ETV Bharat / bharat

ଜଳ ସ୍ଥଳ ଆକାଶ ଠାରୁ ମହାକାଶ ଯାଏଁ ଭାରତ ଫ୍ରାନ୍ସ ମଧ୍ୟରେ କଣ ହେଲା ଡିଲ ?

author img

By ETV Bharat Odisha Team

Published : Jan 27, 2024, 10:02 PM IST

ଜଳ ସ୍ଥଳ ଆକାଶ ଠାରୁ ମହାକାଶ ଯାଏଁ ଭାରତ ଫ୍ରାନ୍ସ ମଧ୍ୟରେ କଣ ହେଲା ଡିଲ?
ଜଳ ସ୍ଥଳ ଆକାଶ ଠାରୁ ମହାକାଶ ଯାଏଁ ଭାରତ ଫ୍ରାନ୍ସ ମଧ୍ୟରେ କଣ ହେଲା ଡିଲ?

India and France Sign Key Deals: ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଫ୍ରାନ୍ସ ରାଷ୍ଟ୍ରପତିଙ୍କ ଭାରତ ଗସ୍ତ ଅବସରରେ ଉଭୟ ଦେଶ ମଧ୍ୟରେ ସେନା ହାର୍ଡୱେରର କୋ ଡିଜାଇନିଙ୍ଗ, କୋ ଡେଭଲପମେଣ୍ଟ ଓ କୋ ପ୍ରୋଡକସନ ପାଇଁ ସହମତି ହୋଇଛି । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ବଳିଷ୍ଠ ହେଉଛି ଭାରତ ଫ୍ରାନ୍ସ ବନ୍ଧୁତ୍ବ । ସମୃଦ୍ଧ ହେଉଛି ଉଭୟ ଦେଶର ସମ୍ପର୍କ । ପରସ୍ପର ପ୍ରତି ସମ୍ମାନ ଶ୍ରଦ୍ଧା, ସମର୍ଥନ ଓ ବିଶ୍ବାସ ଆହୁରି ଗଭୀର । ବିଶ୍ବର ପରିସ୍ଥିତି ଅନୁସାରେ ଉଭୟ ଦେଶ ନେଉଛନ୍ତି ଏକାଧିକ ଦୃଢ ନିଷ୍ପତି । ସାଧାରଣତନ୍ତ୍ର ଦିବସ 2024ରେ ମୁଖ୍ୟ ଅତିଥି ଭାବେ ଫ୍ରାନ୍ସ ରାଷ୍ଟ୍ରପତି ଭାରତ ଗସ୍ତରେ ଥିବାବେଳେ ହୋଇଛି ଏକାଧିକ ଚୁକ୍ତି । ହେଲିକ୍ୟାପ୍ଟର ଠାରୁ ହତିଆର, ବ୍ୟବସାୟ ଠାରୁ ବଟଲିଂ ପ୍ଲାଣ୍ଟ, ଭିତ୍ତିଭୂମି ଠାରୁ ଭୌଗୋଳିକ ସୀମା ଯାଏଁ ହୋଇଛି ବୁଝାମଣା ।

ଅଧିକ ପଢନ୍ତୁ- ଫ୍ରାନ୍ସର 4 ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ପଦ୍ମ ସମ୍ମାନ, ସୁଦୃଢ ହେଉଛି ସମ୍ପର୍କ

ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଫ୍ରାନ୍ସ ରାଷ୍ଟ୍ରପତିଙ୍କ ଭାରତ ଗସ୍ତ ଅବସରରେ ଉଭୟ ଦେଶ ମଧ୍ୟରେ ସେନା ହାର୍ଡୱେରର କୋ ଡିଜାଇନିଙ୍ଗ, କୋ ଡେଭଲପମେଣ୍ଟ ଓ କୋ ପ୍ରୋଡକସନ ପାଇଁ ସହମତି ହୋଇଛି । ଉଭୟ ଦେଶ ପ୍ରତିରକ୍ଷା କ୍ଷେତ୍ରରେ ଏକ ନୂଆ ରୋଡ ମ୍ୟାପ ଉପରେ କାମ କରିବେ । ଉଭୟ ଦେଶ ମିଳିତ ଭାବେ ଏକ ମଲ୍ଟି ମିଶନ ହେଲିକ୍ୟାପ୍ଟର ପ୍ରୋଡକସନ କ୍ଷେତ୍ରରେ କାମ କରିବେ । ଭାରତରେ ଫାଇଟର ଜେଟ ଇଞ୍ଜିଂନ ନିର୍ମାଣ ପାଇଁ ଫ୍ରାନ୍ସ ସମସ୍ତ ପ୍ରକାର ବୈଷୟିକ ସହାୟତା ଯୋଗାଇ ଦେବ । ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ ଏକାଧିକ ପ୍ରସଙ୍ଗରେ ଆଲୋଚନା କରିଥିଲେ ।

ସେହିପରି ଭାରତ ଫ୍ରାନ୍ସ ମଧ୍ୟରେ ପ୍ରତିରକ୍ଷା, ମହାକାଶ, ଉପଗ୍ରହ ଉତକ୍ଷେପଣ, ସ୍ବଚ୍ଛ ଇନ୍ଧନ, ମିଳିତ ଗବେଷଣା, ସ୍ବାସ୍ଥ୍ୟ ଭିତ୍ତିଭୂମି କ୍ଷେତ୍ରରେ ସହଯୋଗ ପାଇଁ ମଧ୍ୟ ବୁଝାମଣା ହୋଇଛି । ଖାଲି ଏତିକି ନୁହେଁ ଫ୍ରାନ୍ସରେ ଅଧ୍ୟଯନ ପାଇଁ ଭାରତୀୟ ଛାତ୍ରଙ୍କ ଭିସାକୁ ଆହୁରି ସରଳ କରିବେ ଫ୍ରାନ୍ସ ସରକାର ।

ବୈଦେଶିକ ସଚିବ ବିନୟ କ୍ବାତ୍ରା ଦେଇଥିବା ସୂଚନା ଅନୁସାରେ ଉଭୟ ଦେଶ ଏୟାରବସ ହେଲିକେପ୍ଟର ନିର୍ମାଣ ପାଇଁ ମଧ୍ୟ ବୁଝାମଣା ହେଉଛି । ଏହା ପୁଣି ମେକ ଇନ ଇଣ୍ଡିଆ ଅନ୍ତର୍ଗତ ଭାରତରେ ନିର୍ମାଣ ହେବ । ଭାରତରେ H-125 ହେଲିକେପ୍ଟର ଉତ୍ପାଦନ ହେବ । ଏଥିପାଇଁ ଭାରତକୁ ଫ୍ରାନ୍ସ ସମସ୍ତ ବୈଷୟିକ ସହାୟତା ଯୋଗାଇ ଦେବ । H-125 ହେଲିକେପ୍ଟରର ପ୍ରଥମ ଉତ୍ପାଦନ 2026 ମସିହା ସୁଦ୍ଧା ହେବ । ଏଥିରେ 6 ଜଣ ବସିବା ପାଇଁ ବ୍ୟବସ୍ଥା ରହିବ ।

ସେହିଭଳି ଉଭୟ ଦେଶ ପ୍ରତିରକ୍ଷା, ବାଣିଜ୍ୟ, ଶକ୍ତି, ଏଆଇ, ସାଇବର ଅପରାଧ, ସମୁଦ୍ରିକ ବ୍ୟବସାୟ, ସ୍ଥଳସେନା ପାଇଁ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର, ଅଟୋମେଟିକ ପରିଚାଳନା ଗାଡି, ରୋବୋଟିକ୍ସ ଭଳି କ୍ଷେତ୍ରରେ ବୁଝାମଣା ହୋଇଛି । ଯାହା ଭାରତର ବିକାଶ ପାଇଁ ବେଶ ସହାୟକ ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.