ETV Bharat / bharat

'ଭୟ କରନ୍ତୁ ନାହିଁ, ଦୌଡନ୍ତୁ ନାହିଁ' କାହିଁକି ଏମିତି କହିଲେ ପ୍ରଧାନମନ୍ତ୍ରୀ - PM Modi on Rahul Gandhi

author img

By ETV Bharat Odisha Team

Published : May 3, 2024, 3:24 PM IST

PM Modi in Bengal
PM Modi in Bengal (etv bharat)

PM Modi in Bengal: ଦିଦିଙ୍କ ଗଡରେ ମୋଦିଙ୍କ ରଣହୁଙ୍କାର । ରାହୁଲଙ୍କୁ ଟାର୍ଗେଟ କରି କଲେ କଟାକ୍ଷ । ଅଧିକ ପଢନ୍ତୁ

କୋଲକାତା: ଦିଦି ଗଡରେ ବର୍ଷିଲେ ମୋଦି । ରାହୁଲ ଗାନ୍ଧୀ ଏବଂ ସୋନିଆ ଗାନ୍ଧୀଙ୍କ ନାମ ନନେଇ ତାଙ୍କୁ ଟାର୍ଗେଟ କରିଛନ୍ତି । ପଶ୍ଚିମବଙ୍ଗର ବର୍ଦ୍ଧମାନ ରାଲିକୁ ସମ୍ବୋଧିତ କରିବା ସମୟରେ ରାହୁଲ ଗାନ୍ଧୀଙ୍କ ରାୟବରେଲୀ ଆସନକୁ ନେଇ କହିଛନ୍ତି, ଶେହେଜାଦେ ଜାଣିଛନ୍ତି ଯେ ସେ ୱାୟାନାଡରୁ ମଧ୍ୟ ହାରିବେ । ସେମାନେ ଭୟ କରୁଛନ୍ତି । କିନ୍ତୁ ମୁଁ ସେମାନଙ୍କୁ କହିବାକୁ ଚାହେଁ, 'ଭୟ କରନ୍ତୁ ନାହିଁ, ଦୌଡନ୍ତୁ ନାହିଁ ।'

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, "ମୁଁ ପୂର୍ବରୁ କହିଥିଲି ଯେ ଶେହଜାଦେ ୱାୟାନାଡରେ ହାରିଯିବେ । ପରାଜୟର ଭୟ ହେତୁ ସେ ଭୋଟ୍ ଶେଷ ହେବା ମାତ୍ରେ ଅନ୍ୟ ଆସନ ଖୋଜିବା ଆରମ୍ଭ କରିବେ । ପ୍ରଥମେ ସେ ଭୟଭୀତ ହୋଇ ଆମେଠୀରୁ ଦୌଡି ପଳାଇଥିଲେ ଏବଂ ବର୍ତ୍ତମାନ ରାୟବରେଲୀରେ ରାସ୍ତା ଖୋଜୁଛନ୍ତି । " ପ୍ରକାଶଥାଉକି କଂଗ୍ରେସ ରାୟବରେଲୀ ଏବଂ ଆମେଠୀ ପାଇଁ ପ୍ରାର୍ଥୀ ଘୋଷଣା କରିଛି । ରାହୁଲ ଗାନ୍ଧୀ ରାୟବରେଲୀରୁ ପ୍ରତିଦ୍ବନ୍ଦିତା କରିବାକୁ ଥିବା ବେଳେ କିଶୋରୀ ଲାଲ ଶର୍ମା ଆମେଠୀରୁ ଟିକଟ ପାଇଛନ୍ତି । ଦ୍ବିତୀୟ ପର୍ଯ୍ୟାୟ ମତଦାନ ସମୟରେ କେରଳର ୱାୟାନାଡ୍ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ।

