ETV Bharat / bharat

ଏପ୍ରିଲ 3 ରାଶିଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ - Horoscope

author img

By ETV Bharat Odisha Team

Published : Apr 3, 2024, 12:00 AM IST

HOROSCOPE
HOROSCOPE

Horoscope Of 3rd April: ଆଜି କେମିତି ରହିବ ଆପଣଙ୍କ ଦିନ । ଜାଣିବା ପାଇଁ ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ

ମେଷ: ତୁମର ପରିବାର ଏବଂ ସେମାନଙ୍କର ପରିସ୍ଥିତି ର ସୁଧାର ତୁମର ପ୍ରଥମ କର୍ତ୍ତବ୍ୟ ଅଟେ । ତୁମେ ତୁମ ଘରର ସୌନ୍ଦର୍ଯ୍ୟରେ ନୂତନତ୍ୱ ଆଣିବା ପାଇଁ ଏପାଖ ସେପାଖ କରି ସାଜସଜ୍ଜାରେ ଲାଗିବ। ଘର ସହିତ ଅଧିକ ସଂଶ୍ଲିଷ୍ଟ ରୁହନ୍ତୁ । ଅନେକ ଆନନ୍ଦ ଓ ଶାନ୍ତି ଅନୁଭବ କରିବ ।

ବୃଷ: ଏହି ଦିନଟି ଆପଣଙ୍କୁ ମିଶ୍ରିତ ଫଳାଫଳ ଦେବ । ବ୍ୟବସାୟୀମାନେ ନିଜ ନିଜ ପ୍ରକଳ୍ପରେ ଫଣ୍ଡ୍‌ ନିବେଶ କରି ନୂଅ କାମ ହାତକୁ ନେଇପାରନ୍ତି । ମୋଟ ଉପରେ ସେମାନେ ଭବିଷ୍ୟତ ପାଇଁ ଯୋଜନା କରିପାରନ୍ତି । ବିଦେଶ ଯାତ୍ରା କରିପାରନ୍ତି । ଗୋଟିଏ ତୀର୍ଥସ୍ଥାନ ଦର୍ଶନ ଆପଣଙ୍କ ଧାର୍ମିକତାକୁ ସାମର୍ଥ୍ୟ ଯୋଗାଇଦେବ ।

ମିଥୁନ: କିଛି ଆଶ୍ଚର୍ଯ୍ୟ ଏବଂ ବିଷାଦପୂର୍ଣ୍ଣ ଘଟିପାରେ । ମିଥୁନ ରାଶିର ବ୍ୟକ୍ତିମାନେ ସତର୍କ ହୁଅନ୍ତୁ । ଘାରେ ଲୁଣ ଛିଟା ପଡିପାରେ, ଆପଣ ଶାରୀରିକ ଏବଂ ମାନସିକ ଭାବରେ ଅସୁସ୍ଥ ଅନୁଭବ କରିପାରନ୍ତି । ତେଣୁ, ଆପଣ ଭଲ ପାଉଥିବା ଅଭ୍ୟାସ ଏବଂ ଉପକରଣରେ ମିଶି ଯାଆନ୍ତୁ ।

କର୍କଟ: ଆପଣ ଆଜି ଦିନଟିରେ ଆପଣଙ୍କ ପରିବାର ଏବଂ ସାଙ୍ଗ ସାଥି ସହିତ ମଜା ମଜଲିସ୍‌ କରିପାରନ୍ତି । ଆର୍ଥିକ ଲାଭ ହୋଇପାରେ । ବ୍ୟବସାୟୀ ବ୍ୟକ୍ତିମାନଙ୍କ ପାଇଁ ଆଜି ଦିନଟି ପ୍ରତିଜ୍ଞାର ଦିବସ ହେବ । ଆପଣଙ୍କ ବ୍ୟବସାୟ ପାର୍ଟ୍‌ନର୍‌ଠାରୁ ଆପଣ ଲାଭବାନ ହେବେ । ଆପଣ ପ୍ରିୟଜନଙ୍କ ସଙ୍ଗରେ ଭ୍ରମଣ ଆପଣଙ୍କ ମନରେ ବହୁତ ଦିନ ପର୍ଯ୍ୟନ୍ତ ଛାପି ରହିବ ।

