ETV Bharat / bharat

ଏପ୍ରିଲ 11 ରାଶିଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ - Horoscope

author img

By ETV Bharat Odisha Team

Published : Apr 11, 2024, 12:01 AM IST

Horoscope
Horoscope

Horoscope Of 11th April: ଆଜି କେମିତି ରହିବ ଆପଣଙ୍କ ଦିନ । ଜାଣିବା ପାଇଁ ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ

ମେଷ: ଆପଣ ଆଜି ଦିନଟିକୁ ଉତ୍ସାହିତ ହୋଇ କାଟିପାରନ୍ତି । ଆପଣଙ୍କର ଶାରୀରିକ ଓ ମାନସିକ ସୁସ୍ଥତା ବଜାୟ ରହିବ । ପାରିବାରିକ ଜୀବନ ମଧୁମୟ ହେବ । ଆଜି ଆପଣ ନିଜର ବନ୍ଧୁ ଓ ପ୍ରିୟଜନଙ୍କୁ ଭେଟିବେ । ଅପରାହ୍ନରେ ଆପଣ ନିଜର ସ୍ୱାସ୍ଥ୍ୟରେ ସାମାନ୍ୟ ପରିବର୍ତ୍ତନ ଲକ୍ଷ୍ୟ କରିପାରନ୍ତି । ଅତ୍ୟଧିକ ଖାଆନ୍ତୁ ନାହିଁ । ନିଜ କଥାବାର୍ତ୍ତାରେ ସଞ୍ଜମତା ରକ୍ଷା କରନ୍ତୁ । ନଚେତ୍‍ ଲୋକମାନଙ୍କ ନିକଟରେ ଅପଦସ୍ତ ହେବେ । ନିଜ ପେଷାରେ ଓ ସାମାଜିକ କ୍ଷେତ୍ରରେ ଅନୁକୂଳ ମତପୋଷଣ କଲେ ଆନନ୍ଦ ଉଲ୍ଲାସରେ ଦିନଟି କଟିବ ।

ବୃଷ: ଆପଣଙ୍କ ସନ୍ଦିଗ୍ଧ ମନ ଆପଣଙ୍କୁ ବିଚଳିତ କରିବ । ଆପଣ ଥଣ୍ଡା ଓ କାଶରେ ଆକ୍ରାନ୍ତ ହୋଇପାରନ୍ତି । ଧାର୍ମିକ କାର୍ଯ୍ୟ ପାଇଁ କିଛି ଅର୍ଥ ବ୍ୟୟ କରିପାରନ୍ତି । ପ୍ରିୟଜନଙ୍କ ଠାରୁ ଅଲଗା ହୋଇପାରନ୍ତି । ମାତ୍ର ଏହିସବୁ ସମସ୍ୟାରୁ ଉପରବେଳା ମୁକ୍ତ ହୋଇଯିବେ ଏବଂ ନିଜ କାର୍ଯ୍ୟରେ ଆଗେଇ ଯିବାପାଇଁ ଉତ୍ସାହିତ ହେବେ । ଅର୍ଥଲାଭ ଯୋଗ ରହିଛି । ନିଜର ବନ୍ଧୁ ଓ ସମ୍ପର୍କୀୟମାନଙ୍କ ସହ ସାକ୍ଷାତ ହୋଇପାରେ । ଶାରୀରିକ ଓ ମାନସିକ ସୁସ୍ଥତା ବଜାୟ ରହିବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ ।

ମିଥୁନ: ଆଜି ବନ୍ଧୁମାନଙ୍କ ଦ୍ୱାରା ଉପକୃତ ହେବେ । କିଛି ନୂତନ ବନ୍ଧୁ ମଧ୍ୟ ସୃଷ୍ଟି ହୋଇପାରନ୍ତି, ଯେଉଁମାନେ କି ଆପଣଙ୍କୁ ଭବିଷ୍ୟତରେ ସାହାଯ୍ୟ କରିବେ । ଆଶାତୀତ ଭାବେ ଅର୍ଥଲାଭ ହେବ । ଯାତ୍ରାଯୋଗ ଅଛି । ସରକାରୀ ସାହାଯ୍ୟ ପ୍ରାପ୍ତ ହୋଇପାରେ । ମାତ୍ର ଅପରାହ୍ନରେ ନିଜକୁ ସତର୍କ ରଖିବେ । ଧାର୍ମିକ କାର୍ଯ୍ୟରେ ଅତ୍ୟଧିକ ଆସକ୍ତି ରଖିବା ଉଚିତ୍‍ ହେବନାହିଁ କାରଣ ଏହା ଆପଣଙ୍କୁ କିଛି ପରିମାଣରେ ଆଘାତ ଦେଇପାରେ । ଅନ୍ୟମାନଙ୍କ ବ୍ୟକ୍ତିଗତ କାର୍ଯ୍ୟକଳାପରେ ଅନାବଶ୍ୟକ ଭାବରେ ହସ୍ତକ୍ଷେପ କରନ୍ତୁନାହିଁ । ପୁଞ୍ଜି ଆଦାନ ପ୍ରଦାନରେ ସତର୍କତା ଅବଲମ୍ଵନ କରନ୍ତୁ ।

