ETV Bharat / bharat

'ଡଲି ଚାଏ ୱାଲା'ଙ୍କ ଫ୍ୟାନ୍ ହେଲେ ବିଲ୍ ଗେଟ୍ସ

author img

By ETV Bharat Odisha Team

Published : Feb 29, 2024, 3:47 PM IST

ଭାରତୀୟ ଚା' ପ୍ରେମରେ ବିଲ୍ ଗେଟ୍ସ, ନାଗପୁର 'ଡଲି' ଚା' ବିକ୍ରେତାଙ୍କ ସହ କଲେ 'ଚାଏ ପେ ଚର୍ଚ୍ଚା'
ଭାରତୀୟ ଚା' ପ୍ରେମରେ ବିଲ୍ ଗେଟ୍ସ, ନାଗପୁର 'ଡଲି' ଚା' ବିକ୍ରେତାଙ୍କ ସହ କଲେ 'ଚାଏ ପେ ଚର୍ଚ୍ଚା'

Bill Gates Meets Dolly Chaiwala: ମାଇକ୍ରୋସଫ୍ଟ ସହ-ପ୍ରତିଷ୍ଠାତା ବିଲ୍ ଗେଟ୍ସ ବର୍ତ୍ତମାନ ଭାରତରେ ଅଛନ୍ତି। ସେ ବୁଧବାର ନାଗପୁରର ଡଲି ଚାଏ ୱାଲାଙ୍କ ଦୋକାନରୁ ସେ ଚା' ପିଇଛନ୍ତି । କେବଳ ଏତିକି ନୁହେଁ ସେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ଏକ ଭିଡିଓ ମଧ୍ୟ ସେୟାର କରି ଭାରତୀୟ ଚାହାର ପ୍ରଶଂସା କରିଛନ୍ତି। ଦେଖନ୍ତୁ ଭିଡିଓ,

ନାଗପୁର: ଭାରତୀୟ ଚା' ପ୍ରେମରେ ପଡିଛନ୍ତି ମାଇକ୍ରୋସଫ୍ଟ ସହ-ପ୍ରତିଷ୍ଠାତା ବିଲ୍ ଗେଟ୍ସ । ଏବେ ଭାରତ ଗସ୍ତରେ ଅଛନ୍ତି ବିଲ୍ ଗେଟ୍ସ । ଏହି ସମୟରେ ଦେଶର ବିଭିନ୍ନ ସ୍ଥାନ ବୁଲି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବା ସହ ଭାରତୀୟ ଜିନିଷ ଗୁଡ଼ିକର ଭରପୁର ମଜା ନେଉଛନ୍ତି । ନିକଟରେ ସେ ଓଡ଼ିଶା ଗସ୍ତ କରିଥିବା ବେଳେ ବର୍ତ୍ତମାନ ସେ ନାଗପୁରରେ ପହଞ୍ଚିଛନ୍ତି । ଏଠାରେ ସେ ନାଗପୁରର ପ୍ରସିଦ୍ଧ 'ଡଲି ଚାଏ ୱାଲା'ଙ୍କ ଦୋକାନରୁ ଚା' ପିଇଛନ୍ତି । ଏଥିସହ ସେ ନିଜ ଭିଡ଼ିଓକୁ ସୋସିଆଲ ମିଡିଆରେ ମଧ୍ୟ ସେୟାର କରି ଭାରତୀୟ ଚା' ଏବଂ ଲୋକଙ୍କ ପ୍ରଶଂସା କରିଛନ୍ତି ।

ବିଲ୍ ଗେଟ୍ସ ନିଜ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି । ଏହି ଭିଡିଓରେ ସେ 'ଡଲି ଚାଏ ୱାଲା'ଙ୍କ ସହ ନଜର ଆସିଛନ୍ତି । ଏହି ଭିଡିଓ ସେୟାର କରି ସେ ଲେଖିଛନ୍ତି, 'ଭାରତରେ, ଆପଣ ସବୁ ସ୍ଥାନରେ ସୃଜନଶୀଳତାର ଜିନିଷ ଦେଖିବାକୁ ପାଇବେ । ଏପରିକି ଏକ ସରଳ କପ୍ ଚା' ତିଆରି କରିବାରେ ମଧ୍ୟ ସୃଜନଶୀଳତା ଦେଖିବେ।' ତେବେ ଭିଡିଓର ପ୍ରଥମ ବିଲ ଗେଟ୍ସ କୁହନ୍ତି, 'ଗୋଟିଏ କପ ଚା' ପ୍ଲିଜ ।'

