ETV Bharat / international

ପାକିସ୍ତାନରେ ହେବ PPP-PMLN ସରକାର: ଶେହବାଜ ପ୍ରଧାନମନ୍ତ୍ରୀ-ଜର୍ଦ୍ଦାରୀ ରାଷ୍ଟ୍ରପତି, ଘୋଷଣା କଲେ ବିଲାୱଲ୍ ଭୁଟ୍ଟୋ

author img

By ETV Bharat Odisha Team

Published : Feb 21, 2024, 10:31 AM IST

Updated : Feb 21, 2024, 10:36 AM IST

Coalition Govt Likely in Pakistan: ପାକିସ୍ତାନରେ ହେବ ମେଣ୍ଟ ସରକାର। ଦୀର୍ଘ ଦିନ ଧରି ଜାରି ରହିଥିବା କଳ୍ପନା ଜଳ୍ପନାର ଅନ୍ତ ଘଟିଛି । କିଏ ହେବେ ପ୍ରଧାନମନ୍ତ୍ରୀ ଜାଣନ୍ତୁ,

ପାକିସ୍ତାନରେ ମେଣ୍ଟ ସରକାର
ପାକିସ୍ତାନରେ ମେଣ୍ଟ ସରକାର

ଇସଲାମାବାଦ: ଛିଣ୍ଡିଲା ପାକିସ୍ତାନରେ ରାଜନୈତକ ଅଙ୍କ। ଦୀର୍ଘ ଦିନ ଧରି ଜାରି ରହିଥିବା କଳ୍ପନା ଜଳ୍ପନାର ଅନ୍ତ ହୋଇଛି। ପାକିସ୍ତାନରେ ହେବ ମେଣ୍ଟ ସରକାର। ଆଉ ଦ୍ବିତୀୟ ଥର ପାଇଁ ପ୍ରଦାନମନ୍ତ୍ରୀ ହେବେ ସେହବାଜ ସରିଫ। ଆଉ ଆସିଫ ଅଲ୍ଲି ଜର୍ଦ୍ଦାରୀ ହେବେ ରାଷ୍ଟ୍ରପତି । ଏନେଇ ସାମ୍ବାଦିକ ସମ୍ମିଳନୀ କରି ଘୋଷଣା କରିଛନ୍ତି ପିପିପି ଅଧ୍ୟକ୍ଷ ବିଲାୱଲ ଭୁଟ୍ଟୋ । ଶେଷରେ ମିଳିତ ସରକାର ଗଢିବାକୁ ସହମତି ପ୍ରକାଶ କରିଛନ୍ତି ପାକିସ୍ତାନ ପିପୁଲ୍ସ ପାର୍ଟି (PPP) ଓ ପାକିସ୍ତାନ ମୁସଲିମ ଲିଗ୍-ନୱାଜ (PMLN)। ଏନେଇ ପ୍ରେସମିଟରେ ଘୋଷଣା କରିଛନ୍ତି ପିପିପି ଅଧ୍ୟକ୍ଷ ବିଲାୱଲ ଭୁଟ୍ଟୋ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଦୁଇ ଦଳ ମଧ୍ୟରେ ଆଲୋଚନା ଚାଲିଛି । ଆଲୋଚନା ପରେ ସମସ୍ତଙ୍କ ସହମତି ଭିତ୍ତିରେ ବିଭାଗ ବଣ୍ଟନ ହେବ ।

