ETV Bharat / bharat

କେଜ୍ରିଓ୍ବାଲଙ୍କୁ ଦିଲ୍ଲୀ ହାଇକୋର୍ଟଙ୍କ କଠୋର ମନ୍ତବ୍ୟ, 'ରାଷ୍ଟ୍ର ହିତଠୁ ରାଜନୈତିକ ହିତକୁ ଅଧିକ ଅଗ୍ରାଧିକାର ଦେଉଛନ୍ତି' - Delhi HC on Kejriwal

author img

By ETV Bharat Odisha Team

Published : Apr 27, 2024, 10:45 AM IST

Delhi HC on Kejriwal
Delhi HC on Kejriwal

Delhi HC on Kejriwal: ଆପ୍ ସରକାରଙ୍କୁ ଭର୍ତ୍ସନା କଲେ ଦିଲ୍ଲୀ ହାଇକୋର୍ଟ । କହିଲେ କେତେ କ୍ଷମତା ପାଇଲେ ଖୁସି ହେବେ କେଜ୍ରିୱାଲ ? ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ମ୍ୟୁନିସିପାଲିଟି କର୍ପୋରେସନ୍ (MCD) ବିଦ୍ୟାଳୟରେ ପଢୁଥିବା ଛୁଆଙ୍କୁ ପୁସ୍ତକ ମିଳୁନଥୁବା ମୁଦ୍ଦାକୁ ନେଇ ଆମ୍ ଆଦମୀ ପାର୍ଟି(AAP) ସରକାର ଉପରେ ବର୍ଷିଲେ ଦିଲ୍ଲୀ ହାଇକୋର୍ଟ । କୋର୍ଟ କହିଛନ୍ତି, ଗିରଫ ପରେ ମଧ୍ୟ ଅରବିନ୍ଦ କେଜ୍ରିଓ୍ବାଲ ମୁଖ୍ୟମନ୍ତ୍ରୀ ରହଛନ୍ତି । ଏଥିରୁ ସ୍ପଷ୍ଟ ହେଉଛି ଯେ, ସେ ରାଷ୍ଟ୍ରୀୟ ହିତ ଠାରୁ ରାଜନୈତିକ ହିତକୁ ଅଧିକ ଗୁରୁତ୍ବ ଦେଉଛନ୍ତି ।

ଅଦାଲତ କହିଛନ୍ତି, କ୍ଷମତା ସମାଯୋଜନା ପାଇଁ ଦିଲ୍ଲୀ ସରକାରୀ ଆଗ୍ରହୀ । ଦିଲ୍ଲୀ ସରକାରଙ୍କ ଓକିଲ ହାଇକୋର୍ଟଙ୍କୁ କହିଛନ୍ତି ଯେ, ଏହି ମାମଲାରେ କେଜ୍ରିଓ୍ବାଲଙ୍କ ଅନୁମୋଦନ ଆବଶ୍ୟକ । ଏହାପରେ କୋର୍ଟ ଏହି କୋଠର ମନ୍ତବ୍ୟ ଦେଇଛନ୍ତି । ପ୍ରକାଶଥାଉକି, 2021 ଅବକାରୀ ଦୁର୍ନୀତି ମାମଲାରେ କେଜ୍ରିଓ୍ବାଲ ଜେଲ୍‌ରେ ରହିଛନ୍ତି ।

ସୋମବାର ଦିନ ଆଦେଶ ପାରିତ କରିବେ କୋର୍ଟ: ଅଦାଲତ କହିଛନ୍ତି, ବର୍ତ୍ତମାନ ଆମେ ବିନମ୍ରତାପୂର୍ବକ କହୁଛୁ କି ରାଷ୍ଟ୍ରର ହିତ ଉପରେ ଗୁରୁତ୍ବ ଦେବା ଆବଶ୍ୟକ । କିନ୍ତୁ କିନ୍ତୁ ସାମ୍ପ୍ରତିକ ମାମଲା ଏହା ଭୁଲ ବୋଲି ପ୍ରମାଣିତ ହୋଇଛି । ସୋମବାର ଏହି ମାମଲାରେ କୋର୍ଟ ନିର୍ଦ୍ଦେଶ ଦେବେ ।