ସିଂହ: ଆଜି ଭଲ ଦିନ ନୁହେଁ । ଆପଣ ଅସଂଖ୍ୟ ଚିନ୍ତା, ବ୍ୟସ୍ତତା, ଏବଂ ଦାରିଦ୍ର୍ୟ ଆପଣଙ୍କୁ ଘାରି ପକାଇପାରେ । ଛାତିକୁ ଦମ୍ଭ କରନ୍ତୁ । ଆଜିର ଦିନଟି ଅଫିସ୍‌ରେ ଆପଣଙ୍କ ପାଇଁ ଖୁସିରେ ଯିବ ନାହିଁ ସେଥିପାଇଁ ଆପଣ ଆପଣଙ୍କର ପ୍ରତିଦିନର ବ୍ୟସ୍ତ କାମକୁ ଲକ୍ଷ୍ୟସ୍ଥଳରେ ପହଞ୍ଚାଇପାରିବା କଠିନ ହେବ ।

କନ୍ୟା: ଏହା ଉତ୍ତମ ଯଦି ଆଲୋଚନାରୁ ଦୂରରେ ରୁହ । ହଠାତ ରାଗ ବଢିଯିବାରୁ ସୁନ୍ଦର ଆଲୋଚନା ସବୁ ଯୁକ୍ତିତର୍କ ଦିଗକୁ ଗତିକରିବ। ଭାଗ୍ୟରେ ହଠାତ ଖର୍ଚ୍ଚ ଅଛି, ସେଥିପାଇଁ ସତର୍କ ହୁଅ। ବନ୍ଧୁ ତଥା ପ୍ରିୟଜନଙ୍କ ସହ ନିଜର କ୍ଷ୍ୟାତି ବାଧା ପ୍ରାପ୍ତ ହେବ । ତେଣୁ ସେମାନଙ୍କ ସହ ବାହାରକୁ ଯାଆନ୍ତୁ। ପେଟଜନୀତ ରୋଗ ଭୋଗହୋଇପାରେ, ସୁଖାଦ୍ୟ ଖାଆନ୍ତୁ ।

ତୁଳା: ଆଜି ଦିନଟି ଆପଣଙ୍କ ପାଇଁ ମାନ୍ଦାଳିଆ ରହିବ । ଆପଣ ଶାନ୍ତ ଏବଂ ନିରବ ଏହିବା କଷ୍ଟକର ହୋଇପଡିବ, ସବୁ ସମୟରେ ସତର୍କ ରହିବା ଭଳି ଘଟଣା ହେବ । ବିଶେଷ କରି ସଂପତ୍ତି ବିଷୟରେ କଥାବାର୍ତ୍ତା କରିବା ପ୍ରତି ବିରତି ରୁହନ୍ତୁ । ଯାତ୍ରା କରନ୍ତୁ ନାହିଁ । ଆପଣଙ୍କର ପରିବାରର ପରିବେଶ ଅସ୍ଥିର ରହିବ । ତର୍କ ଏବଂ ଯୁକ୍ତି ନ କରିବା ପାଇଁ ଚେଷ୍ଟା କରନ୍ତୁ ।

ବିଛା: ଦୟାକରି ସମସ୍ୟା ଯୋଗୁଁ ଅଟକି ଯାଆନ୍ତୁ ନାହିଁ, ସେଗୁଡିକ ସମାଧାନ କରିବାକୁ ଚେଷ୍ଟା କରନ୍ତୁ । ଘରର ପରିବେଶ ଅନୁକୂଳ ସାବ୍ୟସ୍ତ ହେବ ନାହିଁ । ଶାନ୍ତ ରହିବା ପାଇଁ ଚେଷ୍ଟା କରନ୍ତୁ । ଶେଷ ହୋଇ ନ ଥିବା କାର୍ଯ୍ୟ ସଂପୂର୍ଣ୍ଣ କରିବା ଆପଣଙ୍କ ପାଇଁ କଷ୍ଟକର ହୋଇପଡିବ । ତଥାପି ଆପଣ ଶାନ୍ତ ରୁହନ୍ତୁ ଏବଂ ସଠିକ୍‌ ରୁହନ୍ତୁ ।

