ETV Bharat / bharat

ଏପ୍ରିଲ 23 ରାଶିଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ - Horoscope

author img

By ETV Bharat Odisha Team

Published : Apr 23, 2024, 12:00 AM IST

Horoscope
Horoscope

Horoscope Of 23RD April: ଆଜି କେମିତି ରହିବ ଆପଣଙ୍କ ଦିନ । ଜାଣିବା ପାଇଁ ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ

ମେଷ: ଆଜିର ଦିନଟି ଆପଣଙ୍କ ପାଇଁ ଶୁଭଫଳଦାୟକ ଅଟେ । ଆପଣ ପ୍ରତି ପଦକ୍ଷେପରେ ଅତି ସହଜରେ ସଫଳତା ପାଇବେ । ସବୁ ସ୍ଥଳରେ ଆପଣଙ୍କ ମନ ପ୍ରଫୁଲ ରହିବ । ପାରିବାରିକ ଜୀବନରେ ଶାନ୍ତି ବିରାଜମାନ କରିବା ସଙ୍ଗେସଙ୍ଗେ ହସ ଖୁସିରେ ଦିନଟି କଟିବ । ତେଣୁ ଏହି ଅବସରରେ ଆପଣ ନିଜର ବନ୍ଧୁ ଓ ପରିବାରର ସଦସ୍ୟଙ୍କୁ ସଙ୍ଗରେ ନେଇ ଦୂର ଯାତ୍ରା କରିବାର ଯୋଜନା କରନ୍ତୁ । ସାମାଜିକ ସ୍ତରରେ ଆପଣଙ୍କର ସମ୍ମାନ ବୃଦ୍ଧି ପାଇବ । ବୃତ୍ତିଗତ କ୍ଷେତ୍ରରେ କାର୍ଯ୍ୟକରିବାରେ କୌଣସି ପ୍ରତିବନ୍ଧକ ନ ଆସି କାମ ସୁରୁଖୁରୁରେ ସମ୍ପନ୍ନ ହେବ ଏବଂ ଅର୍ଥଲାଭ ହୋଇପାରେ ।

ବୃଷ: ଆଜି ଦିନଟି ଆପଣଙ୍କୁ ମିଶ୍ରିତ ଫଳ ପ୍ରଦାନ କରିପାରେ । ଆପଣ ଆୟ ବ୍ୟୟର ହିସାବକୁ ତନ୍ନତନ୍ନ କରି ପରୀକ୍ଷା କରି ଖର୍ଚ୍ଚ କରନ୍ତୁ । ଆଜି ଦିନଟିରେ ବିଦ୍ୟାର୍ଥୀମାନେ ନିଜ ବିଦ୍ୟାଳୟରେ କିମ୍ଵା ପଢାପଢିରେ କିଛି ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ଅପରାହ୍ନ ପରେ ଅବସ୍ଥାରେ ପରିବର୍ତ୍ତନ ଘଟି ସୁଖ ଓ ସମୃଦ୍ଧିର ବାତାବରଣ ଦେଖାଦେବ । ଦିବସର ପ୍ରଥମାର୍ଦ୍ଧରେ ଶାରୀରିକ ଅସୁସ୍ଥତା କ୍ରମେକ୍ରମେ ସୁସ୍ଥ ହେବ । ଏପରିକି ଅଫିସରେ ଆପଣଙ୍କର ସହକର୍ମୀମାନେ ଆପଣଙ୍କୁ ସହଯୋଗ ପ୍ରଦାନ କରିବେ ।

