ETV Bharat / bharat

ଆସନ୍ତାକାଲି ମଣିପୁରର 11 ବୁଥରେ ସାନି ମତଦାନ - Repolling In Manipur

author img

By ETV Bharat Odisha Team

Published : Apr 21, 2024, 11:40 AM IST

Updated : Apr 21, 2024, 11:50 AM IST

Re-polling announced at 11 polling booths in Manipur: ଆସନ୍ତାକାଲି ମଣିପୁରରେ 11 କେନ୍ଦ୍ରରେ ସାନି ମତଦାନ । 19 ତାରିଖରେ ପ୍ରଥମ ପର୍ଯ୍ୟାୟରେ ଭୋଟିଂରେ ଘଟିଥିଲା ହିଂସାକାଣ୍ଡ । ଅଧିକ ପଢନ୍ତୁ

ମଣିପୁରର 11 କେନ୍ଦ୍ରରେ ହେବ ସାନି ଭୋଟଦାନ, ପ୍ରଥମ ପର୍ଯ୍ୟାୟ ଭୋଟିଂ ବେଳେ ହୋଇଥିଲା ଗୁଳିକାଣ୍ଡ
ମଣିପୁରର 11 କେନ୍ଦ୍ରରେ ହେବ ସାନି ଭୋଟଦାନ, ପ୍ରଥମ ପର୍ଯ୍ୟାୟ ଭୋଟିଂ ବେଳେ ହୋଇଥିଲା ଗୁଳିକାଣ୍ଡ

ଇମ୍ଫାଲ: ପ୍ରଥମ ପର୍ଯ୍ୟାୟରେ ମଣିପୁରରେ ଗୋଟିଏ ସଂସଦୀୟ ଆସନରେ ମତଦାନ ହୋଇଥିବା ବେଳେ ବିଷ୍ଣୁପୁର ସମେତ ଅନ୍ୟ କିଛି ସ୍ଥାନରେ ହିଂସା ଦେଖିବାକୁ ମିଳିଥିଲା । ହିଂସା ପ୍ରଭାବିତ 11 ମତଦାନ କେନ୍ଦ୍ରରେ ପୁଣିଥରେ ସାନି ମତଦାନ କରାଯିବାକୁ ନିଷ୍ପତ୍ତି ହୋଇଛି । ଆସନ୍ତାକାଲି (22 ତାରିଖ) ଭୋଟିଂ ପ୍ରଭାବିତ ହୋଇଥିବା ଏହି କେନ୍ଦ୍ରଗୁଡିକରେ କଡା ସୁରକ୍ଷା ମଧ୍ୟରେ ଭୋଟଗ୍ରହଣ ହେବ । ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଏହି ବିଜ୍ଞପ୍ତି ଜାରି କରିଛନ୍ତି ।

ଉତ୍ତର-ପୂର୍ବ କ୍ଷୁଦ୍ର ରାଜ୍ୟ ମଣିପୁରରେ ମୋଟ ଦୁଇଟି ଲୋକସଭା କ୍ଷେତ୍ର ରହିଛି । ସେଥିମଧ୍ୟରୁ ‘ମଣିପୁର-ଆଭ୍ୟନ୍ତରୀଣ’ ଆସନରେ ପ୍ରଥମ ପର୍ଯ୍ୟାୟ (19 ତାରିଖ)ରେ ଭୋଟ ଗ୍ରହଣ ହୋଇଥିଲା । ପ୍ରାୟ ଏକ ବର୍ଷ ଧରି ଭୀଷଣ ଜାତିଗତ ହିଂସାରେ ପ୍ରଭାବିତ ହୋଇଥିବା ମଣିପୁରରେ କଡା ସୁରକ୍ଷା ବ୍ୟବସ୍ଥାରେ ଭୋଟିଂ ହୋଇଥିଲା । ରେକର୍ଡ ସଂଖ୍ୟକ 69.18 ପ୍ରତିଶତ ଭୋଟିଂ ହୋଇଥିଲେ ସୁଦ୍ଧା ବିଷ୍ଣୁପୁରରେ ସୁରକ୍ଷାକର୍ମୀ ଓ ଉଗ୍ରବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ରାଜ୍ୟର ଅନ୍ୟ କିଛି ସମ୍ବେଦନଶୀଳ ସ୍ଥାନରେ ମଧ୍ୟ ହିଂସା ଘଟିବାରୁ ଭୋଟିଂ ପ୍ରକ୍ରିୟା ପ୍ରଭାବିତ ହୋଇଥିଲା । ନିର୍ବାଚନ କମିଶନ ଆଜି ସାନି ଭୋଟିଂ ପାଇଁ ତାରିଖ ଘୋଷଣା କରିଛନ୍ତି । ଆସନ୍ତାକାଲି (22 ତାରିଖ) ସକାଳୁ 11ଟି କେନ୍ଦ୍ରରେ ଭୋଟରମାନେ ମତ ସାବ୍ୟସ୍ତ କରିବେ । ଅତିରିକ୍ତ ସୁରକ୍ଷା ବ୍ୟବସ୍ଥା ସହ ଏହି ଭୋଟିଂ ପ୍ରକ୍ରିୟା ଶେଷ କରିବା ପାଇଁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ:- ଡିଭାଇଡରରେ ପିଟି ହେଲା କାର: ପଙ୍କଜ ତ୍ରିପାଠୀଙ୍କ ଭିଣୋଇ ମୃତ, ଭଉଣୀ ଗୁରୁତର - Car Accident

26 ତାରିଖରେ ମଣିପୁରର ଦ୍ବିତୀୟ ଲୋକସଭା ଆସନ ‘ମଣିପୁର-ଆଉଟର’( ମଣିପୁର-ବାହ୍ୟ) ଆସନରେ ଭୋଟ ଗ୍ରହଣ ହେବ । 4 ରାଜ୍ୟର ବିଧାନସଭା ନିର୍ବାଚନ ସହ ମୋଟ 7ଟି ପର୍ଯ୍ୟାୟରେ ସମାନ୍ତରଳ ଭାବେ ସାଧାରଣ ନିର୍ବାଚନ ଶେଷ ହେବାକୁ ଯାଉଛି । 19 ତାରିଖରେ ସମଗ୍ର ଦେଶରେ ପ୍ରାୟ 62 ପ୍ରତିଶତ ଭୋଟିଂ ହାର ସହ ପ୍ରଥମ ପର୍ଯ୍ୟାୟ ଭୋଟିଂ ଶେଷ ହୋଇଛି । ଏଥିରେ 21 ରାଜ୍ୟର 102 ଆସନରେ ଭୋଟିଂ ହୋଇଛି । 26 ତାରିଖରେ 85 ଆସନରେ ଦ୍ବିତୀୟ ପର୍ଯ୍ୟାୟ ଭୋଟିଂ ହେବାକୁ ଯାଉଛି । ଏବେ ସାରା ଦେଶରେ ଦ୍ବିତୀୟ ପର୍ଯ୍ୟାୟ ଭୋଟିଂ ପାଇଁ ପ୍ରଚାର ଜାରି ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Apr 21, 2024, 11:50 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.