ଧନୁ: ଏହି ଦିନଟି ଆପଣଙ୍କ ପାଇଁ ଫଳପ୍ରଦ ହେବ । ଆପଣ ଆର୍ଥିକ ଲାଭରେ ରହିପାରନ୍ତି । ମହିଳାମାନଙ୍କ ଭାଗ୍ୟ ସେମାନଙ୍କ ସପକ୍ଷରେ ଯିବ । ଆପଣଙ୍କ ପ୍ରିୟଜନ ଆପଣଙ୍କୁ ଖୁସି ପାଇଁ ଆନନ୍ଦିତ ହେବେ । ନୂଆ କାମ ହାତକୁ ନେବାର ଏହା ହେଉଛି ସଠିକ ସମୟ । ଛୋଟିଆ ଯାତ୍ରା କରିପାରନ୍ତି । ଆପଣ ମାନସିକ ଭାବରେ ଆରାମ ଅନୁଭବ କରିବେ । ଆପଣଙ୍କ ଶତୃମାନେ ଆପଣଙ୍କଠାରୁ ପରାସ୍ତ ହେବେ ।

ମକର: ଆଜିର ଦିନ ଗୋଟିଏ ପ୍ରାର୍ଥନା ସହ ଆରମ୍ଭ କରନ୍ତୁ ଏବଂ ପୂର୍ଣ୍ଣ ଆନନ୍ଦର ମଜା ନିଅନ୍ତୁ । ଆଜି ପ୍ରତ୍ୟେକ ଜିନିଷ ସଠିକ୍‌ ସ୍ଥାନ ଏବଂ ସଠିକ୍‌ କ୍ରମରେ ରହିବ । ଏହାକୁ ପ୍ରିୟଜନ କିମ୍ବା ବ୍ୟବସାୟ ସହ ଯୋଡନ୍ତୁ । ସଠିକ୍‌ ହୁଅନ୍ତୁ । ବ୍ୟବସାୟ ଦୃଷ୍ଟିରୁ ଆପଣ ଜଣେ ଯଥୋଚିତ କର୍ମଚାରୀ ହେବେ ।

କୁମ୍ଭ: ଆଜି ଆପଣ ମାନସିକ ଏବଂ ଶାରୀରିକ ଭାବରେ ଦୁର୍ବଳ ଏବଂ କ୍ଲାନ୍ତ ଅନୁଭବ କରିବେ । ଏହା ପରିବାର ଭିତରେ ଦ୍ୱନ୍ଦ କଳହ ସୃଷ୍ଟି କରିପାରେ ଯାହାକି ବାକ୍‌ଯୁଦ୍ଧର ରୂପ ନେଇପାରେ । ଯାହା ଫଳରେ ଆପଣ ହଇରାଣ ଏବଂ ବିରକ୍ତି ଅନୁଭବ କରିପାରନ୍ତି । ଆପଣ ଆପଣଙ୍କ ଖର୍ଚ୍ଚ, ରାଗ, ଏବଂ କଥା ଉପରେ ନଜର ରଖନ୍ତୁ ଏବଂ ଭବିଷ୍ୟତର କଳହ ପାଇଁ ପ୍ରସ୍ତୁତ ରୁହନ୍ତୁ ।

ମୀନ: ଆଜି ହଠାତ୍‌ ଆର୍ଥିକ ଲାଭର ସମ୍ଭାବନା ନିଶ୍ଚିତ ଭାବରେ ରହିଛି । ଏପରିକି ଆପଣ ପଇସା ହିସାବରେ ପ୍ରାଇଜ୍‌ କିମ୍ବା ଲଟେରୀ ଜିତିପାରନ୍ତି । ମୋଟାମୋଟି ଭାବରେ ଖୁସି, ଭାଗ୍ୟଶାଳୀ ସମୟର ଆଶାକରାଯାଏ । ପିଲାମାନଙ୍କଠାରୁ ଭଲ ଖବର ଆସିପାରେ, ଏବଂ ଆପଣ ଆପଣଙ୍କ ପୁରୁଣା, ଦୀର୍ଘ ଦିନରୁ ଭେଟ ହୋଇ ନଥିବା ବନ୍ଧୁମାନଙ୍କୁ ଭେଟି ଭାଗ୍ୟବାନ ଅନୁଭବ କରିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.