ETV Bharat / bharat

ଏୟାର ଇଣ୍ଡିଆର ବରଖାସ୍ତ ନିଷ୍ପତ୍ତି ପ୍ରତ୍ୟାହାର, ଚାକିରି ଫେରିପାଇବେ 25 କର୍ମଚାରୀ - Air India Express Crisis

author img

By ETV Bharat Odisha Team

Published : May 10, 2024, 10:55 AM IST

AI Express Cabin Crew Calls off Strike: ଏୟାର ଇଣ୍ଡିଆ ଏକ୍ସପ୍ରେସର ମୁଖ୍ୟ ଅଧିକାରୀଙ୍କ ସହିତ କ୍ରୁ ମେମ୍ବରଙ୍କ ହେଲା ଆପୋଷ ବୁଝାମଣା । 25 କର୍ମଚାରୀଙ୍କୁ ପୁଣି ଚାକିରି ଦେଲା କମ୍ପାନୀ । ଅଧିକ ପଢନ୍ତୁ

AI Express
AI Express (ETV Bharat Odisha)

ହାଇଦ୍ରାବାଦ: ସମୂହ ଛୁଟି ପାଇଁ କ୍ରୁ ମେମ୍ବରଙ୍କୁ ଚାକିରିରୁ ବାହାର କରିଥିଲା ଏୟାର ଇଣ୍ଡିଆ । ଏବେ ଏହି ବରଖାସ୍ତ ନିଷ୍ପତ୍ତିକୁ ପ୍ରତ୍ୟାହାର କରିନେଇଛି କମ୍ପାନୀ । 25 ଜଣ କ୍ରୁ ମେମ୍ବରଙ୍କୁ ଚାକିରିରୁ ବିଦା କରାଯାଇଥିବା ବେଳେ ବର୍ତ୍ତମାନ ଏହି ନିଷ୍ପତ୍ତିରୁ ଓହରିଛି ଏୟାର ଇଣ୍ଡିଆ ଏକ୍ସପ୍ରେସ । ଏୟାରଲାଇନ୍ସର କ୍ରୁ ସଦସ୍ୟମାନେ ମଧ୍ୟ ଧର୍ମଘଟକୁ ବନ୍ଦ କରି ଦେଇଥିବା ସୂଚନା ରହିଛି । ଏୟାର ଇଣ୍ଡିଆ କ୍ରୁ ସଦସ୍ୟମାନେ ଦରମା, ଭତ୍ତା ଏବଂ କାର୍ଯ୍ୟ ପରିସ୍ଥିତି ସମ୍ବନ୍ଧୀୟ ଦାବିକୁ ନେଇ ଧର୍ମଘଟ କରିଥିଲେ । ତେବେ ଅସୁସ୍ଥ ରହିଥିବା କର୍ମଚାରୀମାନେ ଚାକିରିରେ ଯୋଗ ଦେବା ସମୟରେ ଫିଟନେସ ସାର୍ଟିଫିକେଟ ସହିତ ରିପୋର୍ଟିଂ କରିବେ ବୋଲି ଦର୍ଶାଯାଇଛି ।

ଏହା ମଧ୍ୟ ପଢନ୍ତୁ: ସମୂହ ଛୁଟିରେ ଗଲେ ଏୟାର ଇଣ୍ଡିଆ ଏକ୍ସପ୍ରେସ କର୍ମଚାରୀ, ବାତିଲ ହେଲା ବିମାନ - Air India Express Flight Cancelled

କ୍ରୁ ମେମ୍ବର ଟର୍ମିନେସନ ରଦ୍ଦ: ସୂଚନା ଅନୁସାରେ, ଏୟାର ଇଣ୍ଡିଆ ଏୟାରଲାଇନ୍ସରେ ଏଭଳି ଧର୍ମଘଟ ହେବା ପରେ ମୁଖ୍ୟ ଶ୍ରମ କମିଶନର କ୍ରୁ ମେମ୍ବର ଏବଂ ମ୍ୟାନେଜମେଣ୍ଟ ମେମ୍ବରକୁ ନେଇ ଏକ ବୈଠକ କରିଥିଲା । ଏହି ବୈଠକରେ 20ରୁ ଅଧିକ କ୍ରୁ ମେମ୍ବର ଏବଂ ଏୟାର ଇଣ୍ଡିଆ ଏକ୍ସପ୍ରେସର ମୁଖ୍ୟ ଅଧିକାରୀ ଯୋଗ ଦେଇଥିଲେ । ଉଭୟଙ୍କ ମଧ୍ୟରେ ଆପୋଷ ମୁଝାମଣା ହୋଇଥିଲା । ବୈଠକରେ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଥିବା କଥା କୁହାଯାଉଛି । ଆସନ୍ତା 28 ତାରିଖରେ ଆଉ ଏକ ବୈଠକ ହେବା ନେଇ ମଧ୍ୟ ସୂଚନା ରହିଛି । ମେ' 7 ଏବଂ 8 ତାରିଖରେ 25 କ୍ରୁ ମେମ୍ବରଙ୍କୁ ଚାକିରିରୁ ବିଦା କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ: ସମୂହ ଛୁଟିରେ ଯାଇଥିଲେ ଏୟାର ଇଣ୍ଡିଆ କର୍ମଚାରୀ, ଚାକିରିରୁ ବିଦା କଲା କମ୍ପାନୀ - Air India Express

80ରୁ ଅଧିକ ଫ୍ଲାଇଟ ବାତିଲ: ମଙ୍ଗଳବାର ରାତିରେ ହଠାତ କ୍ରୁ ମେମ୍ବରମାନେ ଅସୁସ୍ଥତା ଛୁଟି ଦାବି କରିଥିଲେ । ପ୍ରାୟ 300 କ୍ରୁ ମେମ୍ବର ଅସୁସ୍ଥତା ଦର୍ଶାଇ ଛୁଟିରେ ରହିଥିଲେ । ମ୍ୟାନେଜମେଣ୍ଟ ଠିକ ଭାବେ କାର୍ଯ୍ୟ କରୁନଥିବା ନେଇ ଏୟାର ଇଣ୍ଡିଆ କ୍ରୁ ସଦସ୍ୟମାନେ ଅଭିଯୋଗ କରିଥିଲେ । ଚାକିରି ସୁରକ୍ଷା, ବେତନ ଏବଂ ପାରଦର୍ଶିତାକୁ ସ୍ବୀକୃତି ଦେଉନଥିବା ସେମାନେ ଅଭିଯୋଗ କରିଥିଲେ । କ୍ରୁ ମେମ୍ବରଙ୍କ ଅଭାବ କାରଣରୁ ପ୍ରାୟ 80ରୁ ଅଧିକ ବିମାନ ବାତିଲ କରାଯାଇଥିଲା । ଏହି ଅସୁବିଧା ପାଇଁ ଏୟାର ଇଣ୍ଡିଆ କ୍ଷମା ପ୍ରାର୍ଥନା ମଧ୍ୟ କରିଛି । ଏନେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଏୟାର ଇଣ୍ଡିଆ ଏକ୍ସପ୍ରେସରୁ ବିସ୍ତୃତ ରିପୋର୍ଟ ମାଗିଥିଲା । ଏହି ସମସ୍ୟାର ତୁରନ୍ତ ସମାଧାନ ପାଇଁ ନିବେଦନ ମଧ୍ୟ କରାଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.