ସେ କହିଛନ୍ତି, "ପାକିସ୍ତାନ ପିପୁଲ୍ସ ପାର୍ଟି ଓ ପାକିସ୍ତାନ ମୁସଲିମ ଲିଗ୍-ନୱାଜ ଦଳ ଏବେ ସଂଖ୍ୟା ଗରିଷ୍ଠତା ହାସଲ କରିଛି । ଯାହା କି ସରକାର ଗଢିବା ପାଇଁ ପର୍ଯ୍ୟାପ୍ତ ଅଟେ।" ଏହି ମିଳିତ ସରକାର ପ୍ରତି ସମସ୍ତଙ୍କ ସମର୍ଥନ ରହିବ ବୋଲି ଆଶା ବ୍ୟକ୍ତ କରିଛନ୍ତି ପିପିପି ଅଧ୍ୟକ୍ଷ ବିଲାୱଲ ଭୁଟ୍ଟୋ । ସେପଟେ ନିର୍ବାଚନୀ ଫଳାଫଳ ଘୋଷଣାକୁ 12 ଦିନ ବିତିଥିବାବେଳେ ସଂଶୟ ଲାଗି ରହିଥିଲେ । ପ୍ରଧାନମନ୍ତ୍ରୀ କିଏ ହେବେ ସେନେଇ ଲାଗି ରହିଥିବା ଦ୍ବନ୍ଦ୍ବ ଦୂର ହୋଇଛି । ସେହବାଜ ସରିଫ ଦ୍ବିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବାକୁ ଯାଉଥିବାବେଳେ ଜର୍ଦ୍ଦାରୀ ମଧ୍ୟ ଦ୍ବିତୀୟ ଥର ପାଇଁ ରାଷ୍ଟ୍ରପତି ଭାର ସମ୍ଭାଳିବେ।

ଏହା ମଧ୍ୟ ପଢନ୍ତୁ...ପାକିସ୍ତାନ ନିର୍ବାଚନ ଫଳାଫଳ, କଣ ପଡିବ ଭାରତ ଉପରେ ପ୍ରଭାବ

ଫେବୃଆରୀ ୮ରେ ଫଳାଫଳ ପ୍ରକାଶ ପାଇଥିବା ବେଳେ, ଦୀର୍ଘ ଦିନ ଧରି ପାକିସ୍ତାନ ରାଜନୀତିରେ ଏକ ପ୍ରକାର ଅଚଳାବସ୍ଥା ଲାଗି ରହିଥିଲା। ବିଶେଷ କରି ସାଧାରଣ ନିର୍ବାଚନ ପରେ ଅଧିକ ଅଶାନ୍ତ ହୋଇଥିଲା ପାକିସ୍ତାନ । କୌଣସି ଦଳ ସଂଖ୍ୟା ଗରିଷ୍ଠତା ହାସଲ କରିନଥିବାବେଳେ କିଏ ସରକାର ଗଢିବ ସେନେଇ ଛକାପଞ୍ଝା ଜାରି ରହିଛି । 265ଟି ଆସନ ପାଇଁ ଭୋଟିଂ ହୋଇଥିବା ବେଳେ ସେଥିମଧ୍ୟରୁ ଇମ୍ରାନ ଖାନଙ୍କ ପିଟିଆଇ ସମର୍ଥିତ ପ୍ରାର୍ଥୀମାନେ ସର୍ବାଧିକ 101ଟି ଆସନ ହାସଲ କରିଥିଲେ। ଏହାପଛକୁ ନୱାଜ ଶରିଫଙ୍କ ପିଏମଏଲ-ଏନ ପାର୍ଟି 74, ବିଲାଓ୍ୱାଲ ଭୁଟ୍ଟୋ ଜର୍ଦ୍ଦାରୀଙ୍କ ଦଳ ପାକିସ୍ତାନ ପିପୁଲ୍ସ ପାର୍ଟି 54ଟି ଆସନରେ ଜିତ୍ ହାସଲ କରିଥିଲେ। ହେଲେ କୌଣସି ଦଳ ସରକାର ଗଢିବା ପାଇଁ ମ୍ୟାଜିକ ନମ୍ବର ହାସଲ କରିନଥିବାବେଳେ ମେଣ୍ଟ ସରକାର ହେବା ନେଇ ଚର୍ଚ୍ଚା ହୋଇଆସୁଥିଲା ।

Last Updated : Feb 21, 2024, 10:36 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.