ETV Bharat / bharat

ମହୁଆ ମୋଇତ୍ରାଙ୍କୁ ପୁଣି ED ସମନ, କାଲି ହାଜର ହେବାକୁ ନୋଟିସ - ED summons to Mahua Moitra

author img

By ETV Bharat Odisha Team

Published : Mar 27, 2024, 2:13 PM IST

Updated : Mar 27, 2024, 3:54 PM IST

ED summons TMC leader Mahua Moitra: ବିଦେଶୀ ମୁଦ୍ରା ବିନିମୟ ଆଇନ ଉଲ୍ଲଂଘନ ମାମଲାରେ ପୁଣି ଟିଏମସି ନେତ୍ରୀ ମହୁଆ ମୋଇତ୍ରାଙ୍କୁ ED ସମନ । ଆସନ୍ତାକାଲି ହାଜର ହେବା ପାଇଁ ନୋଟିସ । ଅଧିକ ପଢନ୍ତୁ

ED summons TMC leader Mahua Moitra
ED summons TMC leader Mahua Moitra

ନୂଆଦିଲ୍ଲୀ: ଟିଏମସି ନେତ୍ରୀ ତଥା ପୂର୍ବତନ ସାଂସଦ ମହୁଆ ମୋଇତ୍ରାଙ୍କ ପାଇଁ ବଢୁଛି ଅଡୁଆ । ହାଜର ହେବା ପାଇଁ ପୁଣି ସମନ ଜାରିକଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ED) । କେନ୍ଦ୍ରୀୟ ଏଜେନ୍ସି ପଚରାଉଚରା ପାଇଁ ଏହି ସମନ ଜାରି କରିଥିବା ବେଳେ ଆସନ୍ତାକାଲି(28 ତାରିଖ)ରେ ହାଜର ହେବା ପାଇଁ କୁହାଯାଇଛି । ବିଦେଶୀ ମୁଦ୍ରା ବିନିମୟ ଆଇନ ଉଲ୍ଲଂଘନ ମାମଲାରେ ପଚରାଉଚରା ପାଇଁ ମହୁଆଙ୍କୁ ସମନ କରିଛି ଇଡି । ପ୍ରକାଶଥାଉକି FEMA କେସରେ ମହୁଆଙ୍କୁ ଦୁଇଥର ସମନ ପଠାଇଛି ଇଡି । ତେବେ ମୋଇତ୍ରା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଇଡି ମାମଲାରେ କେନ୍ଦ୍ରୀୟ ଏଜେନ୍ସି ଦ୍ବାରା ୧୦ଟି ଗଣମାଧ୍ୟମ ସଂସ୍ଥାକୁ ତାଙ୍କର କିଛି ଗୋପନୀୟ ତଥ୍ୟ ଓ ଅନ୍ୟ ସୂଚନା ଲିକ୍‌ କରିବା ଉପରେ ରୋକ ଲଗାଇବା ପାଇଁ ଏକ ଆବଦେନ କରିଥିବା ବେଳେ ନିକଟରେ ଏହାକୁ ଖାରଜ କରିଛନ୍ତି ଦିଲ୍ଲୀ ହାଇକୋର୍ଟ ।

କୋର୍ଟରେ ଏହି ଆବେଦନ କରଥିଲେ ମହୁଆ: ମୋଇତ୍ରା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଇଡି ମାମଲାରେ କେନ୍ଦ୍ରୀୟ ଏଜେନ୍ସି ଦ୍ବାରା ୧୦ଟି ଗଣମାଧ୍ୟମ ସଂସ୍ଥାକୁ ତାଙ୍କର କିଛି ଗୋପନୀୟ ତଥ୍ୟ ଓ ଅନ୍ୟ ସୂଚନା ଲିକ୍‌ କରିବା ଉପରେ ରୋକ ଲଗାଇବା ଲାଗି ଏହି ଆବେଦନ କରିଥିଲେ । ମାତ୍ର ଜଷ୍ଟିସ ସୁବ୍ରମଣ୍ୟମ ପ୍ରସାଦଙ୍କ ନେତୃତ୍ବାଧୀନ ଖଣ୍ଡପୀଠ ଏହି ଆବେଦନ ପତ୍ରକୁ ଖାରଜ କରିଥିଲେ । ଇଡି ମହୁଆ ମୋଇତ୍ରାଙ୍କୁ ଫେମା ଉଲ୍ଲଙ୍ଘନ ମାମଲାରେ ଫେବୃଆରୀ ୧୪ ଓ ୨୦ ତାରିଖରେ ପଚରାଉଚରା କରିବା ଲାଗି ସମନ ଜାରି କରିଥିଲେ ।

ଏହା ମଧ୍ୟ ପଢନ୍ତୁ: Cash For Query Row: ମୋଇତ୍ରାଙ୍କ ବିରୋଧରେ ଲୋକପାଳଙ୍କ CBI ତଦନ୍ତ ନିର୍ଦ୍ଦେଶ, ଦାବି କଲେ ନିଶିକାନ୍ତ ଦୁବେ

କଣ ଥିଲା ଘଟଣା ? ବିଜେପି ସାଂସଦ ନିଶିକାନ୍ତ ଦୁବେ ଟିଏମସି ସାଂସଦ ମହୁଆ ମୋଇତ୍ରାଙ୍କ ବିରୋଧରେ ଲାଞ୍ଚ ନେଇ ସଂସଦରେ ପ୍ରଶ୍ନ ପଚାରିବାର ଅଭିଯୋଗ ଆଣିଥିଲେ । ତାଙ୍କର ଅଭିଯୋଗ ଥିଲା ଯେ,'ନଗଦ ଟଙ୍କା ଏବଂ ଗିଫ୍ଟ ମାଧ୍ୟମରେ ସଂସଦରେ ଆଦାନୀ ଗ୍ରୁପକୁ ଟାର୍ଗେଟ କରି ପ୍ରଶ୍ନ କରିବାକୁ ମୋଇତ୍ରା ବ୍ୟବସାୟୀ ଦର୍ଶନ ହୀରାନନ୍ଦାନୀଙ୍କ ଠାରୁ ଲାଞ୍ଚ ନେଇଥିଲେ ।' ଦୁବେ ଏନେଇ ଲୋକସଭା ବାଚସ୍ପତି ଓମ୍‌ ବିର୍ଲାଙ୍କ ନିକଟରେ ଅଭିଯୋଗ କରିଥିଲେ । ପରବର୍ତ୍ତୀ ସମୟରେ ବିଜେପି ସାଂସଦ ବିନୋଦ କୁମାର ସୋନକରଙ୍କ ଅଧ୍ୟକ୍ଷତାରେ ଲୋକସଭା ଏଥିକ୍ସ କମିଟି ଏହି ମାମଲାର ଯାଞ୍ଚ କରି ୫୦୦ ପୃଷ୍ଠା ସମ୍ବଳିତ ଏକ ରିପୋର୍ଟ ପ୍ରସ୍ତୁତ କରିଥିଲା । ରିପୋର୍ଟରେ କମିଟି ସାଂସଦ ମୋଇତ୍ରାଙ୍କ ବହିଷ୍କାର ପାଇଁ ସୁପାରିଶ କରାଯାଇଥିଲା ।

Last Updated :Mar 27, 2024, 3:54 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.