ଏହା ମଧ୍ୟ ପଢନ୍ତୁ: ରାୟବରେଲୀରୁ ଲଢ଼ିବେ ରାହୁଲ ଗାନ୍ଧୀ: ନାମାଙ୍କନ ପାଇଁ ପହଞ୍ଚିଲେ, ସାଥିରେ ସୋନିଆ-ପ୍ରିୟଙ୍କା - Lok Sabha Election 2024

ରାହୁଲଙ୍କୁ ମୋଦିଙ୍କ ଟାର୍ଗେଟ: ସୋନିଆ ଗାନ୍ଧୀଙ୍କୁ ଟାର୍ଗେଟ କରି ପ୍ରଧାନମନ୍ତ୍ରୀ କହିଛନ୍ତି, "ବର୍ତ୍ତମାନ ନା ଜନମତର ଆବଶ୍ୟକତା ରହିଛି ନା ଏକଜିଟ ପୋଲର ଆବଶ୍ୟକତା ରହିଛି । ମୁଁ ପୂର୍ବରୁ ସଂସଦରେ କହିଥିଲି ଯେ ସେମାନଙ୍କର ସବୁଠାରୁ ବଡ ନେତା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ । ସେ ଏହି ନିର୍ବାଚନରୁ ଦୌଡି ଯାଇ ରାଜସ୍ଥାନରୁ ରାଜ୍ୟସଭା ଯିବେ । ଏହି ଲୋକମାନେ ସମସ୍ତଙ୍କୁ କହନ୍ତି ଭୟ କରନାହିଁ । କିନ୍ତୁ ମୁଁ ସେମାନଙ୍କୁ ସମାନ ଭାବେ କହିବି ଯେ, ଭୟ କର ନାହିଁ । ଦୌଡନ୍ତୁ ନାହିଁ ।"

ମୁଁ ମୌଜ କରିବା ପାଇଁ ଜନ୍ମ ହୋଇନାହିଁ: ଦଶବାସୀ ମୋତେ ବହୁତ ଆର୍ଶିବାଦ ଦେଇଛନ୍ତି । ଏତେ ଆର୍ଶିବାଦ ମିଳୁଛି ଯେ, ଏହା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ମୁଁ ମୌଜ କରିବା ପାଇଁ ଜନ୍ମ ହୋଇନାହିଁ । ମୁଁ ନିଜ ପାଇଁ ବଞ୍ଚିବାକୁ ଚାହେଁ ନାହିଁ । ମୁଁ 140 କୋଟି ଦେଶବାସୀଙ୍କ ସେବା କରିବା ପାଇଁ ସଂକଳ୍ପ ନେଇଛି ବୋଲି କହିଲେ ପ୍ରଧାନମନ୍ତ୍ରୀ ।

ମୁଁ ଗରିବୀରୁ ବାହାରକୁ ଆସିଛି, ତେଣୁ ଡରିବା ମୋର ଡିକ୍ସନାରୀରେ ନାହିଁ : ଟିଏମସି ଏବଂ କଂଗ୍ରେସକୁ ଟାର୍ଗେଟ କରି ପ୍ରଧାନମନ୍ତ୍ରୀ କହିଛନ୍ତି, "ଯଦିଓ ଟିଏମସି, ବାମପନ୍ଥୀ ଏବଂ କଂଗ୍ରେସ କହୁଛନ୍ତି ଯେ ମୋଦିଙ୍କୁ ଗୁଳି କରି ମାରିଦିଅ, ତଥାପି ମୁଁ ଭୟ କରୁନାହିଁ । ମୁଁ ଦାରିଦ୍ର୍ୟରୁ ବାହାରି ଆସିଛି ତେଣୁ ଭୟ ମୋର ଡିକ୍ସନାରୀରେ ନାହିଁ । ତୁମେ ମୋତେ ଯେତେ ଘୃଣା କରିବ, ତୁମେ ମୋତେ ଅଧିକ ଦୁର୍ବ୍ୟବହାର କରିବ, ମୁଁ ମୋର ଦେଶବାସୀଙ୍କୁ ଅଧିକ ସେବା କରିବି ।"

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.