ETV Bharat / bharat

ବିଜେପିରେ ସାମିଲ ହେବେ କମଲନାଥ ଓ ପୁଅ ନକୁଲନାଥ ! ସୋସିଆଲ ମିଡିଆ ବାୟୋରୁ କଂଗ୍ରେସ ପାର୍ଟିକୁ ବାଦ ଦେଲେ ନକୁଲ

author img

By ETV Bharat Odisha Team

Published : Feb 17, 2024, 4:51 PM IST

Updated : Feb 17, 2024, 5:37 PM IST

କଂଗ୍ରେସ ଛାଡି ବିଜେପିରେ ସାମିଲ ହେବେ କମଲନାଥ ଓ ପୁଅ ନକୁଲନାଥ !
କଂଗ୍ରେସ ଛାଡି ବିଜେପିରେ ସାମିଲ ହେବେ କମଲନାଥ ଓ ପୁଅ ନକୁଲନାଥ !

Kamal Nath and Son Nakul may Join BJP: କଂଗ୍ରେସ ଛାଡି ବିଜେପିରେ ସାମିଲ ହୋଇପାରନ୍ତି ମଧ୍ୟପ୍ରଦେଶର ଭେଟେରାନ କଂଗ୍ରେସ ନେତା କମଲନାଥ ଏବଂ ସାଂସଦ ପୁଅ ନକୁଲନାଥ । ସୋସିଆଲ ମିଡିଆ ବାୟୋରୁ କଂଗ୍ରେସ ପାର୍ଟିକୁ ବାଦ ଦେଲେ ନକୁଲ । ଅଧିକ ପଢନ୍ତୁ

ଭୋପାଲ: କଂଗ୍ରେସ ଭେଟେରାନ ତଥା ମଧ୍ୟ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥ ଓ ତାଙ୍କ ସାଂସଦ ପୁଅ ନକୁଲ ନାଥ କଂଗ୍ରେସ ଛାଡି ବିଜେପିରେ ସାମିଲ ହୋଇପାରନ୍ତି । ଏଥିପାଇଁ କମଲନାଥ ଦିଲ୍ଲୀ ଗସ୍ତ କରିଥିବା ମଧ୍ୟ ଚର୍ଚ୍ଚା ହେଉଛି । କମଲନାଥଙ୍କ ଦିଲ୍ଲୀ ଗସ୍ତକୁ ରାଜ୍ୟ କଂଗ୍ରେସ ଖଣ୍ଡନ କରିଥିବା ବେଳେ କମଲ ଏବେ କେଉଁଠି, ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ । ଏହି ଚର୍ଚ୍ଚା ମଧ୍ୟରେ କମଲନାଥଙ୍କ ପୁଅ ତଥା କଂଗ୍ରେସରୁ ସାଂସଦ ଥିବା ନକୁଲ ନାଥ ନିଜ ସୋସିଆଲ ମିଡିଆ ବାୟୋରୁ କଂଗ୍ରେସ ପାର୍ଟିର ନାମ ବାଦ ଦେଇଛନ୍ତି । ଯାହା ଜାରି ରହିଥିବା ଚର୍ଚ୍ଚାକୁ ଆହୁରି ଘନିଭୂତ କରିଛି ।

ଲୋକସଭା ନିର୍ବାଚନ ପୂର୍ବରୁ କମଲନାଥ ଓ ତାଙ୍କ ପୁଅ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇପାରନ୍ତି ବୋଲି ପୂର୍ବରୁ ଚର୍ଚ୍ଚା ହେଉଥିଲା । ଆଜି ଉଭୟ ବାପ-ପୁଅ ଦିଲ୍ଲୀ ଗସ୍ତ କରିଥିବା ଚର୍ଚ୍ଚା ହେଉଛି । କୌଣସି ସମୟରେ କମଲନାଥ ଓ ନକୁଲନାଥ କଂଗ୍ରେସରୁ ଇସ୍ତଫା ଘୋଷଣା କରିପାରନ୍ତି । ତେବେ ଏହି ଚର୍ଚ୍ଚାକୁ ପ୍ରଦେଶ କଂଗ୍ରେସ ପକ୍ଷରୁ ଖଣ୍ଡନ କରାଯାଇଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂ, କମଲନାଥ ଦିଲ୍ଲୀ ଗସ୍ତ କରିନଥିବା କହିଛନ୍ତି । କମଲ ଛିନ୍ଦଓ୍ବାଡାରେ ଅଛନ୍ତି ଓ ଗତକାଲି ରାତିରେ ସେ ତାଙ୍କ ସହ କଥା ମଧ୍ୟ ହୋଇଛନ୍ତି ବୋଲି ଦିଗବିଜୟ କହିଛନ୍ତି । କମଲନାଥ ନେହୁରୁ- ଗାନ୍ଧୀ ପରିବାରରୁ ରାଜନୀତି ଆରମ୍ଭ କରିଥିଲେ । ସେ କେବେ ହେଲେ କଂଗ୍ରେସ ଛାଡି ପାରିବେନି ବୋଲି ଦିଗବିଜୟ ଦାବି କରିଛନ୍ତି । ମାତ୍ର ଗଣମାଧ୍ୟମରେ ତମାମ ଚର୍ଚ୍ଚା ମଧ୍ୟରେ କମଲ କିମ୍ବା ନକୁଲଙ୍କ ସମ୍ପର୍କରେ କୌଣସି ତଥ୍ୟ ସାମ୍ନାକୁ ଆସନି ।

