ETV Bharat / bharat

ISIS ଲିଙ୍କରେ ନାସିକର ଯୁବ ଇଞ୍ଜିନିୟର, ଗିରଫ କଲା ATS

author img

By ETV Bharat Odisha Team

Published : Jan 24, 2024, 10:26 PM IST

ISIS ଲିଙ୍କରେ ନାସିକର ଯୁବ ଇଞ୍ଜିନିୟର, ଗିରଫ କଲା ATS
ISIS ଲିଙ୍କରେ ନାସିକର ଯୁବ ଇଞ୍ଜିନିୟର, ଗିରଫ କଲା ATS

32-Year Old Nashik Engineer Arrested in ISIS link : ISIS ଲିଙ୍କରେ ନାସିକର ଯୁବ ଇଞ୍ଜିନିୟର । ତିନିଥର ପଠାଇଛନ୍ତି ଟଙ୍କା । ଗିରଫ କଲା ATS । ଅଧିକ ପଢନ୍ତୁ

ମୁମ୍ବାଇ: କୁଖ୍ୟାତ ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ (ISIS) ଲିଙ୍କରେ ମହାରାଷ୍ଟ୍ର ନାସିକର ଜଣେ 32 ବର୍ଷୀୟ ଯୁବ ଇଞ୍ଜିନିୟର । ନାସିକର ଏହି ଇଞ୍ଜିନିୟର ଜଣେ ବ୍ୟବସାୟୀ ମଧ୍ୟ । ସେ ପ୍ରାୟ 3 ଥର ISIS କୁ ଟଙ୍କା ମଧ୍ୟ ପଠାଇଛନ୍ତି । କିଛି ଦିନ ଧରି ସ୍କାନରରେ ଥିବା ଏହି ଇଞ୍ଜିନିୟରଙ୍କୁ ଆଜି ମୁମ୍ବାଇ ଏଟିଏସ ଟିମ୍ ଗିରଫ କରିଛି ।

ଗତ କିଛି ଦିନ ହେବ ଏହି ଯୁବକଙ୍କ ଆତଙ୍କୀ ଲିଙ୍କ ନେଇ ଏଟିଏସ ନିକଟରେ ସୂଚନା ଥିଲା । ଏବେ ତାଙ୍କୁ ନାସିକରୁ ଗିରଫ କରିବା ପରେ ଜେରା କରାଯାଉଛି । ସେ ପ୍ରାୟ 3 ଥର ISIS କୁ ଟଙ୍କା ପଠାଇଥିବା ପ୍ରାଥମିକ ତଦନ୍ତରେ ଜଣାପଡିବା ପରେ ‘ଉପା’ ଆକ୍ଟରେ ମାମଲା ରୁଜୁ କରିଛି ଏଟିଏସ । ତେବେ ଏହି ଯୁବକଙ୍କ ନାମ ଓ ତାଙ୍କ ସମ୍ପର୍କରେ ଅନ୍ୟ ସୂଚନା ତଦନ୍ତକାରୀ ସଂସ୍ଥା ସାର୍ବଜନୀନ କରିନି । ତାଙ୍କୁ ଆଜି କୋର୍ଟରେ ହାଜର କରିବା ପରେ ଅଧିକ ଜେରା କରିବା ପାଇଁ ଏଟିଏସ ରିମାଣ୍ଡ ମାଗିଥିଲା । କୋର୍ଟ ଚଳିତମାସ (ଜାନୁଆରୀ) 31 ପର୍ଯ୍ୟନ୍ତ ଅଭିଯୁକ୍ତକୁ ଏଟିଏସ କଷ୍ଟଡିକୁ ପଠାଇଛନ୍ତି ।

ରିମାଣ୍ଡରେ ଜେରା କରି ଅନ୍ୟ ସମସ୍ତ ତଥ୍ୟ ହାସଲ କରିବାକୁ ଚେଷ୍ଟା କରିବ ଏଟିଏସ । ସେ କିପରି ଏହି ଆତଙ୍କୀ ସଂଗଠନ ସହ ଯୋଗାଯୋଗରେ ଆସିଥିଲେ । ତାଙ୍କର ଆଉ କେହି ସହଯୋଗୀ ମଧ୍ୟ ଆତଙ୍କୀ ଲିଙ୍କରେ ସମ୍ପୃକ୍ତ କି ନାହିଁ ତାହା ତଦନ୍ତ ପରେ ଜଣାପଡିବ । ଅନ୍ୟ କେହି ସମ୍ପୃକ୍ତ ଥିଲେ,ତାଙ୍କୁ ମଧ୍ୟ ଗିରଫ କରାଯିବା ନେଇ ଏଟିଏସ କହିଛି ।

ଏହା ମଧ୍ୟ ପଢନ୍ତୁ :- ଦିଦିଙ୍କ ନାଲିଆଖିରେ ବ୍ୟାକଫୁଟରେ କଂଗ୍ରେସ ! ଦଳ କହିଲା ମମତାଙ୍କୁ ଛାଡି ‘ଇଣ୍ଡିଆ’ ମେଣ୍ଟ ସମ୍ଭବ ନୁହେଁ

ଏହା ପୂର୍ବରୁ ମଧ୍ୟ ମୁମ୍ବାଇ ଏଟିଏସ ଡିଆରଡିଓର ଜଣେ ବରିଷ୍ଠ ବୈଜ୍ଞାନିକଙ୍କୁ ପାକିସ୍ତାନୀ ଗୁଇନ୍ଦା ସଂସ୍ଥାକୁ ଭାରତୀୟ ପ୍ରତିରକ୍ଷା ବ୍ୟବସ୍ଥା ସମ୍ପର୍କରେ ଗୋପନୀୟ ତଥ୍ୟ ଦେଇଥିବା ଅଭିଯୋଗରେ ଗିରଫ କରିଥିଲା । ସେ ଏବେ ବିଚାର ବିଭାଗୀୟ ଜେଲରେ ଅଛନ୍ତି । ସେ ପାକିସ୍ତାନୀ ଗୁଇନ୍ଦା ସଂସ୍ଥାର ଜଣେ ମହିଳାଙ୍କ ଦ୍ବାରା ହନିଟ୍ରାପର ଶିକାର ହୋଇଥିଲେ । ପ୍ରଥମେ ସୋସିଆଲ ମିଡିଆରେ ଉଭୟଙ୍କ ମଧ୍ୟରେ ପରିଚୟ ହେବା ପରେ ଉଭୟ ପ୍ରତ୍ୟେକ୍ଷ ସାକ୍ଷାତକାର ମଧ୍ୟ କରିଥିଲେ । ଡିଆରଡିଓ ଦ୍ବାରା ବିକଶିତ ହୋଇଥିବା ଯେପଣାସ୍ତ୍ର ପ୍ରଣାଳୀ ସମ୍ପର୍କରେ ଏହି ବୈଜ୍ଞାନିକ ସମ୍ପୃକ୍ତ ପାକିସ୍ତାନୀ ମହିଳାଙ୍କୁ ଗୋପନୀୟ ପ୍ରଦାନ କରିଥିବା ଜଣାପଡିଥିଲା । ଯାହା ସମଗ୍ର ଦେଶରେ ଉଦବେଗ ସୃଷ୍ଟି କରିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.