ETV Bharat / bharat

କେଜ୍ରିୱାଲଙ୍କ ବାସଭବନରେ ଦୁର୍ବ୍ୟବହାର ଘଟଣା, କାହାକୁ 'ପଲଟିକାଲ ହିଟମ୍ୟାନ' କହିଲେ ସ୍ବାତୀ - Swati Maliwal Assault Case

author img

By PTI

Published : May 17, 2024, 5:09 PM IST

Updated : May 17, 2024, 5:26 PM IST

SWATI MALIWAL ASSAULT CASE: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନରେ ଦୁର୍ବ୍ୟବହାର ଘଟଣା । 'ପଲଟିକାଲ ହିଟମ୍ୟାନ' ନିଜକୁ ବଞ୍ଚାଇବାକୁ ଉଦ୍ୟମ କରୁଥିବା କହିଲେ ସ୍ବାତୀ । ତେବେ କିଏ ଏହି ପଲଟିକାଲ ହିଟମ୍ୟାନ ? ଅଧିକ ପଢନ୍ତୁ

SWATI MALIWAL ASSAULT CASE
SWATI MALIWAL ASSAULT CASE (Photo-IANS)

ନୂଆଦିଲ୍ଲୀ: ଆପ୍‌ ସୁପ୍ରିମୋ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନରେ ଆପ୍‌ ସାଂସଦ ସ୍ବାତୀ ମାଲିୱାଲଙ୍କୁ ଦୁର୍ବ୍ୟବହାର ଘଟଣା । ଆଜି ସ୍ବାତୀଙ୍କ ଏକ ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି । ଏହି 52 ସେକେଣ୍ଡ ଭିଡିଓରେ ସ୍ବାତୀ କେଜ୍ରିୱାଲଙ୍କ ବାସଭବନରେ କିଛି ସୁରକ୍ଷାକର୍ମୀଙ୍କ ଯୁକ୍ତିତର୍କ କରୁଥିବା ଦେଖିବାକୁ ମିଳିଛି । ଏହି ଭିଡିଓ ଭାଇରାଲ ହେବା ପରେ ପ୍ରତିକ୍ରିୟା ରଖିବା ସହ ପଲଟିକାଲ ହିଟମ୍ୟାନ ନିଜକୁ ବଞ୍ଚାଇବା ଲାଗି ଭିଡିଓ ଭାଇରାଲ କରିଥିବା ସ୍ବାତୀ ଅଭିଯୋଗ କରିଛନ୍ତି ।

ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ବାସଭବନରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ବିଭବ କୁମାର ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି । ବିଭବ ତାଙ୍କୁ 7ରୁ 8 ଥର ଚାପୁଡା ମାରିବା ସହ ଛାତିକୁ ଗୋଇଠା ମାରିଥିବା ସ୍ବାତୀ ଅଭିଯୋଗ କରିଛନ୍ତି । ଏ ନେଇ ଦିଲ୍ଲୀ ପୋଲିସ ନିକଟରେ ଅଭିଯୋଗ ହେବା ପରେ କୁମାରଙ୍କୁ ଅଭିଯୁକ୍ତ ବୋଲି କହିଛି ପୋଲିସ । ତେବେ ସୁରକ୍ଷାକର୍ମୀଙ୍କ ସହିତ ଯୁକ୍ତିତର୍କ କରିବା ସମୟର ଭିଡିଓ ଭାଇରାଲ ହେବା ପରେ ସ୍ବାତୀ Xରେ ଏକ ପୋଷ୍ଟ କରି କହିଛନ୍ତି, " ପ୍ରତି ଥର ପରି ଏଥର ମଧ୍ୟ ପଲଟିକାଲ ହିଟମ୍ୟାନ ନିଜକୁ ବଞ୍ଚାଇବା ଲାଗି ଉଦ୍ୟମ କରୁଛି ।"

ଏହା ବି ପଢନ୍ତୁ- ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ମୋତେ ଗୋଇଠା-ଚାପୁଡା ମାରିଛନ୍ତି:ସ୍ବାତୀ ମାଲିୱାଲ

