ETV Bharat / bharat

ବଢୁଛି କେଜ୍ରିୱାଲଙ୍କ ସୁଗାର ଲେଭଲ, ଡାଏଟ ଚାର୍ଟ ଦେବାକୁ କୋର୍ଟଙ୍କ ନିର୍ଦ୍ଦେଶ - KEJRIWAL EATING SWEETS IN JAIL

author img

By ETV Bharat Odisha Team

Published : Apr 18, 2024, 4:50 PM IST

Updated : Apr 18, 2024, 4:57 PM IST

Etv Bharat
Etv Bharat

Kejriwal's health in Tihar Jail: ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ବିରୋଧରେ ଇଡିର ଅଭିଯୋଗ । ଜାମିନ ପାଇଁ ଜାଣିଶୁଣି ସୁଗାର ମାତ୍ରା ବଢାଇବା ଲାଗି ଜେଲରେ ଆମ୍ବ, ଆଳୁ, ମିଠା ଖାଉଛନ୍ତି କେଜ୍ରିୱାଲ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଅବକାରୀ ଦୁର୍ନୀତି ମାମଲାରେ ଗିରଫ ହୋଇ ତିହାର ଜେଲରେ ବନ୍ଦୀ ଅଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ‌୍‌ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ । ଜେଲରେ କେଜ୍ରିୱାଲ ଜାଣିଶୁଣି ଆଳୁ, ମିଠା, ଆମ୍ବ ଆଦି ଖାଉଥିବା ଇଡି ଅଭିଯୋଗ କରିଛି । ଯାହାଦ୍ବାରା ସେ ଶରୀରର ସୁଗାର ମାତ୍ରା ବଢୁଥିବାକୁ ନେଇ ମେଡିକାଲ ଚିକିତ୍ସା ଆଳ ଦେଖାଇ ଜାମିନ ଆବେଦନ କରିପାରିବେ । ରାଉଜ ଆଭେନ୍ୟୁ କୋର୍ଟରେ ଇଡି ଏଭଳି ଅଭିଯୋଗ ଆଣିବା ପରେ କେଜ୍ରିୱାଲଙ୍କ ଡାଏଟ ଚାର୍ଟ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହି ମାମଲାର ପରବର୍ତ୍ତୀ ଶୁଣାଣି ଏପ୍ରିଲ 19 ତାରିଖରେ ହେବାକୁ ତାରିଖ ଧାର୍ଯ୍ୟ ହୋଇଛି ।

'ଜାଣିଶୁଣି ମିଠା ଖାଉଛନ୍ତି କେଜ୍ରିୱାଲ':- ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଶରୀରର ସୁଗାର ମାତ୍ରାର ନିୟମିତ ଯାଞ୍ଚ କରିବା ପାଇଁ କୋର୍ଟଙ୍କ ଅନୁମତି ଲାଗି ଏକ ଆବେଦନ କରିଥିଲେ । ଏହା ଉପରେ ଆଜି ଶୁଣାଣି ହୋଇଥିଲା । ଶୁଣାଣି ସମୟରେ ଇଡି ପକ୍ଷରୁ ଆଇନଜୀବୀ ଜୋହେବ ହୁସୈନ କହିଥିଲେ, "ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଶରୀରର ସୁଗାର ମାତ୍ରା ବଢାଇବା ଲାଗି ଘର ଆସୁଥିବା ଖାଦ୍ୟ ଖାଉଛନ୍ତି । ତାଙ୍କୁ ଘରରୁ ଆଳୁ ପୁରୀ, ଆମ୍ବ, ମିଠା ଓ ମିଠା ଜାତୀୟ ଖାଦ୍ୟ ଦିଆଯାଉଛି । ମେଡିକାଲ ଯାଞ୍ଚ ଲାଗି ଜାମିନ ଆବେଦନ ପାଇଁ ଏପରି ଜାଣିଶୁଣି କରୁଛନ୍ତି କେଜ୍ରିୱାଲ ।" ଏହାପରେ କୋର୍ଟ ତିହାର ଜେଲକୁ କେଜ୍ରିୱାଲଙ୍କ ଡାଏଟ ଚାର୍ଟ ପ୍ରଦାନ କରିବା ଲାଗି ସମନ ଜାରି କରିଛନ୍ତି ।

