ETV Bharat / bharat

ଘରେ ପଶିଥିଲା ଚିତାବାଘ, କୁନିପୁଅର ଉପସ୍ଥିତ ବୁଦ୍ଧି ପାଇଁ ବଞ୍ଚିଗଲା ଜୀବନ

author img

By ETV Bharat Odisha Team

Published : Mar 6, 2024, 9:36 PM IST

Leopard Entered House
Leopard Entered House

Leopard Entered House: ଶିଶୁର ଉପସ୍ଥିତ ବୁଦ୍ଧି ବଳରେ କଏଦ ହେଲା ବାଘ । ସାହସିକତା ପାଇଁ ପିଲାଟିକୁ ଚାରିଆଡୁ ଛୁଟିଛି ପ୍ରଶଂସାର ସୁଅ । ପୁରା ଖବର ପଢନ୍ତୁ

Leopard Entered House
Leopard Entered House

ମୁମ୍ବାଇ: ଘରେ ପଶିଥିଲା ଚିତାବାଘ । ଶିଶୁର ଉପସ୍ଥିତ ବୁଦ୍ଧି ବଳରେ କଏଦ ହେଲା ବାଘ । ସାହସିକତା ପାଇଁ ପିଲାଟିକୁ ଚାରିଆଡୁ ଛୁଟିଛି ପ୍ରଶଂସାର ସୁଅ । ମହାରାଷ୍ଟ୍ର ନାଶିକର ମାଲେଗାଁଓରୁ ଆସିଛି ଏଭଳି ଖବର । ସୂଚନା ଅନୁସାରେ, ଚିତାବାଘଟି ଜଣେ ବ୍ୟକ୍ତିଙ୍କ ଘରେ ପ୍ରବେଶ କରିଥିଲା । ଯାହା ଦେଖିବା ପରେ ପିଲାଟି ବାଘଟି ଥିବା କୋଠରୀର କବାଟ ବନ୍ଦ କରିଦେଇଥିଲା । ଆଉ ଏହାପରେ ବନବିଭାଗକୁ ଖବର ଦିଆଯାଇଥିଲା ।

ସୂଚନା ଅନୁସାରେ, ଗତ କିଛି ଦିନ ଧରି ମାଲେଗାଁଓରେ ବାଘ ଚଳପ୍ରଚଳ କରୁଥିବା ଖବର ନଜରକୁ ଆସିଛି । ଯାହାକୁ ନେଇ ଅଞ୍ଚଳବାସୀ ଭୟଭୀତ ଅବସ୍ଥାରେ ରହିଥିଲେ । ଏଭଳି ସ୍ଥିତିରେ ପୁଣି ଥରେ ଚିତାବାଘ ନିଜର ଉପସ୍ଥିତି ଜାହିର କରିଛି । ଘର ଭିତରକୁ ବାଘଟି ପ୍ରବେଶ କରିଥିଲା । ଆଉ ମୋବାଇଲରେ ଖେଳିବା ସମୟରେ ହଠାତ୍ ବାଘକୁ ଦେକିବାକୁ ପାଇଥିଲା ସେଠାରେ ଉପସ୍ଥିତ ଥିବା ମୋହିତ ବିଜୟ ଅହିରେ । ଛୋଟ ପିଲା ହୋଇଥିଲେ ବି ମୋହିତର ଥିଲା ଅଦମ୍ୟ ସାହସ । ଏଣୁ ସେ ଭୟଭୀତ ନହୋଇ ଉପସ୍ଥିତ ବୁଦ୍ଧି ପ୍ରୟୋଗ କରିଥିଲା । ପ୍ରଥମେ ବାଘ ଥିବା ରୁମକୁ ବନ୍ଦ କରିଦେଇଥିଲା ମୋହିତ । ଏ ସମ୍ପର୍କରେ ପରିବାର ଲୋକଙ୍କୁ ଜଣାଇବା ପରେ ପରିବାରଲୋକେ ବନବିଭାଗକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲେ ବନବିଭାଗ କର୍ମଚାରୀ । ସେଠାରେ ଥିବା ବାଘଟିକୁ ଇଞ୍ଜେକ୍ସନ ମାଧ୍ୟମରେ ଅଚେତ କରାଇବା ପରେ ତାକୁ କାବୁ କରିଥିଲା ବନବିଭାଗ ।

ଏହା ମଧ୍ୟ ପଢନ୍ତୁ...ସତ୍ୟବାଦୀରେ ବୁଲୁଛି ବାଘ ! ଭିଡିଓ ଭାଇରାଲ

ନାଶିକ ଜିଲ୍ଲା ବାଘଙ୍କ ହଟସ୍ପଟ୍ ପାଲଟିଥିବା କୁହାଯାଉଛି । ସିନ୍ନାର, ନିଫାଡ, ଇଗତପୁରୀ, ମାଲେଗାଓଁ, ଚନ୍ଦୱାଡ, ତ୍ରୈମ୍ବକେଶ୍ବର ତାଲୁକସ ଆଦି ସ୍ଥାନମାନଙ୍କରେ ବାଘ ଗତିବିଧି ବଢିଛି । ନାଶିକରେ ଆଖୁ କିଆରିରେ ରହିଥିବାବେଳେ ସେଠାରେ ଲୁଚି ରହିବା ସହ ଗାଁ ଭିତରକୁ ମଧ୍ୟ ପଶି ଆସୁଛନ୍ତି ବାଘ । ଛେଳି, ମେଣ୍ଢା, କୁକୁର ଭଳି ଜୀବଜନ୍ତଙ୍କୁ ମଧ୍ୟ ଶିକାର କରୁଛନ୍ତି । ଅନେକ ସମୟରେ ଆଖୁ କିଆରିକୁ ଯାଉଥିବା ଚାଷୀ ଆକ୍ରମଣର ସମ୍ମୁଖୀନ ହେଉଥିବାର ମଧ୍ୟ ନଜିର ରହିଛି । ତେବେ ବାଘ କବଳରୁ ସୁରକ୍ଷିତ ରହିବାକୁ ବନବିଭାଗ ପକ୍ଷରୁ ସତର୍କତା ଜାରି କରାଯାଇଛି । ଆଖୁ କିଆରିରେ ଆଖୁ କାଟିବା ସମୟରେ ବନ୍ୟଜନ୍ତୁଙ୍କ କବଳରୁ ନିଜକୁ ସୁରକ୍ଷିତ ରଖିବାକୁ ନିକଟରେ ନିଆଁ ଜାଳିବାକୁ ଚାଷୀଙ୍କୁ ପରାମର୍ଶ ଦେଇଛି ବିଭାଗ । ଏହା ବ୍ୟତୀତ ପିଲାମାନେ ବାହାରେ ବୁଲାବୁଲି କରୁଥିଲେ ତାଙ୍କ ଉପରେ ସ୍ବତନ୍ତ୍ର ନଜର ରଖିବାକୁ କୁହାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.