କଂଗ୍ରେସ ଛାଡି ବିଜେପିରେ ସାମିଲ ହେବେ କମଲନାଥ ଓ ପୁଅ ନକୁଲନାଥ !
କଂଗ୍ରେସ ଛାଡି ବିଜେପିରେ ସାମିଲ ହେବେ କମଲନାଥ ଓ ପୁଅ ନକୁଲନାଥ !

ଗତ ୨୦୨୩ ବିଧାନସଭା ନିର୍ବାଚନରେ କମଲନାଥ କଂଗ୍ରେସର ମୁଖ୍ୟମନ୍ତ୍ରୀ ଚେହେରା ଥିଲେ । ହେଲେ କଂଗ୍ରେସକୁ ପରାଜୟର ସାମ୍ନା କରିବାକୁ ପଡିଥିଲା । ରାଜ୍ୟରେ ବିଜେପି ଶାସନ କ୍ଷମତା ବଜାୟ ରଖିଥିଲା । ସେହିପରି 2019 ସାଧାରଣ ନିର୍ବାଚନରେ ମଧ୍ୟ ପ୍ରଦେଶର ମୋଟ 29 ଲୋକସଭା ଆସନରୁ ଭାରତୀୟ ଜନତା ପାର୍ଟି 28 ସାଂସଦ ଜିତିଥିଲା । ଏକମାତ୍ର କଂଗ୍ରେସ ସାଂସଦ ଭାବେ କମଲନାଥଙ୍କ ପୁଅ ନକୁଲନାଥ ଛିନ୍ଦଓ୍ବାଡା ସଂସଦୀୟ କ୍ଷେତ୍ରରୁ ବିଜୟ ହୋଇଥିଲେ । ବିଜେପି ମଧ୍ୟ ପ୍ରଦେଶରେ ଚଳିତ (2024) ଲୋକସଭା ଆସନରେ 29 ଆସନ ଜିତି କ୍ଲିନସ୍ବିପ କରିବା ପାଇଁ ଲକ୍ଷ୍ୟ ରଖିଛି । ଏବେ ଚର୍ଚ୍ଚା ଅନୁସାରେ, ଯଦି କମଲ ଓ ନକୁଲ ବିଜେପିରେ ସାମିଲ ହୁଅନ୍ତି, ତେବେ ବିଜେପି ପୂର୍ବରୁ ରଖିଥିବା କ୍ଲିନସ୍ବିପ ଲକ୍ଷ୍ୟରେ ଆଉ ପାଦେ ଆଗେଇବ ।

ଏହା ମଧ୍ୟ ପଢନ୍ତୁ :- ତାମିଲନାଡୁ ବାଣ କାରଖାନାରେ ବିସ୍ଫୋରଣ: 10 ମୃତ, ଏକାଧିକ ଆହତ

ଅନ୍ୟପଟେ ମହାରାଷ୍ଟ୍ରର ପୂର୍ବତନ କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚୌହାନ ନିକଟରେ ହାତ ଛାଡି ପଦ୍ମ ଧରିଛନ୍ତି । ସେ ଦଳରେ ଅଣଦେଖା କରାଯାଉଥିବା ଅଭିଯୋଗ କରି କଂଗ୍ରେସରୁ ଇସ୍ତଫା ଦେବାର ପରଦିନ ବିଜେପିରେ ସାମିଲ ହୋଇଥିଲେ । ବିଜେପି ତାଙ୍କୁ ରାଜ୍ୟସଭା ଟିକେଟ ଦେଇଛି । ଏବେ ମଧ୍ୟ ପ୍ରଦେଶ ବିଧାନସଭା ନିର୍ବାଚନରେ କଂଗ୍ରେସର ପରାଜୟ ପରେ କମଲନାଥ ବିଜେପିରେ ସାମିଲ ହେବାକୁ ଯାଉଥିବା ଚର୍ଚ୍ଚା ହେଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Feb 17, 2024, 5:37 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.