ରାଜନୈତିକ ସ୍ବାର୍ଥକୁ କେଜ୍ରିଓ୍ବାଲଙ୍କ ଗୁରୁତ୍ବ: ଏନେଇ କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଜଷ୍ଟିଶ ମନମୋହନ ଓ ନ୍ୟାୟମୂର୍ତ୍ତି ମନମିତ ପି.ଏସ୍‌ ଅରୋଡାଙ୍କ ଖଣ୍ଡପୀଠ କହିଛନ୍ତି, "ଆପଣ ସର୍ବଦା ନିଜର ସ୍ବାର୍ଥକୁ ଗୁରୁତ୍ବ ଦେଉଛନ୍ତି । ଛାତ୍ରଛାତ୍ରୀମାନଙ୍କର ହିତ ଠାରୁ ଆପଣଙ୍କ ସ୍ବାର୍ଥକୁ ଗୁରୁତ୍ବ ଦେଉଛନ୍ତି ଏହା ମୋତେ ଅତ୍ୟନ୍ତ ଦୁଃଖ ଦେଉଛି । ଏଥରୁ ସ୍ପଷ୍ଟ ହେଉଛି ହେଉଛି ଆପଣଙ୍କ ପାଇଁ ରାଜନୈତିକ ସ୍ବାର୍ଥ ଗୁରୁତ୍ବପୂର୍ଣ୍ଣ ।

ଏହା ମଧ୍ୟ ପଢନ୍ତୁ: 'କେଜ୍ରିଓ୍ବାଲଙ୍କ ଗିରଫଦାରୀ ବୈଧ' ସୁପ୍ରିମକୋର୍ଟରେ EDର ସତ୍ୟପାଠ - ED affidavit in Supreme Court

ପାଓ୍ବାର ପାଇଁ ଆପଣ ଆଗ୍ରହୀ: ଖଣ୍ଡପୀଠ ଆହୁରି ମଧ୍ୟ କହିଛନ୍ତି, ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଯେ ଆପଣ ଏହା କରିଛନ୍ତି । ନିଜ ସ୍ବାର୍ଥକୁ ଗୁରୁତ୍ବ ଦେବା ଭୁଲ ଅଟେ । ଦିଲ୍ଲୀ ସରକାରଙ୍କ ଓକିଲଙ୍କୁ କୋର୍ଟ କହିଛନ୍ତି ଯେ ତାଙ୍କ ଗ୍ରାହକ କେବଳ କ୍ଷମତା ବ୍ୟବହାର କରିବାକୁ ଆଗ୍ରହୀ ଅଟନ୍ତି ।

ସମସ୍ତଙ୍କୁ ସାଙ୍ଗରେ ନେଇ ଆଗକୁ ବଢିବାକୁ ହେବ: ଆମେ ଜାଣି ନାହୁଁ ଯେ ଆପଣ ଆଉ କେତେ ପାଓ୍ବାର ଚାହୁଁଛନ୍ତି । ଆପଣ କ୍ଷମତା ହାସଲ କରିବାକୁ ଚେଷ୍ଟା କରୁଛନ୍ତି, କିନ୍ତୁ ପାଓ୍ବାର ମିଳୁନାହିଁ । ଏହା ହେଉଛି ସମସ୍ୟା । ତେଣୁ ରାଷ୍ଟ୍ରୀୟ ହିତ ପାଇଁ ସମସ୍ତଙ୍କୁ ସାଙ୍ଗରେ ନେଇ ଆଗକୁ ବଢିବାକୁ ହେବ ବୋଲି ଖଣ୍ଡପୀଠ ରାୟ ଶୁଣାଇଛନ୍ତି ।

ଦିଲ୍ଲୀ ସରକାରଙ୍କ ଓକିଲଙ୍କ ଆଶ୍ବସନା: ସେ ଅଦାଲତକୁ ଆଶ୍ବସନା ଦେଇ କହିଛନ୍ତି, ମ୍ୟୁନିସିପାଲିଟି କର୍ପୋରେସନର ଷ୍ଟାଣ୍ଡିଂ କମିଟିର ଅନୁପସ୍ଥିତିକୁ ଦୃଷ୍ଟିରେ ରଖି ଯଦି MCD କମିଶନର ଆର୍ଥିକ ଅନୁମୋଦନ ପାଇଁ ଆନୁଷ୍ଠାନିକ ଅନୁରୋଧ କରନ୍ତି ତେବେ ପୁସ୍ତକ ଯୋଗାଣ ପ୍ରସଙ୍ଗ ସମାଧାନ ହେବ ।

ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.