ମିଥୁନ: ପରିବାରର ସଦସ୍ୟଙ୍କ ଲଢୁଆ ମନୋଭାବ ଯୋଗୁଁ ଆପଣଙ୍କୁ ଧର୍ଯ୍ୟ ଧରି ଶାନ୍ତ ରହିବାକୁ ପଡିପାରେ । ମାତ୍ର ଦିନତମାମ ଏପରି ପରିସ୍ଥିତିର ମୁକାବିଲା କରିବା ଅତ୍ୟନ୍ତ କଷ୍ଟଦାୟକ ହୋଇପାରେ । ଗୃହର ଝଗଡା ଯୋଗୁଁ ବୃତ୍ତିରେ ଅଗ୍ରଗତି କରିବ ଅତ୍ୟନ୍ତ କଷ୍ଟକର । ଆଜି ଦିନର କୁପ୍ରଭାବ ବିଦ୍ୟାର୍ଥୀ ମାନଙ୍କୁ ହଇରାଣରେ ପକାଇପାରେ । ଆପଣ ନିଜର ଅସ୍ଥିର ମନୋଭାବକୁ ପରିତ୍ୟାଗ କରନ୍ତୁ । ଅପ୍ରତ୍ୟାଶିତ ଭାବେ ଖର୍ଚ୍ଚାନ୍ତ ହୋଇପାରନ୍ତି, ତେଣୁ ନିଜର ଅର୍ଜିତ ଧନପ୍ରତି ସତର୍କ ରୁହନ୍ତୁ ।

କର୍କଟ: ଆଜି ଦିନଟି ମିଶ୍ରିତ ଫଳ ପ୍ରଦାନ କରିବ । ଆଜିର ଦିବସର ପ୍ରାରମ୍ଭରୁ ପ୍ରତି ପଦକ୍ଷେପରେ ନିଶ୍ଚିତ ଭାବେ ଆଗେଇବା ପାଇଁ ଉତ୍ସାହିତ ହେବେ, ମାତ୍ର ଦିବସର ଦ୍ୱିତୀୟାର୍ଦ୍ଧରେ ନିଜକୁ ହତୋତ୍ସାହିତ ମନେକରିବେ । ଆପଣ ଆଜି ଦିନରେ ଅତ୍ୟଧିକ ସମ୍ଵେଦନଶୀଳ ରହେବେ, ମାତ୍ର ଜଣଙ୍କ ଆଗରେ ଏବଂ ପ୍ରତ୍ୟେକଙ୍କ ସାମନାରେ ଭାବପ୍ରବଣ ହୁଅନ୍ତୁ ନାହିଁ । ମାନସିକ ଚାପ ଓ ଉତ୍କଣ୍ଠିତ ମନ ଆପଣଙ୍କ ମନ ଓ ଶରୀରକୁ ଚଳଚଞ୍ଚଳ କରିବ ନାହିଁ । ଏହାର କୁପ୍ରଭାବ ଯୋଗୁଁ ଆପଣ ଚିନ୍ତାଗ୍ରସ୍ତ ରହିବେ । ପରିବାରର ସଦସ୍ୟଙ୍କ ସହ ମତାନ୍ତର ଓ ମନୋମାଳିନ୍ୟ ଘଟିପାରେ ।

ସିଂହ: ଆପଣ ନିଜର ମିଷ୍ଠଭାଷୀ ବ୍ୟକ୍ତିତ୍ୱ ଏବଂ ଶାନ୍ତଶିଷ୍ଟ ବ୍ୟବହାର ପାଇଁ ପ୍ରଶଂସା ପାଇବେ । ଏଥିପାଇଁ ଆପଣ ନିଜର ସହକର୍ମୀଙ୍କ ସାହାଯ୍ୟ ଓ ସହଯୋଗ ପାଇପାରିବେ । ଅନ୍ୟମାନଙ୍କ ଠାରୁ ମଧ୍ୟ ସେହିପରି ସାହାଯ୍ୟ ଓ ସହାନୁଭୂତି ହାସଲ କରିବେ । ଆପଣ ପ୍ରତିକ୍ଷେତ୍ରରେ ସଫଳତା ହାସଲ କରିବାରେ ସମର୍ଥ ହେବେ । ନିଜର ଏହି ନମ୍ର ଗୁଣ ଯୋଗୁଁ ପାରିବାରିକ ଜୀବନ ମଧୁମୟ ହେବ । ନିଜର ପ୍ରତିଦ୍ୱନ୍ଦ୍ବୀ ମାନେ ପରାଜିତ ହେବେ ।

