ETV Bharat / bharat

31ରୁ ବଜେଟ ଅଧିବେଶନ: ଶେଷ ହେଲା ‘ହାଲଓ୍ବା ସେରିମନି’

author img

By ETV Bharat Odisha Team

Published : Jan 24, 2024, 10:45 PM IST

31 ରୁ ବଜେଟ ଅଧିବେଶନ:ଶେଷ ହେଲା ହାଲଓ୍ବା ସେରିମନି
31 ରୁ ବଜେଟ ଅଧିବେଶନ:ଶେଷ ହେଲା ହାଲଓ୍ବା ସେରିମନି

Halwa ceremony held to mark final stage of Interim Budget 2024 preparation: ଜାନୁଆରୀ 31ରୁ ଆରମ୍ଭ ହେବ ବଜେଟ ଅଧିବେଶନ । ଫେବୃଆରୀ 1 ରେ ବଜେଟ ଆଗତ । ଆଜି ଶେଷ ହେଲା ‘ହାଲଓ୍ବା ସେରିମନି’ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଚଳିତ ଲୋକସଭା ନିର୍ବାଚନ ପୂର୍ବରୁ ଜାନୁଆରୀ 31ରୁ ଆରମ୍ଭ ହେବାକୁ ଯାଉଛି ବଜେଟ ଅଧିବେଶନ । ଏହି ଅଧିବେଶନରେ ଅନ୍ତରୀଣ ବଜେଟ ଆଗତ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଆଜି ଏହା ପୂର୍ବରୁ ଗଣତାନ୍ତ୍ରିକ ପରମ୍ପରା ଅନୁସାରେ ‘ହାଲଓ୍ବା ସେରିମନି’ ଆୟୋଜନ କରାଯାଇଛି । କେନ୍ଦ୍ରୀୟ ସଚିବାଳୟର ନର୍ଥ-ବ୍ଲକରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସାମିଲ ହୋଇଥିବା ବେଳେ ଅର୍ଥ ରାଷ୍ଟ୍ରମନ୍ତ୍ରୀ, ଅର୍ଥ ସଚିବ ଓ ମନ୍ତ୍ରଣାଳୟର ଅନ୍ୟ ଅଧିକାରୀମାନେ ମଧ୍ୟ ସାମିଲ ହୋଇଥିଲେ ।

31 ରୁ ବଜେଟ ଅଧିବେଶନ:ଶେଷ ହେଲା ହାଲଓ୍ବା ସେରିମନି
31 ରୁ ବଜେଟ ଅଧିବେଶନ:ଶେଷ ହେଲା ହାଲଓ୍ବା ସେରିମନି

ଗଣତାନ୍ତ୍ରିକ ପରମ୍ପରା ଅନୁସାରେ, ଏହି କାର୍ଯ୍ୟକ୍ରମ ହେଉଛି ବଜେଟ ପ୍ରସ୍ତୁତିର ଶେଷ ପର୍ଯ୍ୟାୟ । ଏହା ପରେ ବଜେଟ ମୁଦ୍ରିତ ହେବା କାମ ଆରମ୍ଭ ହେବ । ପୂର୍ବ 3 ବଜେଟ ପରି ଚଳିତ ଥର ମଧ୍ୟ ସଂସଦରେ ପେପରଲେସ ପ୍ରକ୍ରିୟାରେ ବଜେଟ ଆଗତ ହେବ । ହେଲେ ଚଳିତଥର ଅନ୍ତରୀଣ ବଜେଟ ଆଗତ କରିବେ ନିର୍ମଳା ସୀତାରମଣ । ଜାନୁଆରୀ 31 ରେ ଅଧିବେଶନ ଆରମ୍ଭ ହେବାକୁ ଯାଉଥିବା ବେଳେ ଫେବୃଆରୀ ପହିଲାରେ ବଜେଟ ଆଗତ କରିବେ ସୀତାରମଣ । ଲୋକସଭା ନିର୍ବାଚନ ଚଳିତ ଏପ୍ରିଲ-ମେ’ ମଧ୍ୟରେ ହେବାକୁ ଯାଉଥିବା ବେଳେ ଚଳିତମାସ (ଜାନୁଆରୀ) 31 ତାରିଖରୁ ବଜେଟ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ଫେବୃଆରୀ 1 ରେ ବଜେଟ ଉପସ୍ଥାପିତ ହେବା ସହ 9 ତାରିଖରେ ଏହି ଅଧିବେଶନ ଶେଷ ହେବ । ଆଜି ଆୟୋଜିତ କାର୍ଯ୍ୟକ୍ରମରେ ଅର୍ଥମନ୍ତ୍ରୀଙ୍କ ନିର୍ମାଳ ସୀତାରମଣଙ୍କ ସହ, ଅର୍ଥ ରାଷ୍ଟ୍ରମନ୍ତ୍ରୀ ଡ.ଭାଗବତ କ୍ରିଷ୍ଣାରାଓ କାରାଦ ଓ ବଜେଟ ପ୍ରସ୍ତୁତିରେ ସମ୍ପୃକ୍ତ ସମସ୍ତ ଅଧିକାରୀ ଉପସ୍ଥିତ ଥିଲେ ।

31 ରୁ ବଜେଟ ଅଧିବେଶନ:ଶେଷ ହେଲା ହାଲଓ୍ବା ସେରିମନି
31 ରୁ ବଜେଟ ଅଧିବେଶନ:ଶେଷ ହେଲା ହାଲଓ୍ବା ସେରିମନି

ଏହା ମଧ୍ୟ ପଢନ୍ତୁ :- ଦିଦିଙ୍କ ନାଲିଆଖିରେ ବ୍ୟାକଫୁଟରେ କଂଗ୍ରେସ ! ଦଳ କହିଲା ମମତାଙ୍କୁ ଛାଡି ‘ଇଣ୍ଡିଆ’ ମେଣ୍ଟ ସମ୍ଭବ ନୁହେଁ

ସଂସଦରେ ଅର୍ଥମନ୍ତ୍ରୀ ବଜେଟ ଉପସ୍ଥାପନ କରିବା ପରେ ମୋବାଇଲରେ ବଜେଟ ଆକ୍ଲିକେସନରେ ମଧ୍ୟ ବଜେଟ ଉପଲବ୍ଧ ହେବ । ଏଥିରେ ଦେଶବାସୀଙ୍କ ଉଦ୍ଦେଶ୍ୟରେ ବଜେଟର ସମସ୍ତ ବିସ୍ତୃତ ତଥ୍ୟ ରହିବ । ଏଥିରେ ଉଭୟ ଇଂରାଜୀ ଓ ହିନ୍ଦୀ ଭାଷାରେ ବଜେଟ ସମ୍ପର୍କିତ ସମସ୍ତ ତଥ୍ୟ ରହିବ । ସମସ୍ତ ସ୍ମାର୍ଟଫୋନରେ ଏହି ଆକ୍ଲିକେସନକୁ ଡାଉନଲୋଡ ଓ ବ୍ୟବହାର କରାଯାଇପାରିବ । ତେବେ ମୋଦି ସରକାରଙ୍କ ଦ୍ବିତୀୟ ପାଳିର ଶେଷ ବଜେଟ ହୋଇଥିବା ବେଳେ ଏହା ଉପରେ ସମସ୍ତଙ୍କ ନଜର ରହିଛି । ମୋଦି ସରକାର ସମସ୍ତ ବର୍ଗକୁ ଖୁସି କରିବା ପରେ ବଜେଟ ଆସିପାରେ ବୋଲି ଅନୁମାନ କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.