ETV Bharat / bharat

2022 ସୁଦ୍ଧା ନିର୍ବାଚନୀ ବଣ୍ଡରେ ସଂଗ୍ରହ ହୋଇଛି 16 ହଜାର କୋଟି, ସବୁଠୁ ଆଗରେ ବିଜେପି

author img

By ETV Bharat Odisha Team

Published : Feb 15, 2024, 11:01 PM IST

2022 ସୁଦ୍ଧା ଏଲେକ୍ଟୋରାଲ ବଣ୍ଡରେ ସଂଗ୍ରହ ହୋଇଛି 16 ହଜାର କୋଟି, ସବୁଠୁ ଆଗରେ ବିଜେପି
2022 ସୁଦ୍ଧା ଏଲେକ୍ଟୋରାଲ ବଣ୍ଡରେ ସଂଗ୍ରହ ହୋଇଛି 16 ହଜାର କୋଟି, ସବୁଠୁ ଆଗରେ ବିଜେପି

Election Bonds: 2022 ସୁଦ୍ଧା ଏଲେକ୍ଟୋରାଲ ବଣ୍ଡରେ ସଂଗ୍ରହ ହୋଇଛି 16 ହଜାର କୋଟି । ମୋଟ ଦାନ ରାଶିର 60 ପ୍ରତିଶତରୁ ଅଧିକ ହାତେଇଛି ବିଜେପି । ଜାଣନ୍ତୁ କେଉଁ ପାର୍ଟି କେତେ ପାଇଛି । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନର ମାତ୍ର ଦୁଇମାସ ପୂର୍ବରୁ ସର୍ବୋଚ୍ଚ କୋର୍ଟ ‘ଏଲେକ୍ଟୋରାଲ ବଣ୍ଡ’ ବା ‘ନିର୍ବାଚନୀ ବଣ୍ଡ’କୁ ଅସାମ୍ବିଧାନିକ ଘୋଷଣା କରିଛନ୍ତି । ଏହା ସହ 2016 ରେ ଏହି ଯୋଜନା କାର୍ଯ୍ୟକାରୀ ହେବା ପରେ କେତେ ସଂଖ୍ୟକ ବଣ୍ଡ ବିକ୍ରି ହୋଇଛି ଓ ଏହା ମାଧ୍ୟମରେ କେତେ ଅର୍ଥରାଶି ବିଭିନ୍ନ ରାଜନୈତିକ ଦଳକୁ ପ୍ରଦାନ କରାଯାଇଛି, ସେ ସମ୍ପର୍କରେ ତଥ୍ୟ ରଖିବା ପାଇଁ ଖଣ୍ଡପୀଠ ଭାରତୀୟ ଷ୍ଟେଟ ବ୍ୟାଙ୍କକୁ ନିର୍ଦ୍ଦେଶ ଦେଇଥିଲେ । ସର୍ବୋଚ୍ଚ ଅଦାଲତଙ୍କ ରାୟ ପ୍ରକାଶର ପାଇବାର କିଛି ଘଣ୍ଟା ମଧ୍ୟରେ ଅନୌପଚାରିକ ସୂତ୍ରରୁ ଅନୁଦାନ ରାଶିର ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି ।

ତେବେ ନିର୍ବାଚନ କମିଶନକଙ୍କ ଦ୍ବାରା ହସ୍ତଗତ ହୋଇଥିବା ତଥ୍ୟ ଅନୁସାରେ ବର୍ଷ 2016 ରୁ 2022 ମଧ୍ୟରେ ମୋଟ 28 ହଜାର 30ଟି ବଣ୍ଡ ବିଭିନ୍ନ ଜମାକାରୀ କ୍ରୟ କରିଛନ୍ତି । ଏହା ମାଧ୍ୟମରେ ମୋଟ 16 ହଜାର 437 କୋଟି ଟଙ୍କା ବିଭିନ୍ନ ରାଜନୈତିକ ଦଳକୁ ଦାନ କରାଯାଇଛି । ଏହି କ୍ରମରେ ସର୍ବାଧିକ ଦାନ ସଂଗ୍ରହ କରିଥିବା ପାର୍ଟି ଭାବେ ଶାସକ ଦଳ ଭାରତୀୟ ଜନତା ପାର୍ଟି ସାମ୍ନାକୁ ଆସିଛି । ଏହା ପଛକୁ ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ରହିଛି । ହେଲେ ବିଜେପି 10 ହଜାର କୋଟି ସଂଗ୍ରହ କରିଛି । ଯାହାକି ମୋଟ ଅନୁଦାନର ପ୍ରାୟ 60 ପ୍ରତିଶତରୁ ଅଧିକ ।