କନ୍ୟା: ଆଜି ଦିନଟି ଆପଣଙ୍କ ପାଇଁ ଶୁଭ ଫଳଦାୟକ ଅଟେ । ଆପଣଙ୍କର ପ୍ରଥମ ଭାଷଣରେ ଲୋକଙ୍କର ଧ୍ୟାନକୁ ମୋହିତ କରିବାରେ ସମର୍ଥ ହେବେ । ଏହା ଫଳରେ ସେମାନଙ୍କର ସ୍ନେହ ଓ ପ୍ରଶଂସାରେ ଆପଣ ପୋତିହୋଇ ପଡିବେ । ଏହା ଆପଣଙ୍କ ପାଇଁ ସର୍ବୋତ୍କୃଷ୍ଟ ଉପହାର ଅଟେ । ନିଜର ଏହି ଗୁଣଯୋଗୁଁ ବନ୍ଧୁଙ୍କ ସହିତ ଉତ୍ତମ ବନ୍ଧୁତ୍ୱ ସ୍ଥାପନ କରିପାରିବେ । ସେମାନେ ମଧ୍ୟ ଆପଣଙ୍କର ଏହି ଚିନ୍ତାଧାରେ ପ୍ରଭାବିତ ହେବାକୁ ଚେଷ୍ଟା କରିବେ । ନିଜର ମେଧାବୀ ସାହାସ ବିଜ୍ଞଲୋକଙ୍କ ସହ ଆଲୋଚନା ଓ ତର୍କରେ ଉଚ୍ଚ ପ୍ରଶଂସିତ ହେବେ ।

ତୁଳା: ଆଜି ଦିନଟିକୁ ଆପଣ କଷ୍ଟରେ କାଟିପାରନ୍ତି । ନିଜର ଶାରୀରିକ ଓ ମାନସିକ ଅସୁସ୍ଥତା ଯୋଗୁଁ ଆପଣ ଅସନ୍ତୋଷ ଭାବ ପ୍ରକାଶ କରିବା ସହ ନିଜକୁ ଦୁର୍ବଳ ଓ ଅସମର୍ଥ ବୋଲି ଲୋଭାନ୍ୱିତ ହୋଇପାରନ୍ତି । ଏହାଫଳରେ ବନ୍ଧୁ ଓ ପ୍ରିୟଜନଙ୍କ ସହ ସମ୍ପର୍କ ଭଲ ରହିବ ନାହିଁ । ତେଣୁ ନିଜକୁ ଯୁକ୍ତିତର୍କରୁ ଦୂରେଇ ରହିବା ସହ ନମ୍ର ଏବଂ କୋମଳ ବ୍ୟବହାର ପ୍ରଦର୍ଶନ କରନ୍ତୁ । ଅପରାହ୍ନରେ ଧୀରେଧୀରେ ଉନ୍ନତି ପରିଲକ୍ଷିତ ହୋଇପାରେ ।

