ETV Bharat / bharat

ଅମ୍ବାନି-ଆଦାନୀଙ୍କଠୁ କେତେ ମାଲ୍ ନେଇଛନ୍ତି ଶେହଜାଦା: ପ୍ରଧାନମନ୍ତ୍ରୀ - Modi Accuses Rahul

author img

By ETV Bharat Odisha Team

Published : May 8, 2024, 4:18 PM IST

Updated : May 8, 2024, 6:30 PM IST

Modi Accuses Rahul: ତେଲେଙ୍ଗାନାରେ ଆୟୋଜିତ ସଭାରେ କଂଗ୍ରେସକୁ ପ୍ରଶ୍ନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅମ୍ବାନି-ଆଦାନୀ ପ୍ରସଙ୍ଗକୁ ନେଇ ସେ କଂଗ୍ରେସକୁ ଟାର୍ଗେଟ୍ କରିଛନ୍ତି । ଅଧିକ ପଢନ୍ତୁ

Modi Accuses Rahul
Modi Accuses Rahul (ETV Bharat)

ହାଇଦ୍ରାବାଦ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାହୁଲ ଗାନ୍ଧୀଙ୍କ ଉପରେ କରିଛନ୍ତି ପାଲଟା ଆକ୍ରମଣ । ପୂର୍ବରୁ ରାହୁଲ ଗାନ୍ଧୀ ଅନେକ ଥର ଅମ୍ବାନି-ଆଦାନୀ ପ୍ରସଙ୍ଗରେ କେନ୍ଦ୍ରର ମୋଦି ସରକାରଙ୍କୁ ଟାର୍ଗେଟ୍ କରିଆସୁଥିଲେ । ହେଲେ ଆଜି ବିପରୀତ ଦୃଶ୍ୟ ଦେଖିବାକୁ ମିଳିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, "ଅମ୍ବାନି-ଆଦାନୀଙ୍କ ଠାରୁ କେତେ ମାଲ୍ ନେଇଛନ୍ତି ଯେ, ତାଙ୍କ ବିଷୟରେ କହିବା ବନ୍ଦ କରିଦେଇଛନ୍ତି ?"

ସୂଚନା ଅନୁସାରେ, ତେଲେଙ୍ଗାନାରେ ଅନୁଷ୍ଠିତ ରାଲିରେ ଏପରି କହି ରାହୁଲ ଗାନ୍ଧୀଙ୍କୁ ସିଧାସଳଖ ଟାର୍ଗେଟ୍ କରିଛନ୍ତି ରାହୁଲ । ମୋଦି କହିଛନ୍ତି, "କଂଗ୍ରେସର ଶେହଜାଦା ଗତ ୫ ବର୍ଷ ହେଲାଣି ସକାଳୁ ଉଠିବା ମାତ୍ରେ ମାଳା ଜପିବା ଆରମ୍ଭ କରି ଦେଉଛନ୍ତି । ରାଫେଲ ମାମଲା ଯେତେବେଳେ ଗ୍ରାଉଣ୍ଡେଡ୍ ହୋଇଗଲା ସେତେବେଳେ ଏମାନେ ଗୋଟିଏ ମାଳା ଜପିବା ଆରମ୍ଭ କରିଦେଲେ । ୫ ଉଦ୍ୟୋଗପତି ମାଳା ଜପିଲେ । ପରେ ଧୀରେ ଧୀରେ ଅମ୍ବାନି, ଆଦାନୀ ମାଳା ଜପିଲେ । ହେଲେ ଏବେ ଅମ୍ମାନି, ଆଦାନୀଙ୍କୁ ଗାଳି ଦେବା ବନ୍ଦ କରିଦେଇଛନ୍ତି । ମୁଁ ଏହି ତେଲେଙ୍ଗାନା ମାଟିରୁ ପ୍ରଶ୍ନ କରୁଛି, ଶେହଜାଦା ଉତ୍ତର ଦିଅନ୍ତୁ ଯେ ଏହି ନିର୍ବାଚନରେ ସେମାନେ ଅମ୍ବାନି-ଆଦାନୀଙ୍କ ଠାରୁ କେତେ ମାଲ୍ ଉଠାଇଛନ୍ତି ? କେତେ କଳା ଧନ ରଖିଲେଣି ? ଟେମ୍ପୋରେ ଭରପୁର ନୋଟ୍ କଂଗ୍ରେସ ପାଖରେ ପହଞ୍ଚିଛି କି ? କେଉଁ ଡିଲ୍ ହୋଇଛି ? ଦାଲ୍‌ ମେ କୁଛ୍ କାଲା ହୈ ।"

ଏହା ବି ପଢନ୍ତୁ...ଭାରତର ନିର୍ବାଚନ ପରିଚାଳନା ସମ୍ପର୍କରେ ବିଦେଶର ୟୁନିଭର୍ସିଟି ଅନୁଧ୍ୟାନ କରିବା ଉଚିତ: ମୋଦି - Modi Casts His Vote

ଏହା ବି ପଢନ୍ତୁ...ମୁଁ ଆପଣଙ୍କ ହୃଦୟରେ ଅଛି, ଆପଣଙ୍କୁ ଓଡ଼ିଆରେ ଚିଠି ଲେଖିବି: ମୋଦି - PM Modi Berhampur Rally

ମୋଦି ଆହୁରି କହିଛନ୍ତି, "କଂଗ୍ରେସ ଓ ବିଆରଏସକୁ ଏକାଠି ବାନ୍ଧିବା ପାଇଁ ଏକମାତ୍ର ସୂତ୍ର ହେଉଛି ଦୁର୍ନୀତି । ସେମାନେ ଜିରୋ ଶାସନ ମଡେଲ ଅନୁସରଣ କରନ୍ତି । ତେଣୁ ଆମକୁ ଏହି ଦୁର୍ନୀତିଗ୍ରସ୍ତ ସରକାର କବଳରୁ ତେଲେଙ୍ଗାନାକୁ ମୁକ୍ତ କରିବାକୁ ପଡ଼ିବ ।" ବର୍ତ୍ତମାନ ଭାଜପା ଟାର୍ଗେଟରେ ଦକ୍ଷିଣ ଭାରତ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତେଲେଙ୍ଗାନା ଗସ୍ତରେ ଆସି ବୁଧବାର ୩ଟି ସାଧାରଣ ସଭା କରିଥିଲେ । କରିମନଗରରେ ଅନୁଷ୍ଠିତ ସଭାରେ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ୍ କରିବା ସହ ଅମ୍ବାନି-ଆଦାନୀ ପ୍ରସଙ୍ଗରେ ବର୍ଷିଛନ୍ତି । ପୂର୍ବରୁ କଂଗ୍ରେସ ଯେଉଁ ପ୍ରସଙ୍ଗ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଆସୁଥିଲା ସମାନ ପ୍ରସଙ୍ଗରେ କଂଗ୍ରେସକୁ ପାଲଟା ଜବାବ ଦେଇଛନ୍ତି ମୋଦି ।

Last Updated :May 8, 2024, 6:30 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.