ETV Bharat / bharat

ଚୀନରୁ ପାକିସ୍ତାନ ଯାଉଥିବା ଜାହାଜ ମୁମ୍ବାଇରେ ଅଟକ, ପରମାଣୁ ସାମଗ୍ରୀ ଥିବା ସନ୍ଦେହ

author img

By ETV Bharat Odisha Team

Published : Mar 3, 2024, 8:09 AM IST

Pakistan bound ship stopped at Mumbai port: ପରମାଣୁ ଓ ବାଲାଷ୍ଟିକ ମିସାଇଲ କାର୍ଯ୍ୟରେ ବ୍ୟବହୃତ ସାମଗ୍ରୀ ଚାଲାଣ ସନ୍ଦେହରେ ଚୀନରୁ ପାକିସ୍ତାନ ଯାଉଥିବା ଏକ ବାଣିଜ୍ୟିକ ଜାହାଜ ମୁମ୍ବାଇରେ ଅଟକ । ଅଧିକ ପଢନ୍ତୁ

ଚୀନରୁ ପାକିସ୍ତାନ ଯାଉଥିବା ଜାହାଜ ମୁମ୍ବାଇରେ ଅଟକ
ଚୀନରୁ ପାକିସ୍ତାନ ଯାଉଥିବା ଜାହାଜ ମୁମ୍ବାଇରେ ଅଟକ

ମୁମ୍ବାଇ: ଚୀନରୁ ପାକିସ୍ତାନ ଯାଉଥିବା ଏକ ବାଣିଜ୍ୟିକ ଜାହାଜକୁ ମାସେ ତଳେ ମୁମ୍ବାଇ ବନ୍ଦରରେ ଅଟକ ରଖାଯାଇଛି । ଏହି ଜାହାଜରେ ପଡୋଶୀ ପାକିସ୍ତାନର ପରମାଣୁ ଓ ବାଲାଷ୍ଟିକ ମିସାଇଲ କାର୍ଯ୍ୟକ୍ରମରେ ବ୍ୟବହାର ପାଇଁ ସାମଗ୍ରୀ ଚାଲାଣ ହେଉଥିବା ସନ୍ଦେହରେ ଏହାକୁ ମୁମ୍ବାଇ ନୱା ଶେୱା ବନ୍ଦରରେ ରୋକାଯାଇଛି । ଏହିସବୁ ସାମଗ୍ରୀ ପାକିସ୍ତାନ ନିଜର ପରମାଣୁ କାର୍ଯ୍ୟ ପାଇଁ ବ୍ୟବହାର କରିପାରେ ବୋଲି ଡିଆରଡିଓ ଅଧିକାରୀମାନେ ଆଶଙ୍କା ବ୍ୟକ୍ତି କରିଛନ୍ତି । ଏହି ସାମଗ୍ରୀଗୁଡିକ ସମ୍ପର୍କରେ ଅଧିକ ଖୋଳତାଡ଼ କରାଯାଉଛି ।

ଗତ ଜାନୁଆରୀ ୨୩ରେ ସିଏମଏ ସିଜିଏମ ଆଟ୍ଟିଲା ନାମକ ଏହି ବାଣିଜ୍ୟିକ ଜାହାଜକୁ ମୁମ୍ବାଇ ବନ୍ଦରରେ ଅଟକ ରଖାଯାଇଥିଲା । ଜାହାଜଟି କରାଚୀ ଯାଉଥିବା ବେଳେ ଏଥିରେ ମାଲ୍‌ଟା ଦେଶରେ ପତାକା ଲାଗିଥିଲା । ସୁରକ୍ଷା ଏଜେନ୍ସିମାନେ ନୱା ଶେୱା ବନ୍ଦରରେ ଜାହଜକୁ ଅଟକ ରଖି ଛାନଭିନ କରିଥିଲେ । ଗବେଷଣା ଓ ବିକାଶ ସଂଗଠନ (ଡିଆରଡିଓ)ର ଟିମ୍ ମଧ୍ୟ ପହଞ୍ଚି ଜାହାଜରେ ଚାଲାଣ ହେଉଥିବା ସାମଗ୍ରୀର ଟିକନିକ ଯାଞ୍ଚ କରିଥିଲେ । ଯାହାପରେ ଏହିସବୁ ସାମଗ୍ରୀ ପରମାଣୁ ଓ ବାଲିଷ୍ଟିକ ମିଶାଇଲ କାର୍ଯ୍ୟ ପାଇଁ ବ୍ୟବହାର ହେଉଥିବା ଜଣାପଡିଥିଲା ।