ସ୍ବାତୀ ଆହୁରି କହିଛନ୍ତି, " ନିଜ ଲୋକଙ୍କ ଦ୍ବାରା ଟ୍ବିଟ କରି ଭିଡିଓକୁ ସେୟାର କରିଛି । ଏଭଳି ଅପରାଧ କରି ସେ ନିଜକୁ ବଞ୍ଚାଇ ଦେବ ବୋଲି ଭାବିଛି । କେହି କାହାକୁ ମାରୁଥିବା ବେଳେ ଭିଡିଓ ଉତ୍ତୋଳନ କରାଯାଏ କି ? ଘର ଭିତର ସିସିଟିଭି ଫୁଟେଜ ଯାଞ୍ଚ ହେବା ପରେ ସତ ସମସ୍ତଙ୍କ ସାମ୍ନାକୁ ଆସିବ । ଦିନେ ନା ଦିନେ ସତ ନିଶ୍ଚିତ ସାମ୍ନାକୁ ଆସିବ ।"

ସ୍ବାତୀ FIRରେ କଣ ଅଭିଯୋଗ କରିଛନ୍ତି ? :- ଆପ୍‌ ରାଜ୍ୟସଭା ସାଂସଦ ସ୍ବାତୀ ମାଲିୱାଲଙ୍କ ଦ୍ବାରା ଦାଏର ହୋଇଥିବା ଏଫଆଇଆରରେ କୁହାଯାଇଛି ଯେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବ୍ୟକ୍ତିଗତ ସଚିବ ବିଭବ କୁମାର ତାଙ୍କୁ ଦୁର୍ବ୍ୟବହାର କରିଛନ୍ତି । ବିଭବ ତାଙ୍କୁ ଅନେକ ଥର ଚାପୁଡ଼ା ମାରିବା ସହ ଅତ୍ୟନ୍ତ ଖରାପ ବ୍ୟବହାର କରିଥିବା ସେ ଅଭିଯୋଗ କରିଛନ୍ତି । ସେ ଲଗାତାର ଭାବେ ସାହାଯ୍ୟ ପାଇଁ ଚିତ୍କାର କରୁଥିବା ବେଳେ ଅଭିଯୁକ୍ତ ବିଭବ ଅଟକି ନଥିଲା । ଅଭିଯୁକ୍ତ ବିଭବ ତାଙ୍କ ଛାତି, ପେଟକୁ ଗୋଇଠା ମାରିଥିବା ସ୍ବାତୀ ଅଭିଯୋଗ କରିଛନ୍ତି ।

NCWରେ ହାଜର ହେଲାନି ଅଭିଯୁକ୍ତ:- ସ୍ବାତୀ ମାଲିୱାଲଙ୍କ ଦ୍ବାରା ଅଭିଯୋଗ ହେବା ପରେ ଜାତୀୟ ମହିଳା କମିଶନ (NCW)ଙ୍କ ପକ୍ଷରୁ ଅଭିଯୁକ୍ତ ବିଭବ କୁମାରକୁ ସମନ ଜାରି କରାଯାଇଥିଲା । ଆଜି ଅଭିଯୁକ୍ତ ବିଭବ କୁମାରଙ୍କୁ ଏନସିଡବ୍ଲୁ କାର୍ଯ୍ୟାଳୟରେ ହାଜର ହେବାର ଥିଲା । ତେବେ NCW ମୁଖ୍ୟ ରେଖା ଶର୍ମାଙ୍କ କହିବାନୁସାରେ, ମହିଳା ଆୟୋଗଙ୍କ ଏକ ଟିମ ବିଭବ କୁମାରଙ୍କୁ ନୋଟିସ ଦେବା ଲାଗି ତାଙ୍କ ବାସଭବନକୁ ଯାଇଥିଲେ, ମାତ୍ର ଘରେ କେହିନଥିଲେ । ଏହାପରେ ବିଭବଙ୍କ ପତ୍ନୀ ଏହି ନୋଟିସ ନେବାକୁ ମନା କରିଦେଇଥିଲେ । ଆଜି ପୁଣି ଥରେ ଏହି ଟିମ ତାଙ୍କ ଘରକୁ ଯିବ । ଯଦି ସେ ନୋଟିସ ଗ୍ରହଣ କରନ୍ତି ନାହିଁ କି ଆୟୋଗ ସାମ୍ନାରେ ହାଜର ନ ହୁଅନ୍ତି, ତେବେ ପଚରାଉଚରା ପାଇଁ ବ୍ୟକ୍ତିଗତ ଭାବେ ତାଙ୍କ ନିକଟକୁ ଯିବେ ବୋଲି NCW ମୁଖ୍ୟ କହିଛନ୍ତି ।

Last Updated : May 17, 2024, 5:26 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.