ବିଛା: ଗ୍ରହମାନଙ୍କର ଶୁଭ ଦୃଷ୍ଟିରୁ ଆଜି ଦିନଟି ଆପଣଙ୍କୁ ଆନନ୍ଦ ପ୍ରଦାନ କରିପାରେ । ଏହାର ଶୁଭ ନିଦର୍ଶନ ସ୍ୱରୁପ ଆପଣଙ୍କର ବ୍ୟବସାୟ ଓ ବୃତ୍ତିରେ ଅର୍ଥଲାଭ ହୋଇପାରେ । ନିଜର ବନ୍ଧୁ ଏବଂ ପ୍ରିୟଜନଙ୍କ ସହ ଆପଣ ଏକ ସୁଖମୟ ପରିଭ୍ରମଣର ଯୋଜନା କରିପାରନ୍ତି । ମାତ୍ର ନିଜର ଖର୍ଚ୍ଚପ୍ରତି ସତର୍କତା ଅବଲମ୍ଵନ କରନ୍ତୁ । ମଧ୍ୟାହ୍ନ ପରେ ଆପଣଙ୍କ ସ୍ୱାସ୍ଥ୍ୟର ଅବନତି ଘଟିପାରେ । ସେଥିପାଇଁ ଆପଣ ଅତ୍ୟଧିକ ଭୋଜନ କରନ୍ତୁ ନାହିଁ ।

ଧନୁ: ଆଜି ଦିନଟି ଆପଣଙ୍କ ପାଇଁ ଶୁଭଙ୍କର ଅଟେ । ପ୍ରତ୍ୟେକ କ୍ଷେତ୍ରରେ ଆପଣ ସୁଫଳ ପାଇବେ । ଗୃହରେ ଏବଂ ଅଫିସରେ ସୁସ୍ଥ ବାତାବରଣ ଯୋଗୁଁ ଏହା ସମ୍ଭବପର ହୋଇପାରେ । ବନ୍ଧୁ ଏବଂ ପରିବାରବର୍ଗଙ୍କ ସହ ଆପଣ ପରିଭ୍ରମଣରେ ଯିବା ପାଇଁ ଯୋଜନା କରିପାରନ୍ତି । ନିଜ ବୃତ୍ତିରେ ବହୁ ପରିମାଣରେ ଉପକୃତ ହେବା ସହ ଆପଣଙ୍କର ପଦୋନ୍ନତି ହେବାର ୟଥେଷ୍ଟ ସମ୍ଭାବନା ଅଛି । ଦରମା ବୃଦ୍ଧି ମଧ୍ୟ ହୋଇପାରେ । ସାମାଜିକ କ୍ଷେତ୍ରରେ ଆପଣଙ୍କର ସୁନାମ ଓ ଖ୍ୟାତି ବୃଦ୍ଧି ପାଇବ ।

ମକର: ଆଜି ଦିନଟି ଆପଣଙ୍କୁ ଶୁଭଫଳ ପ୍ରଦାନ କରିବ । ଆପଣ ଯଦି କିଛି ନୂଆ ଯୋଜନାର ଶୁଭାରମ୍ଭ କରିବାକୁ ମନସ୍ଥ କରିଛନ୍ତି, ତାହେଲେ ତୁରନ୍ତ ତାହାକୁ କାର୍ଯ୍ୟକାରୀ କରନ୍ତୁ । ଆଜିର ଦିନଟି ଆପଣଙ୍କ ପାଇଁ ସର୍ବୋତ୍କୃଷ୍ଟ ଅଟେ । ବ୍ୟବସାୟୀଙ୍କ ନିମନ୍ତେ ଏହି ଦିନଟି ଆଶୀର୍ବାଦ ସୂଚକ ମନେ ହୋଇପାରେ । ତେଣୁ ଏହି ସୁଯୋଗକୁ ହାତଛଡା କରନ୍ତୁ ନାହିଁ, ଭଗବାନଙ୍କ ଦର୍ଶନ ନିମନ୍ତେ ମନ୍ଦିର ଯିବାପାଇଁ ଯୋଜନା କରନ୍ତୁ । ତା’ଛଡା କୌଣସି ତିର୍ଥସ୍ଥାନକୁ ବୁଲିଯିବାକୁ ସ୍ଥିର କରନ୍ତୁ । ବିଦେଶରେ ରହୁଥିବା ସମ୍ପର୍କୀୟଙ୍କ ନିକଟରୁ ଶୁଭ ଖବର ମିଳିପାରେ ।

