ETV Bharat / bharat

ମିଶନ ଦିବ୍ୟାସ୍ତ୍ର: ଅଗ୍ନୀ-5ର କ୍ଷେପଣାସ୍ତ୍ର ପ୍ରଥମ ପରୀକ୍ଷଣ ସଫଳ, DRDOକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

author img

By ETV Bharat Odisha Team

Published : Mar 11, 2024, 8:01 PM IST

ମିଶନ ଦିବ୍ୟାସ୍ତ୍ର: ଅଗ୍ନୀ-5ର କ୍ଷେପଣାସ୍ତ୍ର ସଫଳ ପରୀକ୍ଷଣ, DRDOକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା
ମିଶନ ଦିବ୍ୟାସ୍ତ୍ର: ଅଗ୍ନୀ-5ର କ୍ଷେପଣାସ୍ତ୍ର ସଫଳ ପରୀକ୍ଷଣ, DRDOକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

First Flight Test Of Agni-5 M: ଧାମରା ନିକଟବର୍ତ୍ତୀ ଅବଦୁଲ କଲାମ ଦ୍ବୀପରୁ ସଫଳତାର ସହ ପରୀକ୍ଷଣ ହେଲା MIRV ଜ୍ଞାନକୌଶଳ ସହ ଅଗ୍ନୀ-5 କ୍ଷେପଣାସ୍ତ୍ର । 5 ହଜାର କି.ମି ପର୍ଯ୍ୟନ୍ତ କରିପାରିବ ଲକ୍ଷ୍ୟଭେଦ । ଅଧିକ ପଢନ୍ତୁ

ବାଲେଶ୍ବର: ସମ୍ପୂର୍ଣ୍ଣ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଅନ୍ତଃ-ମହାଦେଶୀୟ ବାଲିଷ୍ଟିକ କ୍ଷେପଣାସ୍ତ୍ର ଅଗ୍ନୀ-5ର ଆଜି ସଫଳ ପରୀକ୍ଷଣ ହୋଇଛି । ଆଜି ଅପରାହ୍ନରେ ଡିଆରଡିଓ ଭଦ୍ରକ ଜିଲ୍ଲା ଧାମରା ନିକଟବର୍ତ୍ତୀ ଅବଦୁଲ୍ଲ କଲାମ ଦ୍ବୀପରୁ ସଫଳତାର ସହିତ ଅଗ୍ନୀ-5 କ୍ଷେପଣାସ୍ତ୍ରକୁ ପରୀକ୍ଷଣ କରିଛି । ପରୀକ୍ଷଣ ସଫଳ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ମିଶନ ଦିବ୍ୟାସ୍ତ୍ର’ ଓ ଡିଆରଡିଓ ବୈଜ୍ଞାନିକଙ୍କୁ ପ୍ରସଂଶା କରିଛନ୍ତି । ଏହି ସଫଳ ପରୀକ୍ଷଣ ଓ ବୈଜ୍ଞାନିକଙ୍କ ପାଇଁ ଆମେ ଆଜି ଗର୍ବିତ ବୋଲି ପ୍ରଧାନମନ୍ତ୍ରୀ ମୋଦି ଟ୍ବିଟ୍‌ କରିଛନ୍ତି ।

ଅଗ୍ନୀ-5 କ୍ଷେପଣାସ୍ତ୍ରକୁ Multiple Independently Targetable Re-entry Vehicle ବା MIRV କ୍ଷେପଣାସ୍ତ୍ର ବୋଲି ମଧ୍ୟ କୁହାଯାଏ । ଏହା ଏକ ଶକ୍ତିଶାଳୀ ତଥା ଦୂରଗାମୀ କ୍ଷେପଣାସ୍ତ୍ର ପ୍ରଣାଳୀ । ଏହା ସର୍ବାଧିକ 5ହଜାର କି.ମି ଦୂରତା ପର୍ଯ୍ୟନ୍ତ ଟାର୍ଗେଟକୁ ଲକ୍ଷ୍ୟଭେଦ କରିପାରିବ । ଏଥିରେ 1,500 କିଲୋଗ୍ରାମ ପର୍ଯ୍ୟନ୍ତ ଉଭୟ ପାରମ୍ପରିକ ଓ ଆଣବିକ ଯୁଦ୍ଧାସ୍ତ୍ର ବ୍ୟବହାର କରାଯାଇ ପାରିବ । ଏହାର ଲକ୍ଷ୍ୟକ୍ଷେଦ କ୍ଷମତା ଦୁଇ ପଡୋଶୀ ଶତ୍ରୁ ଚୀନ ଓ ପାକିସ୍ତାନର କୌଣସି ଅଞ୍ଚଳକୁ ଟାର୍ଗେଟ କରିବାରେ ସମ୍ପୂର୍ଣ୍ଣ ସକ୍ଷମ ।

ଏହାର ଓଜନ 5,600 କିଲୋଗ୍ରାମ ଥିବାବେଳେ ଲମ୍ବ 17.5 ମିଟର, ମୋଟେଇ 2 ମିଟର ରହିଛି । ଅଗ୍ନୀ-5 କ୍ଷେପଣାସ୍ତ୍ର ଘଣ୍ଟାପ୍ରତି ବେଗ 30,600 କିଲୋମିଟର ରହିଛି ।ଆଜିର ସଫଳ ପରୀକ୍ଷଣ ପରେ ଭାରତ ପ୍ରତିରକ୍ଷା ଓ କ୍ଷେପଣାସ୍ତ୍ର ପ୍ରଣାଳୀରେ ଭିନ୍ନ ରେକର୍ଡର ଅଧିକାରୀ ହୋଇଛି । ପୂର୍ବରୁ ଏହି MIRV କ୍ଷେପଣାସ୍ତ୍ର ପ୍ରଣାଳୀ କେବଳ ଆମେରିକା, ବ୍ରିଟେନ, ଋଷ, ଫ୍ରାନ୍ସ ଓ ଚୀନ ପରି ଶକ୍ତିଶାଳୀ ଦେଶଙ୍କ ନିକଟରେ ଥିଲା । ଏହି ଶକ୍ତିଶାଳୀ ରାଷ୍ଟ୍ରଙ୍କ କ୍ଲବରେ ଏବେ ଭାରତ ମଧ୍ୟ ନିଜର ପରିଚୟ ଯୋଡିଛି ।

ଏହା ମଧ୍ୟ ପଢନ୍ତୁ :- ନିର୍ବାଚନ ପୂର୍ବରୁ ମୋଦି ସରକାରଙ୍କ ବଡ ଘୋଷଣା, ସାରା ଦେଶରେ ଲାଗୁ ହେଲା CAA

ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆରଡିଓ) କ୍ଷେପଣାସ୍ତ୍ର ପ୍ରଣାଳୀ କ୍ଷେତ୍ରରେ ନିକଟ କିଛି ବର୍ଷ ମଧ୍ୟରେ ଅନେକ ଐତିହାସିକ ସଫଳତା ହାସଲ କରିଛି । ଅଗ୍ନୀ, ବ୍ରହ୍ମୋସ, ପୃଥ୍ବୀ ପରି ଦୂରଗାମୀ ବାଲିଷ୍ଟିକ କ୍ଷେପଣାସ୍ତ୍ର ସହ ଆକାଶ, ପ୍ରହାର, ପିନାକ ପରି ମଧ୍ୟମ ଓ ସ୍ବଳ୍ପଗାମୀ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ମଧ୍ୟ କରିସାରିଛି ଡିଆରଡିଓ । ଏହି ପ୍ରଣାଳୀ ମଧ୍ୟରୁ ଅନେକ ଭାରତୀୟ ତିନି ସେନାରେ ସାମିଲ ମଧ୍ୟ ହାଇସାରିଛି । ଏହାସହ ଏହି କ୍ଷେପଣାସ୍ତ୍ର ପ୍ରଣାଳୀଗୁଡିକର ନିୟମିତ ଅପଗ୍ରେଡେସନ ମଧ୍ୟ ଜାରି ରହିଛି । ବିଶେଷ ଭାବେ ଓଡିଶା ଉପକୂଳରେ ଥିବା ବାଲେଶ୍ବରର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟି ଓ ଧାମରା ନିକଟବର୍ତ୍ତୀ ଅବଦୁଲ୍ଲ କଲାମ ଦ୍ବୀପରୁ ନିୟମିତ କ୍ଷେପଣାସ୍ତ୍ର ପରୀକ୍ଷଣ ଜାରି ରଖିଛି ଡିଆରଡିଓ ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.