ETV Bharat / bharat

ଓଃ କି ଖରା.. କୁକୁର ପିନ୍ଧୁଛନ୍ତି ଜୋତା - Police Dogs Gets Shoes

author img

By ETV Bharat Odisha Team

Published : Apr 7, 2024, 10:32 AM IST

Police Dogs Gets Shoes: ଭୀଷଣ ଖରାରୁ ରକ୍ଷା ପାଇଁ ଜୋତା ପିନ୍ଧୁଛନ୍ତି ପୋଲିସ ବିଭାଗର କୁକୁର । ଗୁଳିଗୁଳିରୁ ଆଶ୍ବସ୍ତି ଲାଗି କୁଲରରେ ଶୋଉଛନ୍ତି ଓ ଥଣ୍ଡା ପାଣି ପିଉଛନ୍ତି । ଅଧିକ ପଢନ୍ତୁ

Police Dogs Gets Shoes
Police Dogs Gets Shoes

ବେଙ୍ଗାଲୁରୁ: ପ୍ରଚଣ୍ଡ ଖରା ସାଙ୍ଗକୁ ଗୁଳୁଗୁଳି କେବଳ ମଣିଷ ନୁହେଁ ପଶୁପକ୍ଷୀଙ୍କୁ ମଧ୍ୟ ଅସ୍ତବ୍ୟସ୍ତ କରି ପକାଇଲାଣି । ଲୋକେ ଜୋତା-ଚପଲ ପିନ୍ଧି, ଛତା ଧରି ବି ଘରୁ ବାହାରିବାକୁ ଡରୁଛନ୍ତି । ଏମିତିରେ ଜୀବଜନ୍ତୁଙ୍କ ଅବସ୍ଥା ତ ବେହାଲ । ତେଣୁ ଏହି ଭୀଷଣ ଖରାରୁ ରକ୍ଷା ପାଇଁ କର୍ଣ୍ଣାଟକ ପୋଲିସ ବିଭାଗରେ କାମ କରୁଥିବା କୁକୁରଙ୍କ ଲାଗି ତିଆରି ହୋଇଛି ସ୍ବତନ୍ତ୍ର ଜୋତା । କାଲାବୁର୍ଗି ଜିଲ୍ଲା ପୋଲିସର ଡଗ୍ ସ୍କ୍ବାର୍ଡଙ୍କୁ ଏହି ଜୋତା ପିନ୍ଧାଯାଇଛି । ଖାଲି ଜୋତା ନୁହେଁ, ଗରମରୁ ଆଶ୍ବସ୍ତି ଦେବାକୁ ସେମାନଙ୍କ ପାଇଁ କୁଲର ବି ଲଗାଯାଇଛି । ଯାହାକି ରାଜ୍ୟରେ ପ୍ରଥମ ଘଟଣା ।

ଭୀଷଣ ଖରାରେ ଚାଲିବାକୁ ଜୋତା ପିନ୍ଧୁଛନ୍ତି କୁକୁର, କୁଲରରେ ଶୋଉଛନ୍ତି
ଭୀଷଣ ଖରାରେ ଚାଲିବାକୁ ଜୋତା ପିନ୍ଧୁଛନ୍ତି କୁକୁର, କୁଲରରେ ଶୋଉଛନ୍ତି

ଡଗ୍‌ ସ୍କ୍ବର୍ଡର ରିଟା, ଜିମି, ରାନୀ ଓ ରିଙ୍କି ନାମକ କୁକୁରମାନଙ୍କ ପାଇଁ ସ୍ବତନ୍ତ୍ର ଭାବରେ ଜୋତା ଡିଜାଇନ କରାଯାଇଛି । ଜିଲ୍ଲାର ସ୍ପେଶାଲ ରିଜର୍ଭ ପରିସରରେ ଏହି କୁକୁରମାନଙ୍କୁ ଖରାରୁ ରକ୍ଷା କରିବାକୁ ଜୋତା ପିନ୍ଧାଯିବା ସହ ସେମାନଙ୍କ ପାଇଁ ଏୟାର କୁଲର ବ୍ୟବସ୍ଥା କରାଯାଇଛି । ଏହାବ୍ୟତୀତ ଶୋଷ ଲାଗିଲେ ଥଣ୍ଡା ପାଣି, ଶାଗୁଦାନା, ମିଲେଟ ଏବଂ ଅନ୍ୟାନ୍ୟ ଥଣ୍ଡା ଜାତୀୟ ଖାଦ୍ୟ ଦିଆଯାଉଛି । କୁକୁରମାନେ ବାହାରକୁ ଗଲେ ସେମାନଙ୍କୁ ଜୋତା ପିନ୍ଧାଯାଉଛି । ଯାହାଦ୍ବାରା ଅପରାଧୀଙ୍କୁ ଧରିବାକୁ ଖରାରେ ଯିବା ସମୟରେ ସେମାନଙ୍କ ପାଦକୁ ଆଉ କଷ୍ଟ ହେବନି ।

ଏହା ମଧ୍ୟ ପଢନ୍ତୁ: ଜଙ୍ଗଲରେ ମରୁଡି ସଦୃଶ ଜଳାଶୟ, ଖରା ଆସିଲେ ବଢୁଛି ବନ୍ୟପ୍ରାଣୀଙ୍କ ଜଳ ଚିନ୍ତା

କର୍ଣ୍ଣାଟକର କାଲାବୁର୍ଗି ଏସିଆର ୯ମ ଉତ୍ତପ୍ତ ସହର ରହିଛି । ଏଠାରେ ସର୍ବାଧିକ ତାପମାତ୍ରା ୪୪ ଡିଗ୍ରୀ ରେକର୍ଡ କରାଯାଇଛି । ତେଣୁ କାଲାବୁର୍ଗି ପୋଲିସ ବିଭାଗରେ ଥିବା ଡଗ୍ ସ୍କ୍ବାର୍ଡର କୁକୁରଙ୍କୁ ଖରାରେ ଚାଲିବା ପାଇଁ ଜୋତା ସହିତ ଗୁଳୁଗୁଳିରୁ ରକ୍ଷା ପାଇଁ କୁଲର ଲଗାଯାଇଛି । ପ୍ରତ୍ୟେକ କୋଠରୀରରେ ଦୁଇଟି କୁଲର ଲାଗିଛି । ଆସନ୍ତା ଲୋକସଭା ନିର୍ବାଚନ ପାଇଁ ନେତାଙ୍କ ପ୍ରଚାର ଅଭିଯାନ ଜାରି ରହିଛି । କୁକୁରଙ୍କୁ ବିଭିନ୍ନ ନିର୍ବାଚନ କାର୍ଯ୍ୟରେ ନିୟୋଜିତ କରାଯାଉଛି । ଏମିତିରେ କୁକୁରମାନେ ଯଦି ଜୋତା ପିନ୍ଧନ୍ତି ତାହେଲେ ଖରାରୁ ସୁରକ୍ଷିତ ରହିପାରିବେ ।

ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାଲାବୁର୍ଗି ଯାଇଥିଲେ । ସେ ସମୟରେ ଏହି କୁକୁରମାନେ ଜୋତା ପିନ୍ଧି ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିଥିଲେ । ତେବେ ଏହି କୁକୁରମାନଙ୍କ ପଛରେ ଦୈନିକ ୩୦୦ ଟଙ୍କା ଖର୍ଚ୍ଚ କରାଯାଉଥିବା ପୋଲିସ ଅଧିକାରୀ ଜଣାଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.