କର୍କଟ: ଆପଣ ନିଜ ବ୍ୟକ୍ତିଗତ ଓ ଗୁରୁତ୍ୱପୂର୍ଣ୍ଣ ସମସ୍ୟା ବିଷୟରେ ଆଲୋଚନା କରିପାରନ୍ତି । ଯାହା ଫଳରେ ଆଜି ଦିନଟି ଖୁସିରେ କଟିପାରେ । ଅତ୍ୟଧିକ କାର୍ଯ୍ୟଭାର ଆପଣଙ୍କୁ କ୍ଲାନ୍ତି ଆଣିପାରେ, ମାତ୍ର ଅପରାହ୍ନରେ ଆପଣ ନିଜକୁ ହାଲକା ମନେ କରିବେ । ଆଜି ବନ୍ଧୁମିଳନ ଘଟିପାରେ ଏବଂ ତାଙ୍କ ସହ ଯାତ୍ରାଯୋଗ ଅଛି । ସାମାଜିକ କାର୍ଯ୍ୟରେ ନିଜକୁ ବ୍ୟସ୍ତ ରଖିବେ ।

ସିଂହ: ଆଜି ଆପଣଙ୍କ ଶାରୀରିକ ଓ ମାନସିକ ଅସୁସ୍ଥତା ଯୋଗୁଁ କ୍ଲାନ୍ତ ଓ ବିଚଳିତ ହୋଇପାରନ୍ତି । ନିଜର କ୍ରୋଧାନ୍ୱିତ ମନକୁ ନିଜ ନିୟନ୍ତ୍ରଣରେ ନ ରଖିଲେ କଳହ ହୋଇପାରେ । ଲୋକଙ୍କ ସହିତ ଏପରି ଅପ୍ରତ୍ୟାସିତ ଘଟଣା ସୁସ୍ଥ ବାତାବରଣକୁ ବିଷାକ୍ତ କରିପାରେ । ତେଣୁ ସତର୍କ ରୁହନ୍ତୁ । ମାତ୍ର ଅପରାହ୍ନରେ ଆପଣ ନିଜକୁ ଦୁଶ୍ଚିନ୍ତାରୁ ମୁକ୍ତି ପାଇପାରନ୍ତି । ଏହା ଆପଣଙ୍କୁ ନିଜ ପରିବାରର ପରିବେଶକୁ ଶାନ୍ତ ଓ ସତେଜ ରଖିବାରେ ସାହାଯ୍ୟ କରିବ । ଅଫିସ୍‍ର ଉପରିସ୍ଥ କର୍ମଚାରୀମାନଙ୍କ ସହ କୌଣସି ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା କରିପାରନ୍ତି ।

କନ୍ୟା: ଆଜି ଆପଣ ଅତ୍ୟଧିକ ଚିନ୍ତାମଗ୍ନ ରହିବେ । ଆଧ୍ୟାତ୍ମିକ ଭାବନା ଆଡକୁ ଆକର୍ଷିତ ହୋଇପାରନ୍ତି । କଳିତକରା ଠାରୁ ନିଜକୁ ସୁରକ୍ଷିତ ରଖିବା ନିମନ୍ତେ ନିଜର ବର୍ତ୍ତାଳାପରେ ସଞ୍ଜତ ହୁଅନ୍ତୁ । ଆପଣଙ୍କର ସାମାନ୍ୟ ଶାରୀରିକ ଅସୁସ୍ଥତା ଦେଖାଦେଇପାରେ । ଅପରାହ୍ନରେ ଯାତ୍ରା ଯୋଗ ଅଛି ଏହି ଯାତ୍ରା କୌଣସି ନିର୍ଦ୍ଦିଷ୍ଟ ଉତ୍ସବ ପାଇଁ କିମ୍ଵା ତୀର୍ଥସ୍ଥାନକୁ ନ ହୋଇପାରେ ।

