ETV Bharat / bharat

ଦେଶରେ 62% ଭୋଟିଂ ସହ ସରିଲା ପ୍ରଥମ ପର୍ଯ୍ୟାୟ ଭୋଟିଂ; ପଶ୍ଚିମବଙ୍ଗ ଶୀର୍ଷରେ, ଶେଷରେ ବିହାର - PHASE 1 OF LOK SABHA ELECTION 2024

author img

By ETV Bharat Odisha Team

Published : Apr 20, 2024, 12:39 PM IST

Updated : Apr 20, 2024, 1:06 PM IST

Phase 1 of Lok Sabha Elections 2024: ପ୍ରଥମ ପର୍ଯ୍ୟାୟରେ ଦେଶରେ ସାମଗ୍ରିକ ଭୋଟିଂ ହାର 62 ପ୍ରତିଶତ । 77 ପ୍ରତିଶତ ଭୋଟିଂ ସହ ସବୁଠୁ ଆଗରେ ପଶ୍ଚିମବଙ୍ଗ । 102 ଆସନରେ ଶେଷ ହେଲା ମତଦାନ । ଅଧିକ ପଢନ୍ତୁ

ପ୍ରଥମ ପର୍ଯ୍ୟାୟରେ ସାରା ଦେଶରେ 62 ପ୍ରତିଶତ ଭୋଟିଂ, ରାଜ୍ୟଓ୍ବାରୀ ଶୀର୍ଷରେ ତାମିଲନାଡୁ
ପ୍ରଥମ ପର୍ଯ୍ୟାୟରେ ସାରା ଦେଶରେ 62 ପ୍ରତିଶତ ଭୋଟିଂ, ରାଜ୍ୟଓ୍ବାରୀ ଶୀର୍ଷରେ ତାମିଲନାଡୁ

ହାଇଦ୍ରାବାଦ: ଗତକାଲି ସାଧାରଣ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ ହୋଇଛି । 21ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ମିଶାଇ ମୋଟ 102 ଲୋକସଭା ଆସନରେ ଗତକାଲି ଭୋଟଗ୍ରହଣ ହୋଇଛି । ସଂଧ୍ୟାରେ ମତଦାନ ସରିବା ପରେ ନିର୍ବାଚନ କମିଶନଙ୍କ ତଥ୍ୟ ଅନୁସାରେ, ଦେଶରେ ସାମଗ୍ରିକ ଭୋଟିଂ ପ୍ରତିଶତ 62 ପ୍ରତିଶତ (62.37 ପ୍ରତିଶତ) ରହିଛି । ଯାହା ଗତ ସାଧାରଣ ନିର୍ବାଚନ (2019) ଠାରୁ ସାମାନ୍ୟ କମ ରହିଛି । 2019ରେ ଏହି ସାମଗ୍ରିକ ହାର 2019 ରେ 69.43 ପ୍ରତିଶତ ଭୋଟିଂ ହୋଇଥିଲା ।

ଶୀର୍ଷରେ ପଶ୍ଚିମବଙ୍ଗ:-

ସେହିପରି ଚଳିତବର୍ଷ ପ୍ରଥମ ପର୍ଯ୍ୟାୟ ଭୋଟିଂ ରାଜ୍ୟମାନଙ୍କ ମତଦାନ ହାର ସୂଚକାଙ୍କରେ ସର୍ବାଗ୍ରେ ରହିଛି ପଶ୍ଚିମବଙ୍ଗ । ସେଠାରେ ମୋଟ 77.57 ପ୍ରତିଶତ ରେକର୍ଡ ହୋଇଛି । ସେହିପରି ମେଘାଳୟ 74.21 ପ୍ରତିଶତ, ଦାକ୍ଷିଣାତ୍ୟ କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀରେ 73.50 ପ୍ରତିଶତ । ହିଂସା ପ୍ରଭାବିତ ମଣିପୁରରେ ମଧ୍ୟ ରେକର୍ଡ ସଂଖ୍ୟକ 69.13 ପ୍ରତିଶତ ଭୋଟିଂ ହୋଇଛି । ବଡ ରାଜ୍ୟଙ୍କ ମଧ୍ୟରେ ଆସାମରେ 72.10 ପ୍ରତିଶତ ଓ ତାମିଲନାଡୁରେ 65.19 ପ୍ରତିଶତ ଭୋଟିଂ ରେକର୍ଡ ହୋଇଛି । ଉତ୍ତର-ପୂର୍ବ ରାଜ୍ୟମାନେ ପ୍ରାୟ 70 ପ୍ରତିଶତ ପର୍ଯ୍ୟନ୍ତ ଭୋଟିଂ କରିଛନ୍ତି ।

