ETV Bharat / bharat

ଟିକେଟ ନମିଳିବାରୁ କରିଥିଲେ ଆତ୍ମହତ୍ୟା ଉଦ୍ୟମ, ଆଜି ଚାଲିଗଲା MDMK ସାଂସଦଙ୍କ ଜୀବନ - MP Ganeshamurthi Passed Away

author img

By ETV Bharat Odisha Team

Published : Mar 28, 2024, 8:24 AM IST

Updated : Mar 28, 2024, 10:15 AM IST

Ganeshamurthi
Ganeshamurthi

MP Ganeshamurthi Passed Away: ଏମଡିଏମକେ ସାଂସଦ ଏ ଗଣେଶାମୂର୍ତ୍ତିଙ୍କ ଦେହାନ୍ତ । ଆତ୍ମହତ୍ୟା ଉଦ୍ୟମ କରି ଚିକିତ୍ସିତ ହେଉଥିଲେ । ଆଜି ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ।

ଚେନ୍ନାଇ: ପରଲୋକରେ ତାମିଲନାଡୁର ଏମଡିଏମକେ ସାଂସଦ ଏ ଗଣେଶାମୂର୍ତ୍ତି । ଟିକେଟ ନ ମିଳିବାକୁ ଆତ୍ମହତ୍ୟା ଉଦ୍ୟମ କରିଥିଲେ, ଚିକିତ୍ସାଧିନ ଅବସ୍ଥାର ଆଜି (ଗୁରୁବାର) ତାଙ୍କର ମୃତ୍ୟୁ ହୋଇଛି । ଲୋକସଭା ନିର୍ବାଚନ ପାଇଁ ଟିକେଟ ନ ମିଳିବାରୁ ଗତ ରବିବାର ସେ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଆଜି ସକାଳ 5ଟାରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ 76 ବର୍ଷ ହୋଇଥିଲା । ଏ ଗଣେଶାମୂର୍ତ୍ତିଙ୍କ ଦେହାନ୍ତରେ ତାମିଲନାଡୁ ରାଜନୀତିରେ ଶୋକର ଛାୟା ଖେଳିଯାଇଛି ।

ଏରୋଡ ନିର୍ବାଚନ ମଣ୍ଡଳୀରୁ ବର୍ତ୍ତମାନର ସାଂସଦ ରହିଥିଲେ ଏ ଗଣେଶାମୂର୍ତ୍ତି । 2019 ଲୋକସଭା ନିର୍ବାଚନରେ ସେ ଡିଏମକେ ଟିକେଟରେ ଏହି ଆସନରୁ ବାଜି ମାରିଥିଲେ । ଚଳିତ ବର୍ଷ ଲୋକସଭା ନିର୍ବାଚନ ଲଢିବାକୁ ଦଳ ତାଙ୍କୁ ଟିକେଟ ଦେଇନଥିଲା । ଏଥିରେ ନିରାଶ ହୋଇ ସେ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ ପରିବାର ଲୋକେ । ତିନି ଦିନ ଧରି କୋଏମ୍ବାଟୁରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସା ଜାରି ରହିବା ପରେ ଆଜି ତାଙ୍କର ମୃତ୍ୟୁ ହୋଇଛି । ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତରଖାନା ପକ୍ଷରୁ ଘୋଷଣା କରାଯାଇଛି ।

ଏହା ମଧ୍ୟ ପଢନ୍ତୁ-ମିଳିଲାନି ଟିକେଟ, ଆତ୍ମହତ୍ୟା ଉଦ୍ୟମ କଲେ ଏମଡିଏମକେ ସାଂସଦ - MDMK MP SUICIDE ATTEMPT

ରାଜନୈତିକ ଯାତ୍ରା: 1998ରୁ 1999 ମସିହା ପର୍ଯ୍ୟନ୍ତ ପାଲାନି ଲୋକସଭା ଆସନରେ ସାଂସଦ ରହିଥିଲେ ଏ ଗଣେଶାମୂର୍ତ୍ତି । ଏହାପରେ 2009ରୁ 2014 ପର୍ଯ୍ୟନ୍ତ ଏରୋଡ ଲୋକସଭାର ସାଂସଦ ରହିଥିଲେ । 2019 ନିର୍ବାଚନରେ ମଧ୍ୟ ସେ ଏରୋଡ ଆସନରେ ବିଜୟୀ ହୋଇ ବର୍ତ୍ତମାନର ସାଂସଦ ରହିଛନ୍ତି । 1989ରୁ 1991 ମଧ୍ୟରେ ସେ ମୋଡାକ୍କୁରିଚି ବିଧାନସଭା ଆସନରେ ବିଧାୟକ ରହିଥିଲେ । 1947 10 ଜୁନରେ ଉଲଗାପୁରମରେ ଗଣେଶାମୂର୍ତ୍ତି ଜନ୍ମଗ୍ରହଣ କରିଥିବା ବେଳେ ଆଜି ତାଙ୍କର ଦେହାନ୍ତ ହୋଇଛି ।

ରବିବାର ସକାଳ ପ୍ରାୟ 10ଟା ସମୟରେ ଘରେ ଥିବା ବେଳେ ଆତ୍ମହତ୍ୟା ଉଦ୍ୟମ କରିଥିଲେ ଏ ଗଣେଶାମୂର୍ତ୍ତି । ଏହାପରେ ପରିବାର ଲୋକେ ତାଙ୍କୁ ସଙ୍ଗେ ସଙ୍ଗେ ଆମେ ଏରୋଡ ସହରରେ ଥିବା ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଅବସ୍ଥା ସଙ୍କଟାପନ୍ନ ହେବାରୁ କୋଏମ୍ବାଟୁର ଏକ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତରଣ କରାଯାଇଥିଲା । ଦଳର ବହୁ କର୍ମୀ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ ।

Last Updated :Mar 28, 2024, 10:15 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.