ETV Bharat / bharat

ହ୍ବିଲଚେୟାର ନମଳିବାରୁ ବୃଦ୍ଧଙ୍କ ମୃତ୍ୟୁ ଘଟଣା: 30 ଲକ୍ଷର ଫାଇନ୍‌ ଗଣିବ ‘ଏୟାର ଇଣ୍ଡିଆ’

author img

By ETV Bharat Odisha Team

Published : Feb 29, 2024, 4:31 PM IST

DGCA slaps Rs 30 lakh fine on Air India for wheelchair incident involving elderly passenger: ଏୟାର ଇଣ୍ଡିଆକୁ 30 ଲକ୍ଷର ଫାଇନ କଲା ‘ଡିଜିସିଏ’ । ହ୍ବିଲଚେୟାର ନମଳିବାରୁ ବୃଦ୍ଧଙ୍କ ମୃତ୍ୟୁ ଘଟଣାରେ ଗଣିବ ତଣ୍ଡ । ଅଧିକ ପଢନ୍ତୁ

ବୃଦ୍ଧଙ୍କୁ ହ୍ବିଲ ଚେୟାର ନମଳିବା ଘଟଣା: ଏୟାର ଇଣ୍ଡିଆକୁ 30 ଲକ୍ଷର ଫାଇନ କଲା ‘ଡିଜିସିଏ’
ବୃଦ୍ଧଙ୍କୁ ହ୍ବିଲ ଚେୟାର ନମଳିବା ଘଟଣା: ଏୟାର ଇଣ୍ଡିଆକୁ 30 ଲକ୍ଷର ଫାଇନ କଲା ‘ଡିଜିସିଏ’

ନୂଆଦିଲ୍ଲୀ: ହ୍ବିଲଚେୟାର ନମିଳିବା କାରଣରୁ ଜଣେ ବୟସାଧିକ ଯାତ୍ରୀ ଟର୍ମିନାଲରେ ପଡ଼ି ପ୍ରାଣ ହରାଇବା ଘଟଣାରେ ବେସାମରିକ ବିମାନ ଉଡାଣ ନିର୍ଦ୍ଦେଶାଳୟ (ଡିଜିସିଏ) ‘ଏୟାର ଇଣ୍ଡିଆ’ ଏୟାର ଲାଇନ୍ସ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ବିମାନ ସଂସ୍ଥା ଏବେ ଦାୟିତ୍ବରେ ଅବହେଳା କାରଣରୁ 30 ଲକ୍ଷ ଟଙ୍କାର ଜୋରିମାନ ଗଣିବ । 12 ତାରିଖରେ ଏହି ଅଘଟଣା ଘଟିଥିଲା । ମୁମ୍ବାଇ ବିମାନ ବନ୍ଦରରେ ବିମାନରୁ ଓହ୍ଲାଇବା ପରେ ଜଣେ 80 ବର୍ଷୀୟ ଯାତ୍ରୀଙ୍କୁ ଟର୍ମିନାଲ ପର୍ଯ୍ୟନ୍ତ କୌଣସି ହ୍ବିଲଚେୟାର ଦିଆଯାଇ ନଥିଲା । ସେ ଚାଲି ଚାଲି ଯିବା ସମୟରେ ଟର୍ମିନାଲ ନିକଟରେ ପଡିଯାଇଥିଲେ । ତାଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରାଯାଇଥିଲେ ସୁଦ୍ଧା ପରବର୍ତ୍ତୀ ସମୟରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ।

ସେତେବେଳେ ବିମାନ କମ୍ପାନୀ ବିରୋଧରେ ଅବହେଳା ଅଭିଯୋଗ ଆସିଥିଲା । ସମ୍ପୃକ୍ତ ଯାତ୍ରୀଙ୍କ ବୟସ 80 ବର୍ଷରୁ ଅଧିକ ରହିଥିବା ବେଳେ ସେ କୌଣସି କାରଣରୁ ସ୍ବାଭାବିକ ଭାବେ ଚାଲିବାରେ ସକ୍ଷମ ନଥିଲେ । ଏପରି ସ୍ଥିତିରେ ବିମାନ ଅବତରଣ କରିବା ପରେ ଏୟାର ଲାଇନ୍ସ ପକ୍ଷରୁ ତାଙ୍କ ପାଇଁ କୌଣସି ହ୍ବିଲଚେୟାର ବନ୍ଦୋବସ୍ତ କରାଯାଇନଥିଲା । ସେ ଅନ୍ୟ ଯାତ୍ରୀଙ୍କ ପରି ଚାଲି ଚାଲି ପାର୍କିଂରୁ ଟର୍ମିନାଲ ଆଡକୁ ଆସିଥିଲେ । ଏହି ସମୟରେ ଅଘଟଣ ଘଟିଥିଲା ।

ଏହା ମଧ୍ଯ ପଢ଼ନ୍ତୁ: ଏୟାରପୋର୍ଟରେ ମିଳିଲାନି ହ୍ବିଲ ଚେୟାର, ଚାଲି ଚାଲି ଯିବା ବେଳେ ଟଳିପଡ଼ିଲେ ୮୦ ବର୍ଷୀୟ ବୃଦ୍ଧ

ତେବେ ଏହି ଘଟଣା ପରେ ଡିଜିସିଏ ବିମାନ କମ୍ପାନୀକୁ ଏକ କାରଣ ଦର୍ଶାଅ ନୋଟିସ ମଧ୍ୟ ଜାରି କରିଥିଲା । କେଉଁ ପରିସ୍ଥିତିରେ ଏହି ଅଘଟଣ ଘଟିଲା ଓ ଏହା ପରବର୍ତ୍ତୀ ସମୟରେ କଣ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି , ସେ ସମ୍ପର୍କରେ ନିୟାମକ ସଂସ୍ଥା ନୋଟିସରେ ଉତ୍ତର ମାଗିଥିଲେ । 20 ତାରିଖ ସୁଦ୍ଧା ଉତ୍ତର ରଖିବା ପାଇଁ ନୋଟିସ ଜାରି କରାଯାଇଥିଲେ ସୁଦ୍ଧା ଏୟାର ଇଣ୍ଡିଆ କୌଣସି ଉତ୍ତର ରଖିନଥିବା ଜଣାପଡିଛି । ଏହା ପରେ ଆଜି ସଂସ୍ଥା ଦାୟିତ୍ବରେ ଅବହେଳା କାରଣରୁ 30 ଲକ୍ଷ ଫାଇନ ପଇଠ କରିବାକୁ ନିର୍ଦ୍ଦେଶ ଦେଇଛି ।

ଏହା ମଧ୍ୟ ପଢନ୍ତୁ :- 'ଡଲି ଚାଏ ୱାଲା'ଙ୍କ ଫ୍ୟାନ୍ ହେଲେ ବିଲ୍ ଗେଟ୍ସ

ନିକଟରେ ଦିଲ୍ଲୀ ଓ ଉତ୍ତର ଭାରତରେ ଶୀତ ଲହରୀ ଜାରି ରହିଥିବା ବେଳେ ବିମାନ ଉଡାଣ କ୍ଷେତ୍ରରେ ଅନେକ ସମସ୍ୟା ଦେଖାଯାଇଥିଲା । ଏହି ସମୟରେ ଯାତ୍ରୀ ଓ ବିମାନ କମ୍ପାନୀ ମଧ୍ୟରେ ତିକ୍ତତା ବଢିଥିଲା । ଉଡାଣ ବିଳମ୍ବ ହେବା କାରଣରୁ ଜଣେ ଯାତ୍ରୀ ଏକ ଘରୋଇ କମ୍ପାନୀର ପାଇଲଟଙ୍କୁ ମାଡ ମାରିଥିଲେ । ଏହା ପରେ ବେସାମରିକ ବିମାନ ଉଡାଣ ମନ୍ତ୍ରଣାଳୟ ଏକାଧିକ ଗାଇଡଲାଇନ ଜାରି କରିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.