ETV Bharat / bharat

'ଅର୍ଥମନ୍ତ୍ରୀଙ୍କ ପାଖରେ ନାହିଁ ଅର୍ଥ, ଲଢ଼ିବେନି ଲୋକସଭା ନିର୍ବାଚନ' - LOK SABHA ELECTION 2024

author img

By ETV Bharat Odisha Team

Published : Mar 28, 2024, 9:05 AM IST

Updated : Mar 28, 2024, 10:40 AM IST

Nirmala Sitharaman says, she has no money to contest lok sabha election
Nirmala Sitharaman says, she has no money to contest lok sabha electionharat

No money to contest Election: ଲୋକସଭା ନିର୍ବାଚନ ଲଢିବାକୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ପାଖରେ ଟଙ୍କା ନାହିଁ । ଖୋଦ୍ ନିଜେ ଏମିତି କହିଲେ ଅର୍ଥମନ୍ତ୍ରୀ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଏଥର ନିର୍ବାଚନ ଲଢିବେନି ଦେଶର ଅର୍ଥମନ୍ତ୍ରୀ ସୀତାରମଣ । କାରଣ ଲୋକସଭା ନିର୍ବାଚନ ଲଢିବାକୁ ଅର୍ଥମନ୍ତ୍ରୀଙ୍କ ପାଖରେ ଟଙ୍କା ନାହିଁ । ପର୍ଯ୍ୟାପ୍ତ ପାଣ୍ଠି ନଥିବା ଯୋଗୁଁ ସେ ବିଜେପିର ଟିକେଟ୍ ଅଫର ପ୍ରତ୍ୟାଖାନ କରିଛନ୍ତି ଏବଂ ନିର୍ବାଚନ ଲଢିବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି । ଏକଥା ଆମେ କହୁନୁ, ଖୋଦ୍ ନିର୍ମଳା ସୀତାରମଣ ଏହା କହିଛନ୍ତି । ତାଙ୍କୁ ଆନ୍ଧ୍ରପ୍ରଦେଶ ନଚେତ୍ ତାମିଲନାଡୁରୁ ଲୋକସଭା ନିର୍ବାଚନ ଲଢିବାକୁ ଦଳ ପ୍ରସ୍ତାବ ଦେଇଥିବା ବେଳେ ଟଙ୍କା ନଥିବା ଯୋଗୁଁ ସେ ପ୍ରତିଦ୍ବନ୍ଦିତା କରିବାକୁ ମନା କରିଦେଇଥିବା ଜଣାଇଛନ୍ତି ।

ବୁଧବାର TIMES NOW ସମ୍ମିଳନୀରେ ଅର୍ଥମନ୍ତ୍ରୀ ସୀତାରମଣ କହିଛନ୍ତି, ''ନିର୍ବାଚନ ଲଢିବାକୁ ମୋତେ ଯେଉଁ ପ୍ରସ୍ତାବ ଦିଆଯାଇଥିବା ମୁଁ ତାକୁ ପ୍ରତ୍ୟାଖାନ କରିଛି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଆନ୍ଧ୍ରପ୍ରଦେଶ ଅଥବା ତାମିଲନାଡୁର ନିର୍ବାଚନ ଲଢିବାକୁ ମୋତେ ପ୍ରସ୍ତାବ ଦେଇଥିଲେ । ଟିକେଟ ଅଫର ମିଳିବା ପରେ ମୁଁ ୭ରୁ ୧୦ ଦିନ ଚିନ୍ତା କରିଥିଲି । ଏହାପରେ ନିର୍ବାଚନ ଲଢିବାକୁ ମନା କରିଦେଇଥିଲି । କାରଣ ଲୋକସଭା ନିର୍ବାଚନ ଲଢିବାକୁ ଯେତିକି ଅର୍ଥ ଦରକାର ତାହା ମୋ ପାଖରେ ନାହିଁ ।''

ଆହୁରି ମଧ୍ୟ ସେ କହିଛନ୍ତି ଯେ, ଆନ୍ଧ୍ରପ୍ରଦେଶ ହେଉ କି ତାମିଲନାଡୁ ମୋର ଗୋଟିଏ ସମସ୍ୟା ରହିଛି । ସେଠାରେ ବିଜୟୀ ହେବାକୁ ଅନେକ ପ୍ରକାର ପ୍ରଶ୍ନ ରହିଛି । ସେମାନେ ଅନେକ କାରଣ ଖୋଜନ୍ତି । ଆପଣ କେଉଁ ସମ୍ପ୍ରଦାୟର ? ଆପଣଙ୍କର ଧର୍ମ କ'ଣ କିମ୍ବା ଆପଣ ସେଠାରୁ ଆସିଛନ୍ତି କି ? ଏମିତି ଅନେକ ପ୍ରଶ୍ନ । ମୁଁ ଏସବୁ କରିପାରିବି ନାହିଁ । ତେଣୁ ନିର୍ବାଚନ ଲଢିବାକୁ ମନା କରିଦେଇଛି । ସେମାନେ ମୋ ଯୁକ୍ତିକୁ ଗ୍ରହଣ କରିଥିବାରୁ ମୁଁ କୃତଜ୍ଞ । ତେଣୁ ମୁଁ ନିର୍ବାଚନ ଲଢୁନାହିଁ ।

ଏହା ମଧ୍ୟ ପଢନ୍ତୁ: ମହୁଆ ମୋଇତ୍ରାଙ୍କୁ ପୁଣି ED ସମନ, କାଲି ହାଜର ହେବାକୁ ନୋଟିସ - ED Summons To Mahua Moitra

ଲୋକସଭା ନିର୍ବାଚନ ଲଢିବାକୁ ଦେଶର ଅର୍ଥମନ୍ତ୍ରୀଙ୍କ ପାଖରେ ପାଣ୍ଠି ନାହିଁ କି ବୋଲି ପ୍ରଶ୍ନରେ ସେ କହିଛନ୍ତି, ''ମୋ ଦରମା ମୋ ଆୟ । ମୋ ସଞ୍ଚୟ ମୋର ଟଙ୍କା । ଭାରତର ଟଙ୍କା ମୋର ନୁହେଁ ।'' ତେବେ ଆସନ୍ତା ଲୋକସଭା ନିର୍ବାଚନରେ ବିଜେପି ଅନେକ ରାଜ୍ୟସଭା ସାଂସଦଙ୍କୁ ଟିକେଟ ଦେଇଛି । ଏହାମଧ୍ୟରେ ପୀୟୁଷ ଗୋୟଲ, ଭୁପେନ୍ଦର ଯାଦବ, ରାଜୀବ ଚନ୍ଦ୍ରଶେଖର, ମନସୁଖ ମାଣ୍ଡଭୀୟ ଏବଂ ଜ୍ୟୋତିରାଦିତ୍ୟ ସିନ୍ଧିଆ ରହିଛନ୍ତି । ବର୍ତ୍ତମାନ ସୀତାରମଣ କର୍ଣ୍ଣାଟକରୁ ରାଜସଭା ସାଂସଦ ଅଛନ୍ତି । ତେବେ ନିର୍ବାଚନ ନ ଲଢିବେ ବି ବିଭିନ୍ନ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ବୋଲି କହିଛନ୍ତି ସୀତାରମଣ ।

Last Updated :Mar 28, 2024, 10:40 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.