ବିଜେପିକୁ ମୋଟ 10,122 ମୂଲ୍ୟର ଅନୁଦାନ ମିଳିଛି । ଏହି ତୂଳନାରେ କଂଗ୍ରେସ ବେଶ ପଛରେ ରହିଛି । କଂଗ୍ରେସ ମାତ୍ର 1,547 କୋଟି ସଂଗ୍ରହ କରିଛି । ଯାହାକି ମୋଟ ଅନୁଦାନର ପ୍ରାୟ 10 ପ୍ରତିଶତରୁ କମ । ସେହିପରି ଅନ୍ୟ ଦଳଙ୍କ ମଧ୍ୟରେ ମମତାଙ୍କ ତୃଣମୂଳ କଂଗ୍ରେସ 823 କୋଟି, ସିପିଆଇ (ଏମ) 367 କୋଟି, ଏନସିପି 231 କୋଟି, ବିଏସପି 85 କୋଟି, ସିପିଆଇ 13 କୋଟିର ଦାନ ରାଶି ସଂଗ୍ରହ କରିଛି । ଏହି ପ୍ରକ୍ରିୟାରେ ଦାନ ସଂଗ୍ରହ କରିଥିବା ରାଜନୈତିକ ଦଳଙ୍କ ସଂଖ୍ୟା ପ୍ରାୟ 30 ରୁ ଅଧିକ ରହିଛି ।

ଜାଣନ୍ତୁ କିଏ ପାଇଛି କେତେ

  • ବିଜେପି- 10,122 କୋଟି
  • କଂଗ୍ରେସ- 1,547 କୋଟି
  • ତୃଣମୂଳ କଂଗ୍ରେସ - 823 କୋଟି
  • ସିପିଆଇ (ଏମ)- 367 କୋଟି
  • ଏନସିପି- 231 କୋଟି
  • ବିଏସପି- 85 କୋଟି
  • ସିପିଆଇ- 13 କୋଟି

ଏହା ମଧ୍ୟ ପଢନ୍ତୁ :- ନିର୍ବାଚନୀ ବଣ୍ଡ ଉପରେ ଲାଗିଲା କଟକଣା, ଅସାମ୍ବିଧାନିକ କହିଲେ ସୁପ୍ରିମକୋର୍ଟ

ଆଜି ଶୁଣାଣିରେ ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି, ରାଜନୈତିକ ଦଳଗୁଡିକୁ କେଉଁଠୁ ଅର୍ଥ ମିଳୁଛି, ତାହା ଜାଣିବା ସାଧାରଣ ନାଗରିକଙ୍କ ଅଧିକାର । ନିର୍ବାଚନୀ ବଣ୍ଡ ଯୋଜନା ଧାରା 19 (1) (A) ସୂଚନା ଅଧିକାରର ଉଲ୍ଲଂଘନ କରୁଛି । ଏହାକୁ ରଦ୍ଦ କରାଯିବ । ଷ୍ଟେଟବ୍ୟାଙ୍କ ତୁରନ୍ତ ଏହି ‘ନିର୍ବାଚନ ବଣ୍ଡ’ ବ୍ୟବସ୍ଥା ବନ୍ଦ କରିବା ଉଚିତ । ଗତ ବର୍ଷଗୁଡିକରେ ହୋଇଥିବା କାରବାର ସମ୍ପର୍କରେ ମଧ୍ୟ ତଥ୍ୟ ନିର୍ବାଚନ କମିଶନଙ୍କ ନିକଟରେ ଦାଖଲ କରିବା ଉଚିତ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.