ETV Bharat / bharat

ସ୍ତ୍ରୀକୁ ଆସୁନି ଇଂରାଜୀ, ଛାଡ଼ପତ୍ର ଦେବେ ସ୍ବାମୀ - Marriage Broken For English

author img

By ETV Bharat Odisha Team

Published : Apr 15, 2024, 2:15 PM IST

Updated : Apr 15, 2024, 2:59 PM IST

Marriage Broken For English
Marriage Broken For English

Marriage Broken For English: ଦାମ୍ପତ୍ୟ ଜୀବନରେ କଣ୍ଟା ସାଜିଲା ଇଂରାଜୀ ଭାଷା । ସ୍ତ୍ରୀ କହିପାରିଲେନି ଇଂଲିଶ । ପ୍ରବଳ ରାଗିଗଲେ ସ୍ବାମୀ । ଛାଡ଼ପତ୍ର ଦେବା ପାଇଁ ନେଲେ ଚରମ ନିଷ୍ପତ୍ତି । ଅଧିକ ପଢନ୍ତୁ

ଲକ୍ଷ୍ନୌ: 3 ମାସ ପୂର୍ବେ ହୋଇଥିଲା ପ୍ରେମ ବିବାହ । ଦୁହେଁ ଅଗ୍ନିକୁ ସାଖି ରଖି ସାତଜନ୍ମର ସାଥି ହୋଇଥିଲେ । ଦୁହିଁଙ୍କର ବୈବାହିକ ଜୀବନ ଖୁସିରେ ଚାଲିଥିଲା । ହେଲେ ଉଭୟଙ୍କ ମଧ୍ୟରେ ପାଚେରୀ ହୋଇ ଛିଡା ହେଲା ଭାଷା । ଇଂରାଜୀ ନବୁଝିବାରୁ ପ୍ରେମରେ ତିକ୍ତତା ଆସିଥିଲା । ସ୍ତ୍ରୀକୁ ଆସୁନଥିଲା ଇଂରାଜୀ, ସ୍ବାମୀକୁ ଆସୁନଥିଲା ହିନ୍ଦୀ । ଇଂରାଜୀରେ କଥା ହେବାକୁ ବାଧ୍ୟ କରିବାକୁ ଉଭୟଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା କଳହ । ସ୍ତ୍ରୀ ଅତିଷ୍ଠ ହୋଇ ବାପ ଘରକୁ ଚାଲି ଆସିଥିବା ବେଳେ ଏବେ ବାହାଘର ଭାଙ୍ଗିବା ଯାଏଁ କଥା ପହଞ୍ଚିଛି । ତାଜନଗରୀ ଆଗ୍ରାକୁ ଆସିଛି ଏଭଳି ଆଶ୍ଚର୍ଯ୍ୟଜନକ ଘଟଣା ।

ଏନେଇ ମହିଳାଙ୍କ ଅଭିଯୋଗ ଯେ, "3 ମାସ ପୂର୍ବ ପ୍ରେମ ବିବାହ କରିଥିଲି । ଆମେ ଖୁସିରେ ଥିଲୁ, ସ୍ବାମୀ ମଧ୍ୟ ଭଲପାଇବା ଦେଉଥିଲେ । କିନ୍ତୁ ଏବେ 15 ଦିନ ହେବ ମୁଁ ବାପ ଘରେ ରହିଛି । କାରଣ ମୋତେ ଇଂରାଜୀରେ କଥା ହେବା ଆସୁ ନାହିଁ । ସ୍ବାମୀ ମୋତେ ଇଂରାଜୀରେ କଥା ହେବା ପାଇଁ ବାଧ୍ୟ କରନ୍ତି, ମୁଁ ନକହି ପାରିଲେ ସେ ମୋ ସହ ଅଭଦ୍ରତା କରନ୍ତି । ଏହା ଦ୍ବାରା ବିବାଦ ଦେଖାଯାଉଛି । "ତେବେ ଏହି ମାମଲା ଫ୍ୟାମିଲି କାଉନସିଲିଂ ସେଣ୍ଟରରେ ପହଞ୍ଚିଥିବା ବେଳେ ସ୍ବାମୀ ସ୍ତ୍ରୀକୁ ରଖିବାକୁ ମନା କରିଦେଇଥିଲେ । ଦୁହିଁଙ୍କ ମଧ୍ୟରେ ଆପୋଷ ବୁଝାମଣା ହୋଇନଥିଲା ।