ତୁଳା: ଆଜି ଆପଣ ନିଜର ପେଷାରେ ଏବଂ ଅନ୍ୟ ଦିଗରୁ ଉଚ୍ଚ ପ୍ରଶଂସାର ପାତ୍ର ହେବେ । ପ୍ରିୟଜନଙ୍କ ଗହଣରେ ଆନନ୍ଦ ଉଲ୍ଳାସରେ ସମୟ କଟାଇବେ । ଦାମ୍ପତ୍ୟ ଜୀବନ ଅତ୍ୟନ୍ତ ରୋମାଞ୍ଚକର ଓ ମଧୁମୟ ହେବ । ମଧ୍ୟାହ୍ନ ଭୋଜନ ପରେ ଆପଣ ନିଜର କଥାବାର୍ତ୍ତା ଓ ବ୍ୟବହାରକୁ ସଞ୍ଜତ କରନ୍ତୁ । ଯଦି ପାରନ୍ତି, ଯାତ୍ରା କରନ୍ତୁ ନାହିଁ । ଆଧ୍ୟାତ୍ମିକ କାର୍ଯ୍ୟ ସମ୍ପାଦନ କରିପାରନ୍ତି ।

ବିଛା: ଆଜି ଆପଣ ବିଭିନ୍ନ କାର୍ଯ୍ୟକଳାପରେ ନିଜକୁ ବ୍ୟସ୍ତ ରଖିବେ । ଦିନସାରା ଆପଣ ହର୍ଷୋତ୍‍ଫୁଲ ହେବେ । ନିଜର ଅଫିସ୍‍ କାର୍ଯ୍ୟରେ ନିଜକୁ ବ୍ୟସ୍ତ ରଖିବେ । କର୍ମକ୍ଷେତ୍ରରେ ଉପକୃତ ହେବେ । ବହୁ ଲୋକଙ୍କ ସାଙ୍ଗରେ ମିଶିବା ହେତୁ ଆପଣଙ୍କ କିଛି ଅଧିକ ଜ୍ଞାନ ଆହରଣ କରିପାରିବେ ଏବଂ ଭାବର ଆଦାନ ପ୍ରଦାନ ମଧ୍ୟ ହୋଇପାରିବ । ଦାମ୍ପତ୍ୟ ଜୀବନ ପ୍ରୀତିକର ହେବ । ସାମାଜିକ କାର୍ଯ୍ୟରେ ପ୍ରଶଂସା ଭାଜନ ହେବେ । ନିଜ ପ୍ରୀୟଜନଙ୍କ ସହ ପ୍ରୀତିର ଅନ୍ୱେଷ ହେବ ।

ଧନୁ: ଆଜି ସକାଳେ ଆପଣ ଶିଥିଳ ଅନୁଭବ କରିପାରନ୍ତି । କାମ କରିବା ବେଳେ ଆଜି ଆପଣ ଏପଟ ସେପଟ ହୋଇପାରନ୍ତି । ଆପଣ ଯେତେ ପରିମାଣରେ କଷ୍ଟକରି କାର୍ଯ୍ୟ କରିବେ, ତାହା ତୁଳନାରେ ସନ୍ତୋଷଜନକ ଫଳ ମିଳିବ ନାହିଁ । ମାତ୍ର ମଧ୍ୟାହ୍ନ ପରେ ଶାରୀରିକ ଓ ମାନସିକ ଶାନ୍ତି ପାଇପାରନ୍ତି । ନିଜ ପରିବାରର ସଦସ୍ୟ ତଥା ବନ୍ଧୁମାନଙ୍କ ଗହଣରେ ହସ ଖୁସିରେ ଦିନଟିକୁ କାଟିପାରନ୍ତି । ଆପଣ ନିଜକୁ ଆଧ୍ୟାତ୍ମିକ ଏବଂ ବଦାନ୍ୟତା ପୂର୍ଣ୍ଣ କାମରେ ନିଜକୁ ନିୟୋଜିତ କରିପାରନ୍ତି । ଆର୍ଥିକ ଦୃଷ୍ଟିରୁ ଲାଭଭାନ ହେବାର ଯୋଗ ରହିଛି ।

