ETV Bharat / bharat

ଘରୁ ସନ୍ଦେହ ଜନକ ଅବସ୍ଥାରେ 5ଜଣଙ୍କ ମୃତଦେହ ଉଦ୍ଧାର

author img

By ETV Bharat Odisha Team

Published : Mar 5, 2024, 3:42 PM IST

Family Found Dead Near Kottayam
Family Found Dead Near Kottayam

Family Found Dead Near Kottayam: କୋଟାୟାମ ଜିଲ୍ଲାର ପାଲା ଅଞ୍ଚଳରୁ ଏକ ଘରୁ 5ଜଣଙ୍କ ମୃତଦେହ ଉଦ୍ଧାର କରିଛି । ପ୍ରକୃତ କାରଣ ସ୍ପଷ୍ଟ ହୋଇନଥିବା ବେଳେ ତଦନ୍ତ ଆରମ୍ଭ କରିଛି । ଅଧିକ ପଢନ୍ତୁ

ଥିରୁଅନନ୍ତପୁରମ: କେରଳରେ ଚାଞ୍ଚଲ୍ୟ । ଜଣେ ଦମ୍ପତିଙ୍କ ସହିତ ତିନି ଛୁଆଙ୍କର ସନ୍ଦେହଜନକ ମୃତ୍ୟୁ । ଭଡା ଘରୁ ମୃତଦେହ ଜବତ କଲା ପୋଲିସ । କେରଳ କୋଟାୟାମ ଜିଲ୍ଲାର ପାଲା ଅଞ୍ଚଳରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ନେଇ ଆଜି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ମୃତର କାରଣ ସ୍ପଷ୍ଟ ହୋଇପାରିନଥିବା ବେଳେ ତଦନ୍ତ ଆରମ୍ଭ କରିଛି ପୋଲିସ ।

ପୋଲିସର ପ୍ରଥାମିକ ତଦନ୍ତ ଅନୁସାରେ, ଆକାଲାକୁନ୍ନମ ଏନଜାନ୍ଦୁପରା ଅଞ୍ଚଳର ଜୈସନ୍ ଥୋମାସ୍ ପ୍ରଥମେ ନିଜ ସ୍ତ୍ରୀ ମିରିନାକୁ ହତ୍ୟା କରିବା ପରେ 3 ଛୁଆଙ୍କୁ ହତ୍ୟା କରିଥିଲେ। ଏହାପରେ ନିଜ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ଅନୁମାନ କରାଯାଉଛି । ତାଙ୍କ ମୃତଦେହକୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରିଛି ପୋଲିସ । ମିରିନାଙ୍କ ଦେହରେ ଅନେକ କ୍ଷତ ରହିଥିବା ଦେଖିବାକୁ ପାଇଥିଲା ପୋଲିସ । ଜେସନ୍ ଥୋମାସଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଥିବା ବେଳେ ମାଆ ଏବଂ ତିନି ଛୁଆର ରକ୍ତାକ୍ତ ମୃତଦେହ ଉଦ୍ଧାର କରାଯାଇଛି । ମୃତ ଶିଶୁମାନେ ହେଲେ 4 ବର୍ଷୀୟ ଜେରାଲ୍ଡ, 2ବର୍ଷୀୟ ଜୀରିନା ଏବଂ ଜଣେ 7 ମାସିଆ ଶିଶୁ ।

ସୂଚନା ଅନୁସାରେ, ଜୈସାନ ଥୋମାସ୍ ଏକ ରବର ଫ୍ୟାକ୍ଟ୍ରିରେ ଏକ ଡ୍ରାଇଭର ଭାବେ କାର୍ଯ୍ୟ କରୁଥିଲେ । ତେବେ ଖବର ପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହିତ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି । ତେବେ ପୋଲିସ ନିଜ ଆଡୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ପୋଲିସ । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ ସତ୍ୟାସତ୍ୟ ସାମ୍ନାକୁ ଆସିପାରିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି । ଏହାସହ ପଡୋଶୀ ଏବଂ ସ୍ଥାନୀୟ ବାସିନ୍ଦାଙ୍କୁ ପଚରାଉଚରା ଜାରି ରଖିଛି ପୋଲିସ ।

ଏହା ମଧ୍ୟ ପଢନ୍ତୁ: ଏମିତି ଆସେ ମୃତ୍ୟୁ: ଟିଭି ଲାଇଭ୍ ଶୋରେ ଟଳିପଡ଼ିଲେ କୃଷି ବିଶେଷଜ୍ଞ

ତେବେ ପୋଲିସର ତଦନ୍ତ ସମୟରେ ସ୍ଥାନୀୟ ଲୋକେ କହିଥିଲେ, "ଗତ କିଛି ଦିନ ହେବ ଆର୍ଥିକ ସ୍ଥିତି ସ୍ବଚ୍ଛଳ ନଥିବା କାରଣରୁ ପରିବାର ଲୋକେ ଚିନ୍ତାରେ ରହୁଥିଲେ । ସେମାନେ ପଡୋଶୀଙ୍କ ସହିତ ମେଳାପି ନଥିଲେ । ଦୁହେଁ ପ୍ରେମ ବିବାହ କରୁଥିବା ବେଳେ ପାଲାରେ ଏକ ଘରେ ଭଡାରେ ଆସି ରହୁଥିଲେ । ତାଙ୍କ ସମ୍ପର୍କୀୟମାନେ ମଧ୍ୟ ଘରକୁ ଆସନ୍ତି ନାହିଁ । ତେବେ ସମସ୍ତ ଦିଗକୁ ଦୃଷ୍ଟିରେ ରଖି ତଦନ୍ତ ଆରମ୍ଭ କରିଛି ପୋଲିସ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.