ETV Bharat / bharat

ଜେଇଇ ମେନ୍ ପରୀକ୍ଷାରେ ଅସଫଳ ଯୋଗୁଁ ଝୁଲି ପଡିଲେ ଛାତ୍ର

author img

By ETV Bharat Odisha Team

Published : Feb 13, 2024, 12:40 PM IST

Student Suicide In Kota
Student Suicide In Kota

Student dies by suicide in Kota: ଜେଇଇ ମେନ୍ ପରୀକ୍ଷାରେ ଅସଫଳ ଯୋଗୁଁ ଚରମ ନିଷ୍ପତ୍ତି ନେଲେ ଛାତ୍ର । ସହି ନପାରି ହାରିଲେ ଜୀବନ । ରାଜସ୍ଥାନରୁ ସାମ୍ନାକୁ ଆସିଛି ଏଭଳି ଖବର । ଅଧିକ ପଢନ୍ତୁ

ଜୟପୁର(ରାଜସ୍ଥା): କୋଟାରେ ଛାତ୍ର ମୃତ୍ୟୁରେ ଲାଗୁନି ବ୍ରେକ । ଜେଇଇ ମେନ୍ ପରୀକ୍ଷାରେ ଅସଫଳ କାରଣରୁ ଜୀବନ ହାରିଲେ ଆଉ ଜଣେ ଛାତ୍ର । ଛାତ୍ର ଜଣକ ଫ୍ୟାନରେ ଝୁଲି ନିଜ ଜୀବନ ହାରିଛନ୍ତି । ରାଜସ୍ଥାନ ମହାବୀର ନଗରରୁ ସାମ୍ନାକୁ ଆସିଛି ଏଭଳି ଘଟଣା । ଉଦାସୀନତାକୁ ଦୂର କରିବା ଏବଂ ଆତ୍ମହତ୍ୟାକୁ ରୋକିବା ପାଇଁ କୋଟାରେ କୋଚିଂ ଏବଂ ହଷ୍ଟେଲରେ ଅନେକ ପ୍ରକାର ସୁବିଧା ସୁଯୋଗ ପ୍ରଦାନ କରାଯାଉଥିବା ବେଳେ ଆତ୍ମହତ୍ୟା ଜନିତ ମୃତ୍ୟୁରେ ବ୍ରେକ ଲାଗିବାର ନାଁ ନେଉନି । ଯାହାକି ଏକପ୍ରକାର ଚିନ୍ତାର କାରଣ ସାଜିଛି । ମୃତ ଛାତ୍ରଙ୍କର ନାମ ଶୁଭ କୁମାର ଚୌଧୁରୀ ବୋଲି ଜଣାପଡିଛି ।

ସୂଚନା ଅନୁସାରେ, ଶୁଭ ଛତିଶଗଡରୁ କୋଟାକୁ ଆସି ଆଇଆଇଟି ପରୀକ୍ଷା JEE ମେନ୍ ଏବଂ ଆଡଭାନ୍ସଡ ପାଇଁ ପ୍ରସ୍ତୁତ ହୋଇଥିଲେ । ତେବେ ଆଜି(ମଙ୍ଗଳବାର) ସକାଳୁ ସକାଳୁ ଜେଇଇ ମେନ୍ ପରୀକ୍ଷା ଫଳ ବାହାରିଥିଲା । ଏହା ପୂର୍ବରୁ ଉତ୍ତର ଜାରି କରାଯାଇଥିଲା । ଯେଉଁଥିର ଶୁଭଙ୍କର ରାଙ୍କ କମ ରହିବା ନେଇ ସେ ସ୍ପଷ୍ଟ ହୋଇଥିଲେ । ତେଣୁ ଗତ ରାତିରେ ସେ ଫ୍ୟାନରେ ଝୁଲି ପଡି ଜୀବନ ହାରିଛନ୍ତି । ଆଜି ସକାଳୁ ଛାତ୍ର ଜଣକ କବାଟ ନଖୋଲିବା କାରଣରୁ ହଷ୍ଟେଲ କର୍ତ୍ତୃପକ୍ଷ ପୋଲିସକୁ ସୂଚନା ଦେଇଥିଲେ । ଏହାପରେ ବରିଷ୍ଠ ପୋଲିସ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି କବାଟ ଭାଙ୍ଗି ମୃତଦେହ ଉଦ୍ଧାର କରିଥିଲେ ।

ଏହା ମଧ୍ୟ ପଢନ୍ତୁ: କୋଟାରେ ଜୀବନ ହାରିଲେ ଆଉ ଜଣେ ଛାତ୍ର, NEET ପାଇଁ କରୁଥିଲେ ପ୍ରସ୍ତୁତି

ଜବାହାର ନଗର ଥାନା ପୋଲିସ ସବ ଇନ୍ସିପେକ୍ଟରଙ୍କ କହିବା ଅନୁସାରେ, "18 ବର୍ଷୀୟ ଶୁଭ କୁମାର ଚୌଧୁରୀ ମହାବୀର ନଗର ପ୍ରଥମ ସ୍ଥିତ କୃଷ୍ଣ ରେସିଡେନ୍ସିରେ ରହୁଥିଲେ । ତେବେ ସେ କବାଟ ନଖୋଲିବା କାରଣରୁ ହସ୍ପିଟାଲ ପକ୍ଷରୁ ଆମକୁ ସୂଚନା ଦିଆଯାଇଥିଲା । ଆମେ କବାଟ ଖୋଲି ଝୁଲନ୍ତା ଅବସ୍ଥାରେ ତାଙ୍କୁ ଉଦ୍ଧାର କରିଥିଲୁ । ଏହାପରେ ଏମବିଏସ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ବର୍ତ୍ତମାନ ବ୍ୟବଚ୍ଛେଦ ପାଇଁ ତାଙ୍କ ମୃତଦେହକୁ ହସ୍ପିଟାଲରେ ରଖାଯାଇଛି । ଶୁଭ କୁମାର ସୋମବାର ରାତିରେ ହିଁ ଜୀବନ ହାରିଥିବା ଜଣାପଡିଛି ।"

ଚଳିତ ବର୍ଷ କୋଟାରେ ଛାତ୍ର ମୃତ୍ୟୁର ଏହା ତୃତୀୟ ମାମଲା । ଏହା ପୂର୍ବରୁ ଜାନୁଆରୀ 24 ତାରିଖରେ ରାଜସ୍ଥାନ କୋଟା କୋଚିଂ ସେଣ୍ଟରରେ ଜଣେ ଛାତ୍ର ଜୀବନ ହାରିଥିଲେ । ତେବେ ରାଜସ୍ଥାନ କୋଟାରେ ମୃତ୍ୟୁସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଏହା ଏକପ୍ରକାର ଚିନ୍ତାଜନକ ବିଷୟ ଅଟେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.