ସବୁଠୁ ହାଲୁକା ବୁଲେଟପ୍ରୁଫ ଜ୍ୟାକେଟ ଆଣିଲା DRDO, ସ୍ନାଇପର ଗୁଳି ଭେଦିପାରିବନି - Bulletproof jacket

author img

By ETV Bharat Odisha Team

Published : Apr 24, 2024, 10:51 AM IST

lightest bulletproof jacket
lightest bulletproof jacket ()

DRDO develops lightest bulletproof jacket: ଦେଶର ସବୁଠାରୁ ହାଲୁକା ବୁଲେଟ ପ୍ରୁଫ ଜ୍ୟାକେଟ ତିଆରି କଲା ଡିଆରଡିଓ । ଏହାକୁ TBRL ଚଣ୍ଡିଗଡ଼ରେ ସଫଳତାର ସହିତ ପରୀକ୍ଷଣ କରାଯାଇଥିବା ନେଇ ସୂଚନା ଦିଆଯାଇଛି । ତେବେ ଜାଣନ୍ତୁ ଏହି ଜ୍ୟାକେଟରେ କଣ ରହିଛି ଖାସ୍

ଲକ୍ଷ୍ନୌ: ବଢିବ ପ୍ରତିରକ୍ଷାର ବଳ । ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆରଡିଓ)ର ଏକ ୟୁନିଟ ଦେଶର ସବୁଠାରୁ ହାଲୁକା ବୁଲେଟପ୍ରୁଫ ଜ୍ୟାକେଟ ବିକଶିତ କରିଛି । ଏହି ଜ୍ୟାକେଟ ସର୍ବୋଚ୍ଚ ବିପଦ ସ୍ତର 6 ଠାରୁ ସୁରକ୍ଷା ପ୍ରଦାନ କରିବ । ଏନେଇ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏକ ବିବୃତ୍ତି ଜାରି କରାଯାଇଛି । ଏହା ସମ୍ପୁର୍ଣ୍ଣ ରୂପେ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ହୋଇଛି ।

ଦେଶର ସବୁଠାରୁ ହାଲୁକା ଜ୍ୟାକେଟ: ତେବେ ବୟାନରେ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, "ଏହି ଜ୍ୟାକେଟ ଡିଫେନ୍ସ ଏବଂ ଷ୍ଟାର ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ଆଷ୍ଟାବ୍ଲିସମେଣ୍ଟ କାନପୁର ପକ୍ଷରୁ ଏହାକୁ ବିକଶିତ କରାଯାଇଛି । 7.62 X 54 R API ଗୁଳିରୁ ସୁରକ୍ଷା ପାଇଁ ଦେଶର ହାଲୁକା ବୁଲେଟପ୍ରୁଫ୍ ଜ୍ୟାକେଟକୁ ସଫଳତାର ସହିତ ବିକଶିତ କରାଯାଇଛି । ନିକଟରେ ଚଣ୍ଡିଗଡରେ ବୁଲେଟପ୍ରୁଫ ଜ୍ୟାକେଟର ପରୀକ୍ଷଣ ଟିବିଆରଏଲ ପକ୍ଷରୁ କରାଯାଇଥିଲା । ଏହି ଜ୍ୟାକେଟର ଦ ଫ୍ରଣ୍ଟ ହାର୍ଡ ଆରମୋର ପ୍ୟାନେଲ(HAP) 7.62 X 54 R API ଗୁଳିରୁ ସୁରକ୍ଷା ଯୋଗାଇବ ।"

ଏହା ମଧ୍ୟ ପଢନ୍ତୁ: 250 କିଲୋମିଟର ଲକ୍ଷ୍ୟଭେଦ କ୍ଷମତା ବିଶିଷ୍ଟ ବାଲାଷ୍ଟିକ ମିଶାଇଲର ସଫଳ ପରୀକ୍ଷଣ - Crystal Maze 2

ବିବୃତ୍ତି ଅନୁସାରେ, ରଗୋନୋମିକ୍ ଡିଜାଇନ୍ ହୋଇଥିବା ଫ୍ରଣ୍ଟ HAP ପଲିମର ବ୍ୟାକିଂ ସହିତ ଏକ ମୋନୋଲିଥିକ୍ ସେରାମିକ୍ ପ୍ଲେଟରେ ନିର୍ମିତ ହୋଇଛି । ଏହା ଅପରେସନ୍ ସମୟରେ ପିନ୍ଧିବା ବେଳେ ଆରାମ ଲାଗିବ । ବୁଲେଟପ୍ରୁଫ୍ ଜ୍ୟାକେଟର ସଫଳ ବିକାଶ ପାଇଁ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ DMSRDE କୁ ଶୁଭେଚ୍ଛା ଜଣାଇଛନ୍ତି । ଜ୍ୟାକେଟର ଇନ-କଞ୍ଜକ୍ସନ ଏବଂ ଷ୍ଟାଣ୍ଡାଲୋନ୍ ଡିଜାଇନ୍ ସୈନ୍ୟମାନଙ୍କୁ ବିଭିନ୍ନ ପ୍ରକାର ଗୁଳିରୁ ସୁରକ୍ଷା ପ୍ରଦାନ କରିବ । ଆଇସିଡବ୍ଲୁ ହାର୍ଡ ଆର୍ମର୍ ପ୍ୟାନେଲ୍ (HAP) ଏବଂ ଜ୍ୟାକେଟର ଷ୍ଟାଣ୍ଡାଲୋନ୍ HAPର ଘନତ୍ବ 40 kg/m2 ଏବଂ 43 kg/m2 ରୁ କମ୍ ରଖାଯାଇଛି ।

ପ୍ରକାଶଥାଉକି, ମଙ୍ଗଳବାର ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆରଡିଓ)କୁ ଦୁଇଟି ସଫଳତା ମିଳିଛି । 250 କିଲୋମିଟର ଲକ୍ଷ୍ୟଭେଦ କ୍ଷମତା ବିଶିଷ୍ଟ ବାଲାଷ୍ଟିକ ମିଶାଇଲର ସଫଳ ପରୀକ୍ଷଣ ହୋଇଛି। ଏହି ମଧ୍ୟମ ଦୂରଗାମୀ ବାଲିଷ୍ଟିକ ମିଶାଇଲର ବ୍ୟବହାରିକ ପରୀକ୍ଷଣ ସଫଳ ହୋଇଥିବା ନେଇ ପ୍ରତିରକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜରେ ଭାରତୀୟ ବାୟୁସେନା ଦ୍ବାରା ପରୀକ୍ଷିତ ଏହି କ୍ଷେପଣାସ୍ତ୍ର ହେଉଛି ଇସ୍ରାଏଲର ଅରିଜିନ କ୍ରିଷ୍ଟାଲ ମେଜ 2 (CRYSTAL MAZE 2 ) ବାଲାଷ୍ଟିକ ମିଶାଇଲ ଅଟେ । ଏହା ROCKS ନାମରେ ମଧ୍ୟ ପରିଚିତ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.