ଏମିତି ହୋଇଥିଲା ପ୍ରେମ ସମ୍ପର୍କ: ଦୁହିଁଙ୍କ ମଧ୍ୟରେ ଆପୋଷ ବୁଝାମଣା ହୋଇନଥିଲା । ମହିଳାଜଣକ କମଳାନଗର ବାସିନ୍ଦା । ଏକ ବର୍ଷ ପୂର୍ବେ ଦକ୍ଷିଣ ଭାରତର ଜଣେ ଯୁବକ ଗୁରୁଗ୍ରାମର ଏକ ଘରୋଇ ବ୍ୟାଙ୍କରେ କାମ କରୁଥିଲେ । ସେ ତାଲିମ ପାଇଁ ଆଗ୍ରା ଆସିଥିଲେ । ଏହି ସମୟରେ ଦୁହିଁଙ୍କ ମଧ୍ୟରେ ବନ୍ଧୁତା ଗଢି ଉଠୁଥିଲା । ଏହାପରେ ବନ୍ଧୁତା ପ୍ରେମରେ ପରିଣତ ହୋଇଥିଲା । ଏହାପରେ ସାତଜନ୍ମର ସାଥି ହେବା ପାଇଁ ଭାବି 3 ମାସ ପୂର୍ବ ପ୍ରେମ ବିବାହ କରିଥିଲେ ।

ଏବେ ସ୍ବାମୀକୁ ପସନ୍ଦ ଆସୁନି ସ୍ତ୍ରୀ: ବିବାହ ପୂର୍ବରୁ ହିନ୍ଦୀ ଭାଷାରେ ସବୁକିଛି ଠିକ ଚାଲିଥିଲା । ବର୍ତ୍ତମାନ ସ୍ବାମୀକୁ ହିନ୍ଦୀ ପସନ୍ଦ ଆସୁନାହିଁ । ତେଣୁ ବିବାଦ ଆରମ୍ଭ ହୋଇଥିଲା । କେବଳ ଇଂରାଜୀ କହିବା ପାଇଁ ସ୍ବାମୀ ଚାପ ପକାଉଥିବା ନେଇ ସ୍ତ୍ରୀ ଅଭିଯୋଗ କରିଛନ୍ତି । ଯେତେବେଳେ ସ୍ତ୍ରୀ ହିନ୍ଦୀ କହୁଥିଲେ ସ୍ବାମୀ ଅସଦାଚରଣ କରୁଥିବା କଥା ସେ କହିଛନ୍ତି ।

ସ୍ତ୍ରୀକୁ ରଖିବାକୁ ଚାହିୁନି ସ୍ବାମୀ: ସ୍ବାମୀଙ୍କ କହିବା ଅନୁସାରେ, "ମୁଁ ଜଣେ ଦକ୍ଷିଣ ଭାରତୀୟ । ତେଣୁ ସଠିକ ଭାବେ ହିନ୍ଦୀ ଆସୁନାହିଁ । ତେଣୁ ସ୍ତ୍ରୀ ସହ କଥା ହେବା ଏବଂ ବୁଝିବାରେ ସମସ୍ୟା ହେଉଛି । " ଏନେଇ ପରାମର୍ଶଦାତା ଅମିତ ଗୌଡ କହିଛନ୍ତି, "ସ୍ୱାମୀ ତାଙ୍କ ପତ୍ନୀଙ୍କୁ କାଉନସେଲିଂରେ ନେବାକୁ ମନା କରୁଛନ୍ତି । କାଉନସିଲିଂ ସମୟରେ ସ୍ତ୍ରୀକୁ ଇଂରାଜୀ ଶିଖାଇବା ପାଇଁ ପରାମର୍ଶ ଦିଆଯାଇଥିଲା । କିନ୍ତୁ ସେ ରାଜି ହୋଇନଥିଲେ । ଏହି କାରଣରୁ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ତିକ୍ତତା ଦେଖାଦେଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Apr 15, 2024, 2:59 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.