ETV Bharat / bharat

ଅନ୍ତରୀଣ ବଜେଟ 2024: ଏଥର ସୀତାରମଣଙ୍କ ଛୋଟ ଭାଷଣ, 58 ମିନିଟରେ ବଜେଟ ଭାଷଣ ଶେଷ

author img

By ETV Bharat Odisha Team

Published : Feb 1, 2024, 6:09 PM IST

Nirmala Sitharaman Budget Speech
Nirmala Sitharaman Budget Speech

Nirmala Sitharaman Budget Speech: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ନିଜ 6ଟି ବଜେଟ ଉପସ୍ଥାପନାରୁ ଆଜି ସବୁଠୁ ସ୍ବଳ୍ପ ବଜେଟ ଅଭିଭାଷଣ ରଖିଛନ୍ତି । ଯାହାର ସମୟ ସୀମା ରହିଥିଲା ମାତ୍ର 58 ମିନିଟ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ଆଜି (ଫେବୃଆରୀ 1 ) ଅନ୍ତରୀଣ ବଜେଟ 2024 ଉପସ୍ଥାପନ କରିଥିଲେ । ଏହାସହିତ ନିର୍ମଳା ଷଷ୍ଠ ଥର ଲାଗି ବଜେଟ ଉପସ୍ଥାପନ କରିବା ସହିତ ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ଏହା ଶେଷ ବଜେଟ । ତେବେ ଆଜି ନିର୍ମଳା ସବୁଠୁ ସ୍ବଳ୍ପ ସମୟର ବଜେଟ ଉପସ୍ଥାପନ କରିଥିଲେ । ଯାହାର ସମୟ ସୀମା ରହିଥିଲା ମାତ୍ର 58 ମିନିଟ । ପୂର୍ବରୁ ନିର୍ମଳା 2 ଘଣ୍ଟାରୁ ଅଧିକ ସମୟ ଧରି ବଜେଟ ଅଭିଭାଷଣ ରଖିସାରିଛନ୍ତି । ନିର୍ମଳାଙ୍କ 6ଟି ବଜେଟ ଉପସ୍ଥାପନାରୁ ଏହା ସବୁଠୁ ସ୍ବଳ୍ପ ବଜେଟ ଭାଷଣ ରହିଛି ।

Nirmala Sitharaman Budget Speech
ଅନ୍ତରୀଣ ବଜେଟ 2024: 58ମିନିଟରେ ନିର୍ମଳାଙ୍କ ବଜେଟ ଭାଷଣ ଶେଷ

ନିର୍ମଳା ନିଜ ନାମରେ ସବୁଠୁ ଲମ୍ବା ବଜେଟ ଅଭିଭାଷଣ ରେକର୍ଡ ସୃଷ୍ଟି କରିଛନ୍ତି । ଗତ 2020ରେ ବଜେଟ ଉପସ୍ଥାପନ ବେଳେ ସେ 2 ଘଣ୍ଟା 40 ମିନିଟ ଧରି ବଜେଟ ଉପସ୍ଥାପନ କରିଥିଲେ । ୧୯୭୭ ମସିହାରେ ହିରୁଭାଇ ମୁଲଜିଭାଇ ପଟେଲ୍ ମାତ୍ର ୮୦୦ ଶବ୍ଦର ସବୁଠୁ ଛୋଟ ଭାଷଣ ଦେଇଥିଲେ । ସେହିପରି ଦୀର୍ଘତମ ବଜେଟ୍ ମନମୋହନ ସିଂଙ୍କ ନାମରେ ରହିଛି । ସେ 1991 ମସିହାରେ ଯେତେବେଳେ ଅର୍ଥ ମନ୍ତ୍ରୀ ଥିଲେ ସେତେବେଳେ ସେ 18 ହଜାର 650 ଶବ୍ଦର ସବୁଠୁ ଦୀର୍ଘତମ ବଜେଟ ଉପସ୍ଥାପନ କରିଥିଲେ ।

ଏହା ବି ପଢନ୍ତୁ- 2019ରୁ 2024: ଚର୍ଚ୍ଚାରେ ଅର୍ଥମନ୍ତ୍ରୀ ସୀତାରମଣଙ୍କ ପାରମ୍ପରିକ ଶାଢୀ

କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ଆଜି ବଜେଟ ଉପସ୍ଥାପନ କରିବା ପରେ କଂଗ୍ରେସ ସାଂସଦ ଶଶି ଥରୁର କହିଛନ୍ତି ଯେ ନିର୍ମଳାଙ୍କ ବଜେଟ ଅଭିଭାଷଣ ସବୁଠୁ ଛୋଟ ଥିଲା । ଏହାପରେ ନିର୍ମଳା ପ୍ରତିକ୍ରିୟା ରଖି କହିଛନ୍ତି, "ଆମ ସରକାର ଆଗାମୀ ଲୋକସଭା ନିର୍ବାଚନରେ ବିଜୟ ହାସଲ କରି ପୁଣି ସରକାର ଗଢିବ । ଏଣୁ ଆସନ୍ତା ଜୁଲାଇ ଆଉ ଥରେ ବଜେଟ ଉପସ୍ଥାପନକୁ ଦୃଷ୍ଟିରେ ରଖାଯାଇ ଅନ୍ତରୀଣ ବଜେଟକୁ ସ୍ବଳ୍ପ ସମୟ ରକାଯାଇଛି । ଆମ ସରକାର ବିକଶିତ ଭାରତ ପାଇଁ ରୋଡ ମ୍ୟାପ ପ୍ରସ୍ତୁତ କରି ଜୁଲାଇରେ ବିସ୍ତୃତ ବଜେଟ ଉପସ୍ଥାପନ କରିବ ।"

ନିର୍ମଳା ନିଜ ବଜେଟ ଭାଷଣରେ ଆହୁରି କହିଥିଲେ, "ଆମ ପ୍ରଧାନମନ୍ତ୍ରୀ 4ଟି ଦିଗକୁ ମୁଖ୍ୟତଃ ଗୁରୁତ୍ବ ଦେଇଛନ୍ତି । ତାହା ହେଉଛି ଗରିବ, ମହିଳା, ଯୁବ ଓ ଅନ୍ନଦାତା । ସେମାନଙ୍କର ଆବଶ୍ୟକତା, ସେମାନଙ୍କର କଲ୍ୟାଣ ଓ ସେମାନଙ୍କର ଆକାଂକ୍ଷା ଆମର ମୂଳ ପ୍ରାଥାମିକତା । ସେମାନେ ବିକାଶ ଧାରାରେ ଆଗେଇଲେ ହିଁ ଭାରତର ଉନ୍ନତି ଘଟିବ । ସେମାନଙ୍କର ସଶକ୍ତିକରଣ ଏବଂ କଲ୍ୟାଣ ଦେଶକୁ ଆଗକୁ ବଢାଇବ ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.