କୁମ୍ଭ: ଆଜି ଆପଣ ନିଜକୁ ଶାନ୍ତ, ନମ୍ର ଭାବକୁ ଆପଣେଇ ନେଲେ ଦିବସଟି ଆପଣଙ୍କ ପାଇଁ ସର୍ବୋତ୍କୃଷ୍ଟ ବୋଲି ମନେହେବ । ନିଜର କ୍ରୋଧକୁ ସମ୍ଵରଣ କଲେ ସବୁ କାର୍ଯ୍ୟରେ ସଫଳତା ହାସଲ କରିପାରିବେ । ପାରିବାରିକ ଜୀବନ ଅତ୍ୟନ୍ତ ସୁଖକର ମନେହେବ । ଆପଣ ନିଜର ତର୍କବିତର୍କ ମନୋଭାବକୁ ଦମନ କରି ପରିସ୍ଥିତିକୁ ଧୀରସ୍ଥିର ଚିତ୍ତରେ ସୁଧାରି ନେଇପାରିବେ । ମଧ୍ୟାହ୍ନ ପରେ ସବୁଦିଗରୁ ସୁଖଶାନ୍ତି ପ୍ରାପ୍ତିର ଯୋଗ ରହିଛି, ପାରିବାରିକ କ୍ଷେତ୍ରରେ ଏହା ଅଧିକ ପରିଦୃଷ୍ଟି ହୋଇପାରେ । ସକାଳର ମନୋମାଳିନ୍ୟ ତୁଟିଯାଇ ମୌଜ ମଜଲିସରେ ସମୟ କଟିବେ । ବନ୍ଧୁମାନେ ଆପଣଙ୍କ ଗୃହକୁ ଆସି ଆପଣଙ୍କୁ ଖୁସିକରିବା ପାଇଁ ଟାଣିନେବେ ।

ମୀନ: ଆଜି ଦିନଟି ଆପଣଙ୍କୁ ମିଶ୍ରିତ ଫଳ ପ୍ରଦାନ କରିପାରେ । ଦିବସର ପ୍ରଥମାର୍ଦ୍ଧରେ ଆପଣ ନିଜର ବନ୍ଧୁ ଓ ପ୍ରୀଯଜନଙ୍କ ସହ ମୌଜ ମଜଲିସ କରିବାପାଇଁ ପରିଭ୍ରମଣରେ ଯିବାର ଯୋଜନା କରିପାରନ୍ତି । କର୍ମଜୀବୀଙ୍କ କ୍ଷେତ୍ରରେ ସେମାନେ ନିର୍ବିଘ୍ନରେ ବା କୌଣସି କାର୍ଯ୍ୟରେ ସଫଳତା ଲାଭ କରିବେ । ଯୁଗ୍ମ ବ୍ୟବସାୟରେ ସହକର୍ମୀଙ୍କ ସହଯୋଗ ତଥା ଉତ୍ତମ ବୁଝାମଣା ଯୋଗୁଁ ବ୍ୟବସାୟରେ ଯଥେଷ୍ଟ ଉନ୍ନତି ପରିଲକ୍ଷିତ ହେବ । ମଧ୍ୟାହ୍ନ ପରେ ଆପଣ ସ୍ୱାସ୍ଥ୍ୟରେ ସାମାନ୍ୟ ଅବନତି ଘଟିପାରେ । ପରିବାର ମଧ୍ୟରେ କୌଣସି ତର୍କବିତର୍କ ଆଲୋଚନା ନ କରିବା ଭଲ ଅଟେ । ନଚେତ ପରିବାରର ଜଣେ ସଦସ୍ୟଙ୍କ ବାର୍ତ୍ତାଳାପ ଆପଣଙ୍କୁ ଆଘାତ ଦେଇପାରେ । ଆର୍ଥିକ ସ୍ଥିତି ଦୁର୍ବଳ ରହିପାରେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.