ମୁମ୍ବାଇ ଆକ୍ରମଣକୁ ନେଇ ୟୁପିଏ ସରକାରକୁ ଟାର୍ଗେଟ କଲେ ଜୟଶଙ୍କର, କହିଲେ ଏଥିପାଇଁ ହୋଇନଥିଲା କାର୍ଯ୍ୟାନୁଷ୍ଠାନ - Mumbai Attacks

author img

By ETV Bharat Odisha Team

Published : Apr 24, 2024, 8:05 AM IST

Jaishankar
Jaishankar ()

Jaishankar Claims UPA Govt: ମୁମ୍ବାଇ ଆକ୍ରମଣକୁ ନେଇ ୟୁପିଏ ସରକାର ବିରୋଧରେ ଆରୋପ ଲଗାଇଲେ ବୈଦିଶକ ମନ୍ତ୍ରୀ ଏସ୍ ଜୟଶଙ୍କର । କଣ ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିଲା ସେନେଇ କହିଲେ କାରଣ..

ହାଇଦ୍ରାବାଦ: 2008 ମସିହାରେ ହୋଇଥିବା ମୁମ୍ବାଇ ଆକ୍ରମଣ ଆଜି ବି ମନରୁ ଲିଭିନି । ଘଟଣାକୁ 15 ବର୍ଷ ବିତିଯାଇଥିଲେ ହେଁ ଆଖି ଆଗରେ ନାଚି ଉଠୁଛି ସେହି କଳା କାହାଣୀ । ତେବେ ମୁମ୍ବାଇରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ନେଇ ତତ୍କାଳୀନ ୟୁପିଏ ସରକାରଙ୍କ ଉପରେ ଆରୋପ ଲଗାଇଛନ୍ତି ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ।

ହାଇଦ୍ରାବାଦରେ ଆୟୋଜିତ ଫରେନ ପଲିସି ଦ ଇଣ୍ଡିଆ ଓ୍ବେ ଫ୍ରମ ଡିଟ୍ରଷ୍ଟ ଟୁ କନଫିଡେନ୍ସରେ(Foreign Policy the India Way: From Diffidence to Confidence) ନାମକ ଏକ ଅଧିବେଶନକୁ ସମ୍ବୋଧିତ କରି ବୈଦେଶିକ ମନ୍ତ୍ରୀ ଦାବି କରି କହିଛନ୍ତି, 2008 ମସିହାରେ ମୁମ୍ବାଇରେ ଯେଉଁ ଆତଙ୍କବାଦୀ ଆକ୍ରମଣ ହୋଇଥିଲା ଏବଂ ପାକିସ୍ତାନର ସମ୍ପୃକ୍ତି ସ୍ପଷ୍ଟ ଭାବେ ନଜର ଆସିଥିଲା । ସେହି ସମୟରେ ସରକାର ଏହା ବିରୋଧରେ କୌଣସି ପ୍ରକାର ପଦକ୍ଷେପ ନଉଠାଇବା ପାଇଁ ନିଷ୍ପତ୍ତି ନେଇଥିଲେ । କାଗଣ ସେହି ସରକାର ଭାବୁଥିଲେ ପାକିସ୍ତାନ ଉପରେ ଆକ୍ରମଣ ନକରିବାର ପରିଣତି ଠାରୁ ଆକ୍ରମଣ କଲେ ଅଧିକ ଆମକୁ ମହଙ୍ଗା ପଡିବ ।

ଏହା ମଧ୍ୟ ପଢନ୍ତୁ: 26/11 ଆତଙ୍କୀ ଆକ୍ରମଣକୁ 15 ବର୍ଷ: ଆଜି ବି ମନରୁ ଲିଭିନି କାଳରାତି ଛାତିଥରା କାହାଣୀ

ତେବେ ନିଜ ସମ୍ବୋଧନରେ ଜୟଶଙ୍କର ଭାରତକୁ ବୈଶ୍ବିକ ଦକ୍ଷିଣ ଦେଶର ସ୍ବର ବୋଲି ବର୍ଣ୍ଣନା କରିଛନ୍ତି । ସେ କହିଛନ୍ତି, ଆଜି ଗ୍ଲୋବାଲ ସାଉଥର ପ୍ରାୟ 125ଟି ଦେଶ ବିଶ୍ବରେ ନିଜର ମୁଦ୍ଦାକୁ ନେଇ ଭାରତ ଆଡକୁ ଚାହିଁଥାନ୍ତି । ଏହାସହ ଭାରତ ଉପରେ ବିଶ୍ବାସ ମଧ୍ୟ କରିଥାନ୍ତି । ତେବେ ଏହି ସମ୍ମିଳନୀରେ ସେ ଇସ୍ରାଇଲକୁ ନେଇ ମଧ୍ୟ ଆଲୋଚନା କରିଥିଲେ । ସେ କହିଛନ୍ତି, ଇସ୍ରାଇଲ ଭଲି ଦେଶ ଯିଏକି 1948 ମସିହାରେ ସ୍ବାଧୀନ ହୋଇଥିଲା, କିନ୍ତୁ 1992 ପର୍ଯ୍ୟନ୍ତ ସେଠାରେ କୌଣସି ପ୍ରକାର ଭାରତୀୟ ଦୂତବାସ ନଥିଲା । ଇସ୍ରାଇଲ ଗସ୍ତ କରିବାରେ ପ୍ରଧାନମନ୍ତ୍ରୀ ହେଉଛନ୍ତି ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ । ଗତ କିଛି ବର୍ଷ ମଧ୍ୟରେ ଭୋଟ୍ ବ୍ୟାଙ୍କ ଭାରତର ବୈଦେଶିକ ନୀତି ଉପରେ ପ୍ରଭାବ ପକାଇଛି ବୋଲି ବିରୋଧୀଙ୍କୁ ଟାର୍ଗେଟ କରି କହିଛନ୍ତି ବୈଦେଶିକ ମନ୍ତ୍ରୀ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, "ପରିବର୍ତ୍ତିତ ସମାଜ ପାଇଁ ଆମକୁ ସର୍ବଦା ପ୍ରସ୍ତୁତ ରହିବାକୁ ହେବ । ଏଭଳି ଏକ ଦୁନିଆ ଏଠାରେ ଏନେକ ଭୁଲ ହୋଇପାରେ । ଖୁବ୍ କମ୍ ସମୟ ମଧ୍ୟରେ ପ୍ରତିକ୍ରିୟା କରିବାକୁ ଆମର ଏକ ସ୍ଥାୟୀ କ୍ଷମତା ରହିବା ଆବଶ୍ୟକ । ଏହାସହ ଆମକୁ ନିଜ ସୀମାକୁ ମଜଭୁତ କରିବାକୁ ହେବ । ଏଥିପାଇଁ ଆମକୁ ଅନେକ ହୋମଓ୍ବାର୍କର ଆବଶ୍ୟକତା ରହିଛି । ଆମକୁ ସେନାର ସମର୍ଥନ ଆବଶ୍ୟକ । ଆମକୁ ସେନାବାହିନୀର ସମର୍ଥନ କରିବାକୁ ହେବ, ଯାହା ଦ୍ବାରା ସୀମାରେ ମୁକାବିଲା ସହଜ ହୋଇପାରିବ ।"

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.