ETV Bharat / bharat

ଚକୋଲେଟ ଦେବା ବାହାନାରେ ନାବାଳିକାକୁ ଦୁଷ୍କର୍ମ !

author img

By ETV Bharat Odisha Team

Published : Feb 3, 2024, 10:51 PM IST

ଚକୋଲେଟ ଦେବା ବାହାନାରେ ନାବାଳିକାକୁ ଦୁଷ୍କର୍ମ
ଚକୋଲେଟ ଦେବା ବାହାନାରେ ନାବାଳିକାକୁ ଦୁଷ୍କର୍ମ

Rape Case: ଉତ୍ତର ପ୍ରଦେଶରେ ଲଜ୍ୟା । ଚକୋଲେଟ ଦେବା ବାହାନାରେ ନାବାଳିକାକୁ ଦୁଷ୍କର୍ମ କଲା ନାବାଳକ । ପୋଲିସର ତଦନ୍ତ ଜାରି । ଅଧିକ ପଢନ୍ତୁ

ଲକ୍ଷ୍ନୌ: ପୁଣି ନାବାଳିକାକୁ ଦୁଷ୍କର୍ମ । ଚକୋଲେଟ ଦେବା ବାହାନାରେ ନାବାଳିକାକୁ ଦୁଷ୍କର୍ମ । ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି ଉତ୍ତର ପ୍ରଦେଶର ଆଲିଗଡ଼ ଅଞ୍ଚଳରେ । ଅଭିଯୁକ୍ତ ଜଣକ ଜଣେ ନାବାଳକ ହୋଇଥିବା ଜଣାପଡ଼ିଛି । ଏନେଇ ପୀଡ଼ିତଙ୍କ ପରିବାର ପକ୍ଷରୁ ଅତରୋଲି ପୋଲିସ ଥାନାରେ ଲିଖିତ ଅଭିଯୋଗ କରାଯାଇଛି ।ତେବେ ପୋଲିସ ଉକ୍ତ ନାବାଳକୁ ଗିରଫ କରିଛି ।

ସୂଚନାଯୋଗ୍ୟ ଆଜି (ଶନିବାର) ଅପରାହ୍ନରେ ଆଲିଗଡ ଅଞ୍ଚଳରେ ଦୁଇ ବର୍ଷର ଜଣେ ନାବାଳିକା ଦୁଷ୍କର୍ମର ଶିକାର ହୋଇଛନ୍ତି । ଅଭିଯୁକ୍ତ ମଧ୍ୟ ଜଣେ ନାବାଳକ ହୋଇଥିବା ପୋଲିସ କହିଛି । ପୀଡ଼ିତା ଜଣକ ଘରେ ଖେଳୁଥିବା ସମୟରେ ନାବାଳକ ଜଣକ ଚକୋଲେଟ ଦେବା ବାହାନାରେ ନିଜ ଘରକୁ ନେଇ ଦୁଷ୍କର୍ମ କରିଥିଲା । ପରିବାର ଲୋକେ ଏହା ଜାଣିବା ପରେ ଅତରୋଲି ପୋଲିସ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଆଧାରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରି ନାବାଳକକୁ ଗିରଫ କରିଛି । ନାବାଳକର ବୟସ ୧୫ ବର୍ଷ ହେବ ବୋଲି ଜଣାପଡ଼ିଛି ।

ଅନ୍ୟପଟେ ପୋଲିସ ନାବାଳିକାର ଡାକ୍ତରୀ ମାଇନା କରିଛି । ନାବାଳକ ଜଣକ ଅଭିଯୋଗକାରୀଙ୍କ ଦୂର ସମ୍ପର୍କୀୟ ଅଟନ୍ତି । ଉଭୟଙ୍କ ଘର ପଖାପାଖି ଅଟେ । ପୀଡ଼ିତାଙ୍କ ପିତା ଅଭିଯୁକ୍ତଙ୍କ ଘରେ ଶ୍ରମିକ ଭାବେ କାର୍ଯ୍ୟ କରନ୍ତି ବୋଲି ସୂଚନା ମିଳିଛି । ତେବେ ଜଣେ ପୋଲିସ ଅଧିକାରୀ କହିଛନ୍ତି ଏହି ଦୁଷ୍କର୍ମ ମାମଲାରେ ଜଣେ ୧୫ ବର୍ଷର ନାବାଳକକୁ ଗିରଫ କରାଯାଇ ତଦନ୍ତ ଜାରି ରିହିଛି ।

ଏହା ମଧ୍ୟ ପଢନ୍ତୁ - ଶୌଚ ପାଇଁ ଯାଇଥିବା ବେଳେ ଦୁଷ୍କର୍ମର ଶିକାର ହେଲେ ନାବାଳିକା, ଯୁବକ ଗିରଫ

ସେହିପରି ଗତ ୩୦ ତାରିଖ (ମଙ୍ଗଳବାର) ଦିନ କଟକରେ ଜଣେ ଚତୁର୍ଥ ଶ୍ରେଣୀରେ ପଢୁଥିବା ନାବାଳିକା ଦୁଷ୍କର୍ମ ଶିକାର ।ସେ ସ୍କୁଲରୁ ଫେରୁଥିବା ସମୟରେ କେହି ଜଣେ ତାଙ୍କ ସହିତ ଦୁଷ୍କର୍ମ କରିଥିଲେ । ବହୁ ସମୟ ବିଳମ୍ବରେ ନାବାଳିକା ଜଣକ ଘରକୁ ଫେରି ଘଟଣା ସମ୍ପର୍କରେ ଜଣାଇଥିଲେ । ଏହାପରେ କଟକ ରେଳବାଇ ଥାନାକୁ ଯାଇ ପରିବାର ଲୋକେ ଏତଲା ଦେଇଥିଲେ ।

ତେବେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ହେଲେ ଅଭିଯୁକ୍ତ ବାବଦରେ ପୋଲିସକୁ ପ୍ରାଥମିକ ଭାବେ କୌଣସି ସୂଚନା ମିଳି ପାରିନାହିଁ । ନାବାଳିକାଙ୍କ ମାଆଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ଏକ ମାମଲାରେ ଗିରଫ ହୋଇ ବାପା ଜେଲରେ ଅଛନ୍ତି । ଫଳସ୍ବରୂପ ନାବାଳିକା ନିଜ ବଡ ଭାଇ ସହିତ ଏକ ଆଶ୍ରମରେ ରହୁଥିଲେ । ଏହି ଘଟଣାକୁ ରେଳବାଇ ପୋଲିସ ଗୁରୁତ୍ୱର ସହ ଗ୍ରହଣ କରିଥିବାବେଳେ ଜଣେ DSPଙ୍କ ଅଧିନରେ ଏକ 4 ଜଣିଆ ଟିମ ଗଠନ କରାଯାଇ ମାମଲାର ତଦନ୍ତ କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.