ETV Bharat / bharat

ସିସୋଦିଆଙ୍କ ଜାମିନ ଆବେଦନ ଉପରେ ଇଡି-ସିବିଆଇକୁ ନୋଟିସ, ଏଭଳି କହିଲେ ହାଇକୋର୍ଟ - Manish Sisodia Bail

author img

By ETV Bharat Odisha Team

Published : May 3, 2024, 3:19 PM IST

Manish Sisodia Bail: ମନୀଷ ସିସୋଦିଆଙ୍କ ଜାମିନ ଆବେଦନ ଉପରେ ଆଜି ହାଇକୋର୍ଟରେ ଶୁଣାଣି ହୋଇଛି । ଏନେଇ ଇଡି ଏବଂ ସିବିଆଇକୁ ନୋଟିସ ଜାରି କରିଛନ୍ତି ହାଇକୋର୍ଟ । ଅଧିକ ପଢନ୍ତୁ

Manish Sisodia Bail
Manish Sisodia Bail (etv bharat)

ନୂଆଦିଲ୍ଲୀ: ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟି (AAP) ନେତା ମନୀଷ ସିସୋଦିଆଙ୍କୁ ହାଇକୋର୍ଟରୁ ଆଶ୍ବସ୍ତି ମିଳିଛି । ଦିଲ୍ଲୀ ହାଇକୋର୍ଟଙ୍କ ନିଷ୍ପତ୍ତି ଅନୁଯାୟୀ ସେ ତାଙ୍କ ଅସୁସ୍ଥ ପତ୍ନୀଙ୍କୁ ସପ୍ତାହରେ ଥରେ ଭେଟିପାରିବେ । ଏହି ମାମଲାର ଶୁଣାଣି ଆସନ୍ତା 8 ତାରିଖରେ ହେବା ନେଇ ସ୍ୱର୍ଣ୍ଣକାନ୍ତ ଶର୍ମାଙ୍କ ବେଞ୍ଚ ନିର୍ଦ୍ଦେଶ ଦେଇଛନ୍ତି ।

ଦିଲ୍ଲୀ ଅବକାରୀ ନୀତି ଘୋଟାଲା ମାମଲାରେ ଗିରଫ ହୋଇ ଏ ପର୍ଯ୍ୟନ୍ତ ବେଲ ପାଇନଥିବା ପୂର୍ବତନ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ ଦିଲ୍ଲୀ ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ । ବେଲ୍ ଆବେଦନ କରି ଆଭେନ୍ୟୁ କୋର୍ଟରୁ ନିରାଶ ହେବା ପରେ ହାଇକୋର୍ଟରେ ଆବେଦନ କରିଥିଲେ । ଆଜି ଏହି ମାମଲାର ଶୁଣାଣି କରିବା ସମୟରେ ହାଇକୋର୍ଟ ଇଡି ଏବଂ ସିବିଆଇଙ୍କୁ ଜବାବ ମାଗିଛନ୍ତି । ଏହାର ପରବର୍ତ୍ତୀ ଶୁଣାଣି 8 ତାରିଖକୁ ହେବା ନେଇ ତାରିଖ ଧାର୍ଯ୍ୟ କରାଯାଇଛି । ପ୍ରକାଶଥାଉକି, ଆମ୍ ଆଦମୀ ପାର୍ଟି ନେତା ସିସୋଦିଆଙ୍କ ଜାମିନ୍ ଆବେଦନକୁ ଏପ୍ରିଲ 30 ତାରିଖରେ ରାଉଜ ଆଭେନ୍ୟୁ କୋର୍ଟ ପ୍ରତ୍ୟାଖାନ କରିଥିଲେ । ସିସୋଦିଆଙ୍କୁ ଜାମିନ୍ ପ୍ରଦାନ କରିବା ପାଇଁ ଏହା ଠିକ ସମୟରେ ନୁହେଁ ବୋଲି କହି କୋର୍ଟ ବେଲ୍ ପାଇଁ ମନା କରିଦେଇଥିଲେ । ଏହାପରେ ସିସୋଦିଆ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ।

ଏହା ମଧ୍ୟ ପଢନ୍ତୁ: ବେଲ ପାଇଁ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ ସିସୋଦିଆ - Manish Sisodia

ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇ ସେ ଜାମିନ୍ ଆବେଦନ କରିବା ସହିତ ଅସୁସ୍ଥ ପତ୍ନୀଙ୍କୁ ଭେଟିବା ପାଇଁ ଅନୁମତି ମାଗିଥିଲେ । ତେବେ ଆଜି ଶୁଣାଣି ସମୟରେ ପତ୍ନୀଙ୍କୁ ଭେଟିବା ପାଇଁ ଅନୁମତି ଦେଇଛନ୍ତି କୋର୍ଟ । ଟ୍ରାଏଲ କୋର୍ଟର ଅନୁମତି କ୍ରମେ ଭେଟିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ଇଡି ପକ୍ଷର ଓକିଲ କହିଛନ୍ତି, ତଦନ୍ତକାରୀ ସଂସ୍ଥାର ଏଥିରେ କୌଣସି ଆପତ୍ତି ନାହିଁ ।

2023 ମସିହା ଫେବୃଆରୀ 26ରେ ଗିରଫ ହୋଇଥିଲେ ସିସୋଦିଆ । ପ୍ରଥମେ ସିବିଆଇ ଗିରଫ ହେବା ପରେ ଜେଲ୍ ଭିତରେ ଇଡି ମଧ୍ୟ ଗିରଫ କରିଥିଲା । ସେବେଠାରୁ ସେ ଅନ୍ତରୀଣ ଜାମିନ ପାଇଁ ଆବେଦନ କରୁଥିଲେ ହେଁ ବିଫଳ ହୋଇଥିଲେ । ରାଉଜ ଆଭେନ୍ୟୁ କୋର୍ଟରୁ ବାରମ୍ବାର ଝଟକା ଖାଇବା ପରେ ସେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ଏବେ ଦେଖିବାକୁ ବାକି ରହିଲା ଆସନ୍ତା 8 ତାରିଖରେ ହେବାକୁ ଥିବା ଶୁଣାଣିରେ କୋର୍ଟଙ୍କ ରାୟ କାହା ସପକ୍ଷରେ ରହିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.