ଏଥିସହ ବିଲ ଗେଟ୍ସ ଆହୁରି କହିଛନ୍ତି ଯେ, ମୁଁ ପୁଣି ଭାରତ ଆସିବାକୁ ଉତ୍ସାହିତ ଅଛି। ଯାହା ଅନନ୍ୟ ଉଦ୍ଭାବନର ଘର ଅଟେ । ଏକ ନୂତନ ଉପାୟରେ କାମ କରିବା । ଜୀବନ ବଞ୍ଚାଇବା ଏବଂ ଉନ୍ନତି କରିବା ପାଇଁ ଏଠାରେ ଲୋକେ ବିଭିନ୍ନ ସୃଜନଶୀଳତାର କାମ କରିଥାନ୍ତି । ତେବେ ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି । ଏପର୍ଯ୍ୟନ୍ତ 8.2 ନିୟୁତ ଲୋକ ଏହି ଭିଡିଓକୁ ଦେଖିବା ସହ ଖୁବ ପସନ୍ଦ କରିଛନ୍ତି ଏବଂ ଲୋକେ ବିଲ ଗେଟ୍ସଙ୍କ ଖୁବ ପ୍ରଶଂସା ବି କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ବସ୍ତିରେ ବିଲ୍ ଗେଟ୍ସ : ବୁଲିଲେ, କଥା ହେଲେ, ଆଜି ମୁଖ୍ୟମନ୍ତ୍ରୀଙ୍କ ସହ ଭେଟଘାଟ୍

କହିରଖୁଛୁ କି, ସହରର ସଦର ଅଞ୍ଚଳରେ ଥିବା ପୁରୁଣା ଭିସିଏ ଷ୍ଟାଡିୟମ ନିକଟ ରାସ୍ତା କଡ଼ରେ ଡଲି ଚାଏୱାଲାଙ୍କ ଚା' ଦୋକାନ ରହିଛି । ଡଲି ଚାଏୱାଲା ନାଁରେ ଏଠାରେ ଖୁବ ପ୍ରସିଦ୍ଧି ଲାଭ କରିଛନ୍ତି । ସେ ଚା'କୁ ନିଆରା ଅନ୍ଦାଜରେ ପ୍ରସ୍ତୁତ କରିଥାନ୍ତି ଏବଂ ସ୍ୱାଦ ମଧ୍ଯ ନିଆରା । ସେ ବେଳେବେଳେ ସାଉଥ ତାରକା ରଜନୀକାନ୍ତ ଏବଂ ଅନ୍ୟାନ୍ୟ ତାରକାଙ୍କ ଅନ୍ଦାଜ ଚା' ପ୍ରସ୍ତୁତ କରନ୍ତି । ଏଥିସହ ସେ ନିଜ ଗ୍ରାହକଙ୍କୁ ଗୀତ ଗାଇ ବି ଚା' ଦେଇଥାନ୍ତି। ଯେଉଁଥି ପାଇଁ ଏଠାକୁ ପ୍ରତିଦିନ ଅନେକ ଗ୍ରାହକ ଛୁଟିଥାନ୍ତି । ଏଥିସହ ଅନେକ ସେଲିବ୍ରିଟି ଡଲିଙ୍କ ଶୈଳୀ ଏବଂ ସ୍ୱାଦ ଦ୍ୱାରା ପ୍ରଭାବିତ ହୋଇଥିବା ବେଲେ ଏବେ ବିଲ ଗେଟ୍ସ ମଧ୍ୟ ଡଲିଙ୍କ ଫ୍ୟାନ ହୋଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.