ଦେଶର କୋଣ ଅନୁକୋଣରେ ମତଦାନ କେନ୍ଦ୍ରଗୁଡିକରେ ଗଣତନ୍ତ୍ରର ଏହି ଉତ୍ସବରେ ମତଦାତାଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା । ଜମ୍ମୁ-କଶ୍ମୀରର ଉଧମପୁର ଭଳି କେତେକ ସ୍ଥାନରେ ପ୍ରବଳ ବର୍ଷା ସତ୍ତ୍ୱେ ଲୋକେ ଉତ୍ସାହର ସହ ମତଦାନ ପାଇଁ ଲମ୍ବା ଧାଡ଼ିରେ ଛିଡ଼ା ହୋଇ ଅପେକ୍ଷା କରିଥିବା ଦୃଶ୍ୟ ଗଣମାଧ୍ୟମରେ ପ୍ରସାରିତ ହୋଇଥିଲା । 102 ଲୋକସଭା ଆସନ ସମେତ ଦୁଇ ଉତ୍ତର-ପୂର୍ବ ରାଜ୍ୟ ଅରୁଣାଚଳ ପ୍ରଦେଶ ଓ ସିକ୍କିମର ୯୨ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଗତକାଲି ଏକାସାଙ୍ଗରେ ମତଦାନ ହେଉଛି । ସାଧାରଣ ନିର୍ବାଚନ ସହ 4 ରାଜ୍ୟରେ ଏକାକାଳୀନ ବିଧାନସଭା ନିର୍ବାଚନ ହେଉଥିବା ବେଳେ ଗତକାଲି ପ୍ରଥମ ପର୍ଯ୍ୟାୟରେ 2ଟି ରାଜ୍ୟରେ ବିଧାନସଭା ନିର୍ବାଚନ ମଧ୍ୟ ଶେଷ ହୋଇଛି ।

ରାଜ୍ୟଓ୍ବାରୀ ଭୋଟିଂ ହାର

ରାଜ୍ଯ/ କେନ୍ଦ୍ର ଶାସିତ ଅଞ୍ଚଳ ଭୋଟ ହାର

1. ଆଣ୍ଡାମାନ ନିକୋବରରେ - 56.78 ପ୍ରତିଶତ

2. ଅରୁଣାଚଳ ପ୍ରଦେଶ- 67.15

3. ଆସାମ- 72.10

4. ବିହାର- 48.50

5. ଛତିଶଗଡ- 63.41

6 ଜମ୍ମୁ କାଶ୍ମୀର- 65.08

7. ଲାକ୍ଷାଦ୍ବୀପ- 59.02

8. ମଧ୍ୟ ପ୍ରଦେଶ- 64.77

9 ମହାରାଷ୍ଟ୍ର - 55.35

10 ମଣିପୁର- 69.13

11. ମେଘାଳୟ- 74.21

12 ମିଜୋରାମ- 54.23

13 ନାଗାଲାଣ୍ଡ- 56.91

14. ପୁଡୁଚେରୀ- 73.50

15. ରାଜସ୍ଥାନ- 56.58

16- ସିକ୍କିମ- 69.47

17. ତାମିଲନାଡୁ- 65.19

18 ତ୍ରିପୁରା- 80.17

19. ଉତ୍ତର ପ୍ରଦେଶ- 58.49

20. ଉତ୍ତରାଖଣ୍ଡ- 54.06

21 ପଶ୍ଚିମବଙ୍ଗ- 77.57

ଏହା ମଧ୍ୟ ପଢନ୍ତୁ :- ଲୋକସଭା ନିର୍ବାଚନ 2024: ଏହି ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ ଶେଷ ହେଲା ଭୋଟିଂ - Voting process conclude

ପ୍ରଥମ ପର୍ଯ୍ୟାୟରେ ସାରା ଦେଶରେ 62 ପ୍ରତିଶତ ଭୋଟିଂ, ରାଜ୍ୟଓ୍ବାରୀ ପଶ୍ଚିମବଙ୍ଗ ଶୀର୍ଷରେ, ଶେଷରେ ବିହାର
ପ୍ରଥମ ପର୍ଯ୍ୟାୟରେ ସାରା ଦେଶରେ 62 ପ୍ରତିଶତ ଭୋଟିଂ, ରାଜ୍ୟଓ୍ବାରୀ ପଶ୍ଚିମବଙ୍ଗ ଶୀର୍ଷରେ, ଶେଷରେ ବିହାର

26 ରେ 2 ପର୍ଯ୍ୟାୟରେ 85 ଆସନରେ ଭୋଟିଂ-

26 ତାରିଖରେ 2ୟ ପର୍ଯ୍ୟାୟ ମତଦାନ ହେବ । ଏଥିରେ 13 ରାଜ୍ୟର 85 ଆସନରେ ଭୋଟ ଗ୍ରହଣ ହେବ । ଚଳିତ ପର୍ଯ୍ୟାୟରେ ତାମିଲନାଡୁର ସମସ୍ତ 39 ଆସନରେ ଭୋଟଗ୍ରହଣ ଶେଷ ହୋଇଥିବା ବେଳେ 2ୟ ପର୍ଯ୍ୟାୟରେ ଦକ୍ଷିଣ ରାଜ୍ୟ କେରଳରେ ସର୍ବାଧିକ 20 ଆସନରେ ଭୋଟିଂ ହେବ । ସେହିପରି ଆସମରେ 5, ବିହାରରେ 4, ଛତିଶଗଡରେ 3, କର୍ଣ୍ଣାଟକରେ 14, କେରଳରେ 20 ମଧ୍ୟ ପ୍ରଦେଶରେ 7 ମହାରାଷ୍ଟ୍ରରେ 8, ମଣିପୁରରେ ଗୋଟିଏ, ରାଜସ୍ଥାନରେ 13, ତ୍ରିପୁରାରେ 1, ଉତ୍ତର ପ୍ରଦେଶରେ 8, ପଶ୍ଚିମବଙ୍ଗ 3 ଓ ଜମ୍ମୁ କାଶ୍ମୀରରେ ଗୋଟିଏ ଆସନରେ ଭୋଟିଂ ହେବାକୁ ଯାଉଛି ।

ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 20, 2024, 1:06 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.