର୍ବାଚନ:- ପ୍ରଧାନମନ୍ତ୍ରୀ କହିଛନ୍ତି, ବିଫଳ କଂଗ୍ରେସ ମଡେଲ ଏବଂ ବିଜେପି ମଡେଲ ମଧ୍ୟରେ ଚଳିତ ନିର୍ବାଚନ ହେବାକୁ ଯାଉଛି । ବର୍ତ୍ତମାନର ନିର୍ବାଚନରେ ​​ଭୋଟରଙ୍କ ପସନ୍ଦ ବିଫଳ କଂଗ୍ରେସ ମଡେଲ ଏବଂ ବିଜେପିର ସଫଳ ମଡେଲ ମଧ୍ୟରେ ହିଁ ରହିଛି । ମୋଦି କହିଛନ୍ତି, ଯଦି ଆମେ 2024 ନିର୍ବାଚନକୁ ଦେଖିବା ତେବେ ଦେଶ ସାମ୍ନାରେ ଏକ ବଡ ସୁଯୋଗ ରହିଛି । ନିର୍ବାଚନ କଂଗ୍ରେସ ସରକାର ଏବଂ ବିଜେପି ସରକାରଙ୍କ ଆଦର୍ଶ ମଧ୍ୟରେ ଲଢାଯାଉଛି । କଂଗ୍ରେସ 5 ରୁ 6 ଦଶନ୍ଧି ଧରି ଦେଶରେ କ୍ଷମତାରେ ରହିଛି । ବିଜେପି କେବଳ 10 ବର୍ଷ କାମ କରିଛି । ଏବେ ଉଭୟ ସରକାର ମଧ୍ୟରେ ତୁଳନା କରିବାର ସମୟ ଆସିଛି । ଲୋକେ ଦୁଇଟି ମଡେଲକୁ ତୂଳନା କରିବା ପରେ ନିଶ୍ଚିୟ ଭୋଟ ଦେବେ ।

ଏହା ମଧ୍ୟ ପଢନ୍ତୁ :- ଭାରି ପଡ଼ିଲା ପୁଅ ପ୍ରେମ, କଂଗ୍ରେସରୁ ବହିଷ୍କାର ହେଲେ ସୁର - Sura Routray expelled from Congress

2047 ଭିଜନକୁ ପୂରଣ କରିବା ପାଇଁ କାର୍ଯ୍ୟ ଆରମ୍ଭ ହୋଇସାରିଛି:- ଭାରତୀୟ ଅର୍ଥନୀତି ଉପରେ ମତ ରଖି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ‘‘2047 ଭିଜନକୁ ଦୃଷ୍ଟିରେ ରଖି ଓ ଏହାକୁ ପୂରଣ କରିବା ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇ ସାରିଛି । 2047 ସୁଦ୍ଧା ଭାରତ ବିକଶିତ ଦେଶରେ ପରିଣତ ହେବ । ଆସନ୍ତା 5 ବର୍ଷରେ ଦେଶର ବିଶ୍ବର 5 ଟ୍ରିଲିୟନ ଡଲାର ଅର୍ଥବ୍ୟବସ୍ଥାରେ ନିଶ୍ଚିୟ ପହଞ୍ଚିବ ।’’

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Apr 15, 2024, 8:01 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.