ମକର: ଅତ୍ୟଧିକ ଭାବପ୍ରବଣ ହୁଅନ୍ତୁ ନାହିଁ । ଜମିବାଡି ଓ ସମ୍ପତ୍ତି ସମ୍ପର୍କୀୟ କୌଣସି କାର୍ଯ୍ୟ ଆଜି ଆଦୌ କରନ୍ତୁ ନାହିଁ । ମାନସିକ ଦୁଃଶ୍ଚିନ୍ତା କାରଣରୁ ନିଜର ସ୍ୱାସ୍ଥ୍ୟପ୍ରତି ଯତ୍ନବାନ ହୁଅନ୍ତୁ । ଦୃଢ ମନୋଭାବ ପରିହାର କରି ନିଜକୁ ଟିକିଏ କୋହଳ କରିବାକୁ ଚେଷ୍ଟା କରନ୍ତୁ । ସନ୍ତାନ ଜନିତ ଘଟଣା ଆପଣଙ୍କ ମନକୁ ବିଚଳିତ କରିପାରେ । ସରକାରୀ କାର୍ଯ୍ୟରେ ଏବଂ ଉପରିସ୍ଥ ଗୁରୁଜନମାନଙ୍କ ସହିତ ବାର୍ତ୍ତାଳାପରେ ସନ୍ତୋଷଲାଭ କରିବେ । ଆଜି ଦିନରେ ଯାତ୍ରା ଶୁଭ ନୁହେଁ ।

କୁମ୍ଭ: ଆଜି ଆପଣ ନୂଆ ସମ୍ପତ୍ତି ହସ୍ତାନ୍ତରକରଣ ପ୍ରକ୍ରିୟା ପାଇଁ ପ୍ରବର୍ତ୍ତିତ ହୋଇପାରନ୍ତି । ମାତ୍ର ଯେହେତୁ ଆପଣଙ୍କ ଚିନ୍ତାଧାରା ସାଙ୍ଗେସାଙ୍ଗେ ବଦଳିଯାଏ, ତେଣୁ ଗୁରୁତ୍ୱପୂର୍ଣ୍ଣ ଘଟଣା ବା ସମସ୍ୟାର ସିଦ୍ଧାନ୍ତ ନେବାବେଳେ ତରବର ହୁଅନ୍ତୁ ନାହିଁ । ଆଜି ଦିନଟି ଲେଖକମାନଙ୍କ ନିମନ୍ତେ ଅନୁକୁଳ ଅଟେ । ମାତ୍ର ଅପରାହ୍ନରେ କିମ୍ଵା ସନ୍ଧ୍ୟାରେ ଘଟଣାର ପକ୍ଷ ପରିବର୍ତ୍ତନ ହେବାର ଆଶା ରହିଛି । ଆର୍ଥିକ ସମସ୍ୟାରେ ପ୍ରତିବନ୍ଧକ ଆସିପାରେ । କେହି ଜଣେ ବ୍ୟକ୍ତି କଥାରେ ବା ବ୍ୟବହାରରେ ଆପଣଙ୍କ ମନରେ ଦୁଃଖ ଦେଇପାରେ । ସମ୍ପତ୍ତି ସଂପର୍କୀୟ କୌଣସି କାର୍ଯ୍ୟରୁ ନିବୃତ୍ତ ରୁହନ୍ତୁ । ଆଧ୍ୟାମିକ ଭାବରେ ଉଦ୍‍ବୁଦ୍ଧ ହେଲେ ମନର ଯାବତୀୟ ଉତ୍କଣ୍ଠା ଦୂର ହୋଇପାରେ ।

ମୀନ: ଆପଣଙ୍କ ନକ୍ଷତ୍ର ଗୁଡ଼ିକ ଯେତିକି ସକ୍ରିୟ ରହିବା ଉଚିତ ସେତିକି ନାହାଁନ୍ତି । ଅତ୍ୟଧିକ ଅର୍ଥବ୍ୟୟ ଆପଣଙ୍କୁ ବିରକ୍ତ କରିପାରେ, ତେଣୁ ଆପଣଙ୍କ ସଞ୍ଚୟ ଉପରେ ସତର୍କ ଦୃଷ୍ଟି ରଖନ୍ତୁ । ପରିସ୍ଥିତି ଦେଖି କଥାବାର୍ତ୍ତା କରନ୍ତୁ ଅନ୍ୟଥା ଅସ୍ୱାଭାବିକ ପରିସ୍ଥିତି ସୃଷ୍ଟି ହୋଇପାରେ । କର୍ମସ୍ଥଳରେ ସହକର୍ମୀଙ୍କ ସହ ତୀବ୍ର ପ୍ରତିଯୋଗିତାର ସମ୍ମୁଖୀନ ହୋଇପାରନ୍ତି । ଆପଣଙ୍କ ସନ୍ଦେହୀ ମନ ଆପଣଙ୍କୁ ଦ୍ୱନ୍ଦ୍ୱରେ ପକାଇପାରେ; ଆଜି ଆପଣଙ୍କ ନିଷ୍ପତ୍ତି ନେବାର କ୍ଷମତା ଭଲ ହୋଇ ନ ପାରେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.