ଏହା ବି ପଢନ୍ତୁ- ମଦ ଦୁର୍ନୀତି ମାମଲା; ଦିଲ୍ଲୀ ହାଇକୋର୍ଟଙ୍କ ରାୟ ବିରୋଧରେ ସୁପ୍ରିମକୋର୍ଟ ଗଲେ କେଜ୍ରିୱାଲ

କୋର୍ଟ କେଜ୍ରିୱାଲଙ୍କ ଆବେଦନ ଉପରେ ଏପ୍ରିଲ 16 ତାରିଖରେ ଇଡିକୁ ନୋଟିସ ଜାରି କରିଥିଲା । ଶୁଣାଣି ସମୟରେ କେଜ୍ରିୱାଲଙ୍କ ପକ୍ଷରୁ ଆଇନଜୀବୀ କହିଥିଲେ ଯେ କେଜ୍ରିୱାଲଙ୍କର ସୁଗାର ମାତ୍ରା ନିୟମିତ ଭାବେ ବଢୁଛି କମୁଛି । ଇଡି ହେପାଜତ ସମୟରେ କେଜ୍ରିୱାଲଙ୍କ ରକ୍ତରେ ସୁଗାର ମାତ୍ରା 46 ପର୍ଯ୍ୟନ୍ତ ଆସିଯାଇଛି । ଏଥିଲାଗି ସପ୍ତାହରେ 3 ଦିନ ଲାଗି ଡାକ୍ତରଙ୍କ ସହିତ ଭିଡିଓ କନଫରେନ୍ସିଂ ଜରିଆରେ ପରାମର୍ଶ ନେବା ଲାଗି ଅନୁମତି ଦିଆଯାଉ । ସେ ଗିରଫ ହେବା ପୂର୍ବରୁ ଯେପରି ନିୟମତି ଭାବରେ ସୁଗାର ମାତ୍ରା ଯାଞ୍ଚ କରୁଥିଲେ ସେପରି କରିବା ଲାଗି କୋର୍ଟ ଅନୁମତି ପ୍ରଦାନ କରିବା ଲାଗି ସେ କହିଥିଲେ ।

ଶୁଣାଣି ସମୟରେ ଇଡି ପକ୍ଷରୁ କୁହାଯାଇଥିଲା ଯେ ଜେଲରେ ଡାକ୍ତର ଅଛନ୍ତି ଏବଂ ସେଠାରେ ସେମାନଙ୍କର ପରୀକ୍ଷା ମଧ୍ୟ କରାଯାଇପାରିବ । ସୂଚନା ଥାଉ କି ମାର୍ଚ୍ଚ 15ରେ କୋର୍ଟ କେଜ୍ରିୱାଲଙ୍କ ନ୍ୟାୟିକ ହେପାଜତକୁ ଏପ୍ରିଲ 23 ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ । ମାର୍ଚ୍ଚ 21ରେ କେଜ୍ରିୱାଲଙ୍କୁ ଗିରଫରୁ ସୁରକ୍ଷା ପ୍ରଦାନ ନ କରିବା ଲାଗି ଦିଲ୍ଲୀ ହାଇକୋର୍ଟ ମନା କରିବା ପରେ ସେହି ଦିନ ବିଳମ୍ବିତ ରାତିରେ ପଚରାଉଚରା ପରେ ଇଡି ତାଙ୍କୁ ଗିରଫ କରିଥିଲା । କେଜ୍ରିୱାଲ ବର୍ତ୍ତମାନ ଏହି ମାମଲାରେ ତିହାର ଜେଲରେ ବନ୍ଦୀ ଅଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Apr 18, 2024, 4:57 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.