ସନ୍ଦିଗ୍ଧ ସାମଗ୍ରୀ ମଧ୍ୟରେ କମ୍ପ୍ୟୁଟର ନ୍ୟୁମେରିକାଲ ମେସିନ(CNC) ରହିଥିଲା, ଯାହାକି ପାକିସ୍ତାନର ପରମାଣୁ କାର୍ଯ୍ୟକ୍ରମର ବ୍ୟବହାର ପାଉଁ ଯାଉଥିବା ସ୍ପଷ୍ଟ କରିଥିଲା । କାରଣ ଉତ୍ତର କୋରିଆ ମଧ୍ୟ ନିଜର ପରମାଣୁ କାର୍ଯ୍ୟକ୍ରମରେ ସିଏନସିର ବ୍ୟବହାର କରୁଛି । ସିଏନସି ଅନ୍ତର୍ଜାତୀୟ ରାଜିନାମା ୱାସେନାର ଆରେଞ୍ଜେଣ୍ଟ ଦ୍ବାରା ପରିଚାଳିତ । ଏହା ଉଭୟ ସାମରିକ ଓ ବେସାମରିକ କ୍ଷେତ୍ରରେ ବ୍ୟବହାର ହେଉଥିବା ଉପକରଣର ପ୍ରସାରଣକୁ ରୋକିଥାଏ । ତେବେ ଚୀନରୁ ବେଆଇନ ଭାବେ ଏହିସବୁ ପରମାଣ ଓ ମିଶାଇଲ କାର୍ଯ୍ୟରେ ବ୍ୟବହାର ହେଉଥିବା ସାମଗ୍ରୀ ପାକିସ୍ତାନ ଚାଲାଣ ନେଇ ଚିନ୍ତା ପ୍ରକାଶ ପାଇଛି । ମାସକ ପରେ ଏବେ ଏହି ଘଟଣା ସାମ୍ନାକୁ ଆସିଛି ।

ଏହା ମଧ୍ୟ ପଢନ୍ତୁ: ପାକିସ୍ତାନରେ ହେବ PPP-PMLN ସରକାର: ଶେହବାଜ ପ୍ରଧାନମନ୍ତ୍ରୀ-ଜର୍ଦ୍ଦାରୀ ରାଷ୍ଟ୍ରପତି, ଘୋଷଣା କଲେ ବିଲାୱଲ୍ ଭୁଟ୍ଟୋ

ଏହା ମଧ୍ୟ ପଢନ୍ତୁ: ଭାରତ ଆସୁଥିବା ତୈଳ ଜାହାଜକୁ ଲୋହିତ ସାଗରରେ ମିସାଇଲ ମାଡ !

ଏହି ଘଟଣାରେ ଏବେ ବି ଖୋଳତାଡ଼ ଜାରି ରହିଛି । ଏହିସବୁ ସାମଗ୍ରୀ ଗୁଡିକ ସହ ପାକିସ୍ତାନର ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନର ସମ୍ପର୍କ ଅଛି ନା ନାହିଁ ସେ ଦିଗରେ ତଦନ୍ତ କରାଯାଉଛି । ତେବେ ଭାରତ ପୂର୍ବରୁ ମଧ୍ୟ ଚୀନରୁ ପାକିସ୍ତାନ ଯାଉଥିବା ଏଭଳି ସନ୍ଦିଗ୍ଧ ସାମଗ୍ରୀ ଜବତ କରିସାରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.