ETV Bharat / bharat

ମହିଳା କୁସ୍ତିଯୋଦ୍ଧାଙ୍କ ଯୌନ ଶୋଷଣ ମାମଲା; ବ୍ରିଜଭୂଷଣଙ୍କ ବିରୋଧରେ ଚାର୍ଜଫ୍ରେମ - Charge frame against Brij Bhushan

author img

By PTI

Published : May 10, 2024, 6:15 PM IST

Updated : May 10, 2024, 7:18 PM IST

Charge frame against Brij Bhushan: ମହିଳା କୁସ୍ତିଯୋଦ୍ଧାଙ୍କ ଯୌନ ଶୋଷଣ ମାମଲା । ଭାରତୀୟ କୁସ୍ତି ମହାସଙ୍ଘର ପୂର୍ବତନ ମୁଖ୍ୟ ତଥା ବିଜେପି ସାଂସଦ ବ୍ରିଜ ଭୂଷଣ ଶରନ ସିଂଙ୍କ ବିରୋଧରେ ଦାଖଲ ହେଲା ଚାର୍ଜଫ୍ରେମ । ଅଧିକ ପଢନ୍ତୁ

Brij Bhushan
Brij Bhushan (ETV BHARAT ODISHA)

ନୂଆଦିଲ୍ଲୀ: ଭାରତୀୟ ମହିଳା କୁସ୍ତିଯୋଦ୍ଧାଙ୍କ ଯୌନ ଶୋଷଣ ମାମଲା । ଭାରତୀୟ କୁସ୍ତି ମହାସଙ୍ଘ (WFI)ର ପୂର୍ବତନ ମୁଖ୍ୟ ତଥା ବିଜେପି ସାଂସଦ ବ୍ରିଜ ଭୂଷଣ ଶରନ ସିଂଙ୍କ ବିରୋଧରେ ଦାଖଲ ହେଲା ଚାର୍ଜଫ୍ରେମ । ଏହି ମାମଲାରେ ବ୍ରିଜ ଭୂଷଣଙ୍କ ବିରୋଧରେ ଚାର୍ଜଫ୍ରେମ ଦାଖଲ କରିବା ଲାଗି ଦିଲ୍ଲୀ କୋର୍ଟଙ୍କ ନିକଟରେ ଆବଶ୍ୟକୀୟ ତଥ୍ୟ ପ୍ରମାଣ ରହିଛି । ଏହାପରେ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ତାଙ୍କ ବିରୋଧରେ ଆଇପିସି ଧାରା 354, 354ଏ ଆଧାରରେ ଏହି ଚାର୍ଜଫ୍ରେମ ଫାଇଲ ହୋଇଛି । ବ୍ରିଜ ଭୂଷଣଙ୍କ ସମେତ ଅନ୍ୟ କିଛି ବ୍ୟକ୍ତିଙ୍କ ବିରୋଧରେ 6ଜଣ ମହିଳା କୁସ୍ତିଯୋଦ୍ଧା ଯୌନ ନିର୍ଯାତନା ଅଭିଯୋଗ ଆଣିବା ପରେ ମାମଲା ରୁଜୁ ହୋଇଥିଲା ।

ଦିଲ୍ଲୀ ରାଉଜ ଆଭେନ୍ୟୁ କୋର୍ଟ ଏପ୍ରିଲ 26 ତାରିଖରେ ବ୍ରିଜଭୂଷଣ ସିଂଙ୍କ ଏକ ଆବେଦନକୁ କୋର୍ଟ ଖାରଜ କରିଥିଲେ, ଯେଉଁଥିରେ ସେ ଏହି ମାମଲାର ପୁନଃ ଯାଞ୍ଚ କରିବା ଲାଗି କୋର୍ଟଙ୍କ ନିକଟରେ ଅନୁରୋଧ କରିଥିଲେ । ଏପ୍ରିଲ 18 ତାରିଖରେ ବ୍ରିଜଭୂଷଣଙ୍କ ପକ୍ଷରୁ ଦାଖଲ ହୋଇଥିବା ଆବେଦନରେ କୁହାଯାଇଥିଲା ଯେ 2022 ସେପ୍ଟେମ୍ବର 7 ତାରିଖରେ ଏହି ଘଟଣା ଘଟିବା ଦିନ ସେ ଭାରତରେ ନଥିଲେ । ଏନେଇ ଯାଞ୍ଚ କରିବା ଲାଗି କୋର୍ଟ ଦିଲ୍ଲୀ ପୋଲିସକୁ ନିର୍ଦ୍ଦେଶ ଦିଅନ୍ତୁ ବୋଲି ସେ ଅନୁରୋଧ କରିଥିଲେ । କିନ୍ତୁ କୋର୍ଟ ଏହି ଆବେଦନକୁ ଖାରଜ କରିଦେଇଛନ୍ତି ।

ଏହା ବି ପଢନ୍ତୁ- ‘ମୁଁ ଜଣେ ଦୃଢ ପ୍ରାର୍ଥୀ, ନିର୍ବାଚନ ଲଢିବାକୁ ଯୋଗ୍ୟ’

କୋର୍ଟ ଏପ୍ରିଲ 4 ତାରିଖରେ ଚାର୍ଜଫ୍ରେମ ଦାଖଲ ମାମଲାରେ ରାୟକୁ ସଂରକ୍ଷିତ ରଖିଥିଲେ । 2023 ଜୁଲାଇ 20 ତାରିଖରେ ବ୍ରିଜଭୂଷଣ ଶରଣ ସିଂ ଓ ସହଯୋଗୀ ବିନୋଦ ତୋମାରଙ୍କୁ ଜାମିନ ପ୍ରଦାନ କରିଥିଲେ । ଗତ ବର୍ଷ ଜୁନ 15 ତାରିଖରେ ଦିଲ୍ଲୀ ପୋଲିସ ରାଉଜ ଆଭେନ୍ୟୁ କୋର୍ଟରେ ଚାର୍ଜସିଟ ଦାଖଲ କରିଥିଲା । ଭାରତୀୟ ଦଣ୍ଡ ସଂହିତା ଧାରା 354, 354D, 354A ଏବଂ 506 (1) ଅଧୀନରେ ଏହି ଅଭିଯୋଗ ହୋଇଛି ।

ଏହା ବି ପଢନ୍ତୁ- 2ଚର୍ଚ୍ଚିତ ଆସନରେ ପ୍ରାର୍ଥୀ ଦେଲା ବିଜେପି; ବ୍ରିଜଭୂଷଣଙ୍କ ସ୍ଥାନରେ ପୁଅକୁ ଟିକଟ, ରାୟବରେଲିରୁ ଦିନେଶ ସିଂହ

ବିବାଦ ସତ୍ତ୍ବେ ଚଳିତ ଲୋକସଭା ନିର୍ବାଚନ ଲାଗି ବ୍ରିଜଭୂଷଣ ନିଜ ଇଚ୍ଛା ପ୍ରକାଶ କରିଥିବା ବେଳେ ତାଙ୍କ ସାନ ପୁଅ କରନ ଭୂଷଣ ସିଂଙ୍କୁ କୈସରଗଞ୍ଜରୁ ପ୍ରାର୍ଥୀ କରିଛି ବିଜେପି ।

Last Updated